କନକ ବ୍ୟୁରୋ: ଅନିଶ୍ଚିତା ଭିତରେ ଯାତ୍ରୀଙ୍କ ଲମ୍ବା ଲାଇନ ଯୋଗୁ ବିମାନବନ୍ଦରରେ ୱେଟିଂ ହଲର ସ୍ଥିତି ବଦଳିଥିବା ଦେଖିବାକୁ ମିଳିଛି । ସୂଚନା ସ୍କ୍ରିନ ଉପରୁ ନଜର ହଟୁନି । କେତେବେଳେ ବିମାନ ବିଳମ୍ବ ତ ପୁଣି କେତେବେଳେ ବାତିଲ । ସେପଟେ ଅନ୍ୟ ଏୟାରଲାଇନ୍ସର ଚଢ଼ା ଟିକେଟ୍ ଦର ପାଇଁ ପକେଟରେ ପଇସା ନାହିଁ । ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନଥିବାରୁ ଯାତ୍ରୀଙ୍କ ମନରେ ପ୍ରବଳ ଅସନ୍ତୋଷ ।
ଅଧିକ ପଢନ୍ତୁ: ଇଣ୍ଡିଗୋ ସଙ୍କଟକୁ ନେଇ ରେଲୱେର ବଡ଼ ନିଷ୍ପତ୍ତି : ଯାତ୍ରୀଙ୍କ ପାଇଁ ଅତିରିକ୍ତ ଟ୍ରେନ୍ ସୁବିଧା
କିଏ କାନ୍ଦି ଫେରୁଛନ୍ତି ତ କିଏ ଆଶା ରଖି ଭୋକ ଉପାରେ ଦୀର୍ଘଘଣ୍ଟାର ଅପେକ୍ଷାରେ ଅଛନ୍ତି । ଫୋର ୱିଣ୍ଡୋ ବିଭିନ୍ନ ବିମାନବନ୍ଦରରୁ ଆସୁଛି ଯାତ୍ରୀଙ୍କ ଅସନ୍ତୋଷର ଚିତ୍ର । କେଉଁଠି ପାଟିତୁଣ୍ଡ ପୁଣି କେଉଁଠି କ୍ରିୟୁ ସଦସ୍ୟଙ୍କ ସହ ଦୁର୍ବ୍ୟବହାର ଚିତ୍ର ସାମ୍ନାକୁ ଆସୁଛି । ଏହା ଭିତରେ ଇଣ୍ଡିଗୋ କର୍ମଚାରୀଙ୍କ ସମର୍ଥନରେ ବାହାରିଛନ୍ତି ଅଭିନେତା ସୋନୁ ସୁଦ । ଇଣ୍ଡିଗୋ ଯାତ୍ରୀଙ୍କ ଅସୁବିଧା ଦୂର ପାଇଁ ଆଗେଇ ଆସିଛି ଭାରତୀୟ ରେଳବାଇ । ଦେଶବ୍ୟାପୀ ୩୭ଟି ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ୍ ଯୋଡ଼ାଯାଇଛି । ସେପଟେ ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଏୟାର ଲାଇନ୍ସଗୁଡ଼ିକ ଯାତ୍ରୀଭଡ଼ା ବଢ଼ାଇ ପାରିବେନି ବୋଲି କଡ଼ା ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/06/indigo-flight-2025-12-06-21-20-05.jpg)