କନକ ବ୍ୟୁରୋ: ବିହାରରେ ଭୋଟ୍ ପଡ଼ିବା ପୂର୍ବରୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଦେଇଛନ୍ତି ବଡ଼ ପ୍ରତିଶ୍ରୁତି । ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀ କରିବା ସହିତ ଦାବି କରିଛନ୍ତି ଯେ, ଏଥର ଜନତା ପରିବର୍ତ୍ତନ ମୁଡରେ ଅଛନ୍ତି । ଏଥରର ଭୋଟ୍ ପରିବର୍ତ୍ତନ ପାଇଁ ହେବ । ଏହାସହ ବର୍ତ୍ତମାନର ସରକାରକୁ ଲୋକମାନେ ଉପାଡ଼ି ଫୋପାଡ଼ିବେ ବୋଲି କହିଛନ୍ତି ତେଜସ୍ୱୀ ଯାଦବ ।
ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସରକାର ଗଠନ ହେବା ପରେ ହିଁ ସାଙ୍ଗେ ସାଙ୍ଗେ ବିହାରରେ ମାଇ-ବହିନ ମାନ ଯୋଜନା ଲାଗୁ କରାଯିବ । ମକର ସଂକ୍ରାନ୍ତି ଦିନ ଅର୍ଥାତ ଜାନୁଆରି ୧୪ ତାରିଖରେ ପ୍ରତି ମାଆ-ଭଉଣୀଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଯିବ ବୋଲି କହିଛନ୍ତି ତେଜସ୍ୱୀ । ଏହାସହ ବର୍ତ୍ତମାନର ସରକାରରେ ଜୀବିକା ଦିଦିଙ୍କୁ ଶୋଷଣ କରାଯାଇଛି, ସେମାନଙ୍କୁ କିଛି ବି ମିଳିନି । ବିହାରରେ ମହାମେଣ୍ଟର ସରକାର ଆସିଲେ ଜୀବିକା ଦିଦିଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି ଲାଲୁ ନନ୍ଦନ ।
ଆହୁରି ପଢ଼ନ୍ତୁ : ମମତା, ସୁଜିତଙ୍କ ପରେ ଅମର : ଆଗକୁ ଆଉ କିଏ ଛାଡ଼ିବେ?
ପୁଲିସ କର୍ମୀ ହୁଅନ୍ତୁ ବା ଶିକ୍ଷକ କିମ୍ବା ସ୍ୱାସ୍ଥ୍ୟକର୍ମୀ, ସମସ୍ତଙ୍କର ଟ୍ରାନ୍ସଫର ପୋଷ୍ଟିଂ କେବଳ ତାଙ୍କ ଘରଠାରୁ ୭୦ କିଲୋମିଟର ଭିତରେ ହେବ । ଏଥିପ୍ରତି ସରକାର ଧ୍ୟାନ ଦେବେ । ଏହାସହ ବିହାରରେ ମହାମେଣ୍ଟର ସରକାର ଆସିଲେ ଧାନର ଏମଏସପି ମଧ୍ୟ ବୃଦ୍ଧି କରାଯିବ ବୋଲି ତେଜସ୍ୱୀ କହିଛନ୍ତି ।
ଆପଣ ଭଲଭାବେ ଜାଣିଥିବେ ଯେ, ବିହାରରେ ଆସନ୍ତା ନଭେମ୍ବର ୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡ଼ିବାକୁ ଯାଉଛି । ଏଥିପାଇଁ ନଭେମ୍ବର ୪ ତାରିଖ ଅପରାହ୍ଣ ୫ଟା ଯାଏଁ ପ୍ରଚାର ଚାଲିବ । ଆଉ ନିର୍ବାଚନ ପ୍ରଚାର ଶେଷ ହେବା ପୂର୍ବରୁ ତେଜସ୍ୱୀ ଯାଦବ ଏଭଳି କିଛି ବଡ଼ ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/04/tejaswi-yadav-2025-11-04-10-48-53.webp)