କନକ ବ୍ୟୁରୋ: ବିହାରକୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ପ୍ରତିଦିନ କେଉଁଠି ନା କେଉଁଠି ଚର୍ଚ୍ଚାରେ ଅଛି ବିହାର । ଖାସ କରି ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଦେଇଥିବା ବୟାନକୁ ନେଇ ଏବେ ସରଗରମ ରାଜନୀତି । କହିଛନ୍ତି, କିଏ କେଉଁଠିକୁ ଆସିଲା ଆମର କିଛି ଯାଉନି କି ଆସୁନି । ପ୍ରତି ବ୍ୟକ୍ତି ଗଣତନ୍ତ୍ରରେ ନିଜ କଥା ରଖିପାରିବେ। ସେଥିରେ କୌଣସି ଅସୁବିଧା ନାହିଁ । ହେଲେ ତେଜସ୍ବୀ ଏମିତି କାହିଁକି ବୟାନ ଦେଲେ ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ପୂର୍ବରୁ ବାଗେଶ୍ବର ବାବା ଯେଉଁ ଟିପ୍ପଣୀ ଦେଇଥିଲେ କି ଭାରତ ହିନ୍ଦୁ ରାଷ୍ଟ୍ର ହେବ । ସେନେଇ ବୟାନ ରଖିଥିଲେ ତେଜସ୍ବୀ ଯାଦବ । କହିଥିଲେ, ଏମିତି କହିବା ଦ୍ବାରା ବାବା ବାଗେଶ୍ବର ସମ୍ବିଧାନର ହତ୍ୟା କରୁଛନ୍ତି । କାରଣ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଆମ ଦେଶରେ ସମ୍ମାନ ଦିଆଯାଉଛି । ତେଣୁ ଏମିତି କେମିତି ହିନ୍ଦୁ ରାଷ୍ଟ୍ର ହେବ । ଖାଲି ଏତିକି ନୁହେଁ ବରଂ ତେଜସ୍ବୀ ଆହୁରି ମଧ୍ୟ କହିଥିଲେ ସ୍ବପ୍ବ ଦେଖିବା ଲାଗି କିଏ କାହାକୁ ମନା କରିନାହିଁ । ହେଲେ ସ୍ବପ୍ନକୁ ବାସ୍ତବରୂପ ଦେବାର ଆବଶ୍ୟକତା ରହିଛି ।
ଚର୍ଚ୍ଚାରେ ତେଜସ୍ବୀଙ୍କ ବୟାନ
କହିଲେ ସମ୍ବିଧାନ ଅନୁସାରେ କିଏ ବି କେଉଁଠିକୁ ଯାଇପାରିବ
ବାଗେଶ୍ବର ବାବାଙ୍କୁ ନେଇ ଦେଲେ ବଡ଼ ବୟାନ
ସେପଟେ ୧୪୪ ବର୍ଷ ପରେ ପବିତ୍ର ଭୂମି ପ୍ରୟାଗରାଜରେ ମହାକୁମ୍ଭମେଳାର ଆଧ୍ୟାତ୍ମିକତା ସାରା ବିଶ୍ବ ଦେଖିଲା । ସଙ୍ଗମରେ ବୁଡ଼ ପକାଇ ଶ୍ରଦ୍ଧାଳୁ ଆତ୍ମସନ୍ତୋଷ ଲାଭ କଲେ । ବିଦେଶୀ ବିଦେଶରୁ ଆସି ମହାକୁମ୍ଭମେଳା ଦେଖି ଚକିତ ହେଲେ । ଶ୍ରଦ୍ଧାଳୁ ପିତାମାତାଙ୍କୁ କାନ୍ଧରେ ବସାଇ ସାଧୁସନ୍ଥଙ୍କ ଆଶୀର୍ବାଦ ନେଲେ । କହିବାକୁ ଗଲେ ଅପାରଶାନ୍ତି ଲାଭ କଲେ ଭକ୍ତ । କିନ୍ତୁ ଅପାରଶାନ୍ତି ଭିତରେ ବି ଅଶାନ୍ତି ଖେଳାଇଦେଲା ଧାଁ ଦଉଡ଼ , ଦଳାଚକଟା ।
ଏହି ଘଟଣାକୁ ନେଇ ବାଗେଶ୍ବର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟାନ୍ ଏବେ ବେଶ ଚର୍ଚ୍ଚା ହୋଇଥିଲା । ମହାକୁମ୍ଭରେ ଜୀବନ ହରାଇଥିବା ଲୋକଙ୍କୁ ନେଇ ବାଗେଶ୍ବର ବାବା କହିଥିଲେ ଯେ , ମୃତକଙ୍କୁ ମୋକ୍ଷ ପ୍ରାପ୍ତି ହୋଇଗଲା । ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ଟିପ୍ପଣୀ ଉପରେ ଜୋରଦାର୍ ପ୍ରତିକ୍ରିୟା ରଖିଥିଲେ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ବରାନନ୍ଦ ସରସ୍ବତୀ । ସେ କହିଛନ୍ତି , ବାଗେଶ୍ବର ବାବାଙ୍କୁ ବି ମୋକ୍ଷ ଦେଇଦିଅ ।
ଯଦି ସେ ରାଜି ଅଛନ୍ତି ଆମେ ତାଙ୍କୁ ଧକ୍କା ମାରି ମୋକ୍ଷ ଦେବାକୁ ଆଗକୁ ବଢିବୁ । କାହାକୁ ମୋକ୍ଷ ପ୍ରାପ୍ତ ହେଲା , କାହାକୁ ମୋକ୍ଷ ମିଳିଲାନି ଏ ପର ସମୟର କଥା । କିନ୍ତୁ ପାଦ ତଳେ ଏମିତି ଦଳାଚକଟା ହୋଇ କୁନିପିଲା , ମହିଳା , ବୃଦ୍ଧ , ଆମ ଭାଇମାନେ ନିଶ୍ବାସ ନନେଇ ଛଟପଟ ହୋଇମରିବା ଆଦୌ ଗ୍ରହଣୀୟ ନୁହଁ । ମୋକ୍ଷ ମିଳିଗଲା ବୋଲି କହିବା ସରଳ କଥା । ଯଦି ମୋକ୍ଷର କଥା କହୁଥିବା ଲୋକ କିଏ ମୋକ୍ଷ ପାଇବାକୁ ଚାହୁଁଛନ୍ତି ଆମେ ତାଙ୍କ ଏ ଆଶା ପୂରଣ କରିଦେବୁ । ସେବେ ବାଗେଶ୍ବର ବାବା ବେଶ ଚର୍ଚ୍ଚାରେ ଥିଲେ । ଏବେ ପୁଣି ଥରେ ବାଗେଶ୍ବରଙ୍କ ଉପରେ ବୟାନ ଦେଇ ତେଜସ୍ବୀ ଚର୍ଚ୍ଚାରେ ।