shubman gill Photograph: (KanakNews)
କନକ ବ୍ୟୁରୋ; କୋଲକାତାରେ ଚାଲିଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଅଧିନାୟକ ଶୁବମନ ଗିଲ୍ ଆହତ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମ୍ୟାଚର ଦ୍ବିତୀୟ ଦିନ ବ୍ୟାଟିଂ କରୁଥିବା ବେଳେ ଆହତ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ସ୍ପିନର ସାଇମନ୍ ହାର୍ମରଙ୍କ ବଲରେ ସୁଇପ୍ ସଟ୍ ଖେଳୁଥିବା ବେଳେ ଯନ୍ତ୍ରଣା ଅନୁଭୂତ କରିଥିଲେ ।
ଅଧିକ ପଢନ୍ତୁ :ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ; ଟିମ୍ ଇଣ୍ଡିଆ ପାଇଁ ଫିଟିଲା ବାଟ
ପରେ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫଳରେ ତାଙ୍କର ଦ୍ବିତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କା ଦେଖାଦେଇଛି ।
ହସ୍ପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ସେଠାରେ ତାଙ୍କର ସ୍କାନ୍ ଓ ଏମଆରଇ ଟେଷ୍ଟ କରାଯାଇଛି । ଗିଲଙ୍କ ଅନୁପସ୍ଥିତିରେ ଋଷଭ ପନ୍ତ ଟିମର ନେତୃତ୍ବ ନେଉଛନ୍ତି ।
Follow Us