ଇଣ୍ଡିଗୋ ପାଇଁ ଯାତ୍ରୀଙ୍କ ଆଖିରେ ଲୁହ : କିଏ ହତାଶ, କିଏ ହନ୍ତସନ୍ତ

Advertisment

ଯାତ୍ରୀଙ୍କୁ ବାତିଲ ଭଡ଼ା ଓ ହଜିଥିବା ଜିନିଷପତ୍ର ଫେରାଇବାକୁ ନିର୍ଦ୍ଦେଶ ।

ଯାତ୍ରୀଙ୍କୁ ବାତିଲ ଭଡ଼ା ଓ ହଜିଥିବା ଜିନିଷପତ୍ର ଫେରାଇବାକୁ ନିର୍ଦ୍ଦେଶ ।

indigo flight

indigo flight Photograph: (KanakNews)

କନକ ବ୍ୟୁରୋ: ଅନିଶ୍ଚିତା ଭିତରେ ଯାତ୍ରୀଙ୍କ ଲମ୍ବା ଲାଇନ ଯୋଗୁ ବିମାନବନ୍ଦରରେ ୱେଟିଂ ହଲର ସ୍ଥିତି ବଦଳିଥିବା ଦେଖିବାକୁ ମିଳିଛି । ସୂଚନା ସ୍କ୍ରିନ ଉପରୁ ନଜର ହଟୁନି । କେତେବେଳେ ବିମାନ ବିଳମ୍ବ ତ ପୁଣି କେତେବେଳେ ବାତିଲ । ସେପଟେ ଅନ୍ୟ ଏୟାରଲାଇନ୍ସର ଚଢ଼ା ଟିକେଟ୍ ଦର ପାଇଁ ପକେଟରେ ପଇସା ନାହିଁ । ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନଥିବାରୁ ଯାତ୍ରୀଙ୍କ ମନରେ ପ୍ରବଳ ଅସନ୍ତୋଷ ।

ଅଧିକ ପଢନ୍ତୁ: ଇଣ୍ଡିଗୋ ସଙ୍କଟକୁ ନେଇ ରେଲୱେର ବଡ଼ ନିଷ୍ପତ୍ତି : ଯାତ୍ରୀଙ୍କ ପାଇଁ ଅତିରିକ୍ତ ଟ୍ରେନ୍‌ ସୁବିଧା

କିଏ କାନ୍ଦି ଫେରୁଛନ୍ତି ତ କିଏ ଆଶା ରଖି ଭୋକ ଉପାରେ ଦୀର୍ଘଘଣ୍ଟାର ଅପେକ୍ଷାରେ ଅଛନ୍ତି । ଫୋର ୱିଣ୍ଡୋ ବିଭିନ୍ନ ବିମାନବନ୍ଦରରୁ ଆସୁଛି ଯାତ୍ରୀଙ୍କ ଅସନ୍ତୋଷର ଚିତ୍ର । କେଉଁଠି ପାଟିତୁଣ୍ଡ ପୁଣି କେଉଁଠି କ୍ରିୟୁ ସଦସ୍ୟଙ୍କ ସହ ଦୁର୍ବ୍ୟବହାର ଚିତ୍ର ସାମ୍ନାକୁ ଆସୁଛି । ଏହା ଭିତରେ ଇଣ୍ଡିଗୋ କର୍ମଚାରୀଙ୍କ ସମର୍ଥନରେ ବାହାରିଛନ୍ତି ଅଭିନେତା ସୋନୁ ସୁଦ । ଇଣ୍ଡିଗୋ ଯାତ୍ରୀଙ୍କ ଅସୁବିଧା ଦୂର ପାଇଁ ଆଗେଇ ଆସିଛି ଭାରତୀୟ ରେଳବାଇ । ଦେଶବ୍ୟାପୀ ୩୭ଟି ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ୍ ଯୋଡ଼ାଯାଇଛି । ସେପଟେ ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଏୟାର ଲାଇନ୍ସଗୁଡ଼ିକ ଯାତ୍ରୀଭଡ଼ା ବଢ଼ାଇ ପାରିବେନି ବୋଲି କଡ଼ା ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।  


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe