କନକ ବ୍ୟୁରୋ: ପ୍ରଥମେ ସାଂସଦ, ଆଉ ତା ପରେ ଏବେ ପୂର୍ବତନ ସାଂସଦ । ଜଣକ ପରେ ଜଣେ ବିଜେଡି ସାଂସଦ ଏବେ ପଦ୍ମ ମୁହାଁ । ପ୍ରଥମେ ମମତା ମହନ୍ତ, ଆଉ ତା ପରେ ସୁଜିତ୍ କୁମାର ଆଉ ଏବେ ଅମର ପଟ୍ଟନାୟକ । ମାତ୍ର କିଛି ମାସର ଗ୍ୟାପରେ ଜଣକ ପରେ ଜଣେ ବିଜେଡି ନେତା ଏବେ ସବୁଜ ଶିବିର ଛାଡ଼ି ଗେରୁଆ ଶିବିର ମୁହାଁ ହୋଇଛନ୍ତି । ଯାହାକି ବିଜେଡି ପାଇଁ ଏବେ ସତର୍କ ଘଣ୍ଟି ସାଜିଥିବାବେଳେ, ଆଗକୁ ଆଉ କେଉଁ ନେତା ବିଜେଡି ଛାଡି ବିଜେପିରେ ସାମିଲ ହେବେ ସେ ଚର୍ଚ୍ଚାକୁ ମଧ୍ୟ ଖୋରାକ ଯୋଗାଇଛି ।
ବିଜେଡି ସରକାରରୁ ଗଲା ପରେ ରାଜ୍ୟସଭା ସାଂସଦ ମମତା ମହନ୍ତ ବିଜେଡିକୁ ବାଏ ବାଏ କହିଥିଲେ । ସାଂସଦ ଭାବେ ନିଜ ପଦରୁ ଇସ୍ତଫା ଦେଇଥିଲେ, ଆଉ ତାର ଠିକ୍ ପରଦିନ ଦିଲ୍ଲୀରେ ପଦ୍ମ ଧରିଥିଲେ । ତେବେ ବିଜେଡିର ଜଣେ ଷ୍ଟାଣ୍ଡିଂ ରାଜ୍ୟସଭା ଏମପି ହଠାତ୍ ନିଜ ପଦରୁ ଇସ୍ତଫା ଦେବା ଆଉ ତା ପରଦିନ ଯାଇ ବିଜେପିରେ ସାମିଲ ହେବା, ସେତେବେଳେ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା । ଆଉ ତାରି ଭିତରେ ଖାଲି ପଡ଼ିଥିବା ରାଜ୍ୟସଭା ସିଟ୍ ପାଇଁ ଯେଉଁ ଉପ-ନିର୍ବାଚନ ହେଇଥିଲା, ସେଥିରେ ମମତା ମହନ୍ତଙ୍କୁ ହିଁ ପ୍ରାର୍ଥୀ କରିଥିଲା ବିଜେପି । ଆଉ ସେ ବିଜେପିରୁ ବନିଥିଲେ ରାଜ୍ୟସଭା ଏମପି ।
ଆହୁରି ପଢ଼ନ୍ତୁ : ଆସନ୍ତାକାଲି ଆକାଶରେ ନଜର ଆସିବ ସୁପରମୁନ୍, ଖାଲି ଆଖିରେ ଦେଖିପାରିବେ ଏହି ମହାଜାଗତିକ ଦୃଶ୍ୟ
ମମତା ମହନ୍ତଙ୍କ ପରେ ଠିକ୍ ସେହି ଢଙ୍ଗରେ ବିଜେଡିକୁ ବାଏ ବାଏ କହିଥିଲେ ରାଜ୍ୟସଭା ଏମପି ସୁଜିତ୍ କୁମାର । ନିଜ କାର୍ଯ୍ୟକାଳ ସରିବାର ୧୮ ମାସ ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ଆଉ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ । ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ ଆଉ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ସୁଜିତ୍ କୁମାର । ଆଉ ଉପ ନିର୍ବାଚନରେ ମଧ୍ୟ ସେ ପୁଣିଥରେ ପ୍ରାର୍ଥୀ ହେବା ସହ ବନିଥିଲେ ରାଜ୍ୟସଭା ସାଂସଦ ।
ଏହି ଦୁଇ ଷ୍ଟାଣ୍ଡିଂ ଏମପିଙ୍କ ପରେ ଏବେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡିର ଆଗଧାଡ଼ିର ନେତା ଅମର ପଟ୍ଟନାୟକ ମଧ୍ୟ ବିଜେଡି ଛାଡ଼ିବା ସହିତ ବିଜେପିରେ ସାମିଲ ହେଇଛନ୍ତି । ସୋମବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେବା ସହିତ, ବିଜେଡିକୁ ବାଏ ବାଏ କହିଛନ୍ତି ।
ଆହୁରି ପଢ଼ନ୍ତୁ : ବିହାର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର
ଅମର ପଟ୍ଟନାୟକ ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଥିଲେ । ଆଉ ଆଇଟି ସେଲର ମଧ୍ୟ ମୁଖ୍ୟ ଥିଲେ । ଆଉ ତାଙ୍କ ଭଳି ନେତା ଯେତେବେଳେ ବିଜେଡିକୁ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି । ସେତେବେଳେ ଚର୍ଚ୍ଚା ହେବା ସ୍ୱାଭାବିକ ଆଗକୁ ଆଉ କେଉଁ ନେତାଙ୍କ ପାଳି? ଆଗକୁ ଆଉ କେଉଁ ବିଜେଡି ନେତା, ଶଙ୍ଖ ଛାଡ଼ି ପଦ୍ମ ଧରୁଛନ୍ତି, ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/04/amar-pattnaik-2025-11-04-09-52-44.jpg)