ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ, ୨ ବିଧାୟକଙ୍କ ବୁଝାସୁଝା ପରେ ଓହରିଲା ଶିକ୍ଷକ ସଂଘ

Advertisment

୧୫ ଦିନ ଭିତରେ ଦାବି ନେଇ ବିଚାର ଓ ନିଷ୍କର୍ଷର ପ୍ରତିଶ୍ରୁତି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନକାରୀ । ବିଜେପିର ୨ ବିଧାୟକ ବୁଝାସୁଝା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ ।

୧୫ ଦିନ ଭିତରେ ଦାବି ନେଇ ବିଚାର ଓ ନିଷ୍କର୍ଷର ପ୍ରତିଶ୍ରୁତି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନକାରୀ । ବିଜେପିର ୨ ବିଧାୟକ ବୁଝାସୁଝା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ ।

2

Photograph: (Kanak News)

କନକ ବ୍ୟୁରୋ: ଶିକ୍ଷକ ଆନ୍ଦୋଳନ ସ୍ଥଗିତ । ୧୫ ଦିନ ଭିତରେ ଦାବି ନେଇ ବିଚାର ଓ ନିଷ୍କର୍ଷର ପ୍ରତିଶ୍ରୁତି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନକାରୀ । ବିଜେପିର ୨ ବିଧାୟକ ବୁଝାସୁଝା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ । ୩ ଦିନ ଧରି ଆହୋରାତ୍ର ଆନ୍ଦୋଳନରେ ବସିଥିଲା ସଂଘ । ୫ ଦଫା ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନରେ ବସିଥିଲା ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି । 

ରାଜ୍ୟରେ ବଢୁଛି ଶୀତର ପ୍ରକୋପ: ଆହୁରୀ ସପ୍ତାହେ ପ୍ରବଳ ଥଣ୍ଡା

ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଏକାମ୍ର ବିଧାୟକ ବାବୁ ସିଂ ଆନ୍ଦୋଳନ ସ୍ଥଳକୁ ଆସି ଆନ୍ଦୋଳନ ରତ ଶିକ୍ଷକଙ୍କ ଦାବି ନେଇ ସରକାର ଅବଗତ ଅଛନ୍ତି ଏବଂ ଏନେଇ ଏକ କମିଟି ଗଠନ ହୋଇଛି । ୧୫ ଦିନ ମଧ୍ୟରେ ସମସ୍ତ ଦାବି ସଂପର୍କରେ ତର୍ଜମା କରି ଏକ ନିଷ୍କର୍ଷ ବାହାରିବା ନେଇ  ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe