Photograph: (kanaknews)
କନକବ୍ୟୁରୋ : ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବିକିଦେଲେ ଶିକ୍ଷକ, ତାତିଲେ ଅଭିଭାବକ। ସ୍କୁଲରେ ପହଞ୍ଚି ଜବାବ ମାଗିଲା ବେଳକୁ ଛୁଟିରେ ଚାଲିଯାଇଛନ୍ତି ସମ୍ପୃକ୍ତ ଶିକ୍ଷକ । ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପରେ ହସ୍ତକ୍ଷେପ କରିଛି ଜିଲ୍ଲା ପ୍ରଶାସନ l ନୟାଗଡ଼ ସଦର ଥାନା ଉଦୟପୁର ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅଧିକ ପଢନ୍ତୁ... ପର୍ଯ୍ୟଟନ ପାଇଁ ପରିବେଶକୁ ଦିଆଯାଉଛି ବଳି : ହୀରାକୁଦରେ କଟା ହେବ ୧୬୯୦ ଗଛ
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସ୍କୁଲକୁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳରୁ ପ୍ରାୟ ୭ ରୁ ୮ ବସ୍ତା ଚାଉଳ ବାହାରେ ବିକ୍ରି କରିଦିଆଯାଇଛି । ସହକାରୀ ଶିକ୍ଷକ ମନୋଜ କୁମାର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ସହଯୋଗରେ ଏଭଳି କାର୍ଯ୍ୟ କରାଯାଇଛି ।
ଏନେଇ ସମ୍ପୃକ୍ତ ଶିକ୍ଷକଙ୍କୁ ପଚାରିବାରୁ ଆଲୋଚନା ପାଇଁ ସୋମବାରକୁ ଦିନ ଧାର୍ଯ୍ୟ କରାଯାଇଥିଲା l ହେଲେ ଗ୍ରାମବାସୀ ସ୍କୁଲ ରେ ପହଁଚିଲା ବେଳକୁ ଶିକ୍ଷକ ଜଣକ ଛୁଟିରେ ଚାଲିଯାଇଛନ୍ତି l ଏହାକୁ ନେଇ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ସ୍କୁଲ ପରିସରରେ ଉତ୍ତେଜନା ଦେଖାଯାଇଥିଲା l ଖବର ପାଇ ପ୍ରଥମେ ସିଆରସିସି ଓ ବିଇଓ ସ୍କୁଲରେ ପହଁଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।
ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସେପଟେ କୋରାପୁଟ ବୈପାରୀଗୁଡା ଶିରିବେଡା ପିଏମଶ୍ରୀ ସ୍କୁଲର ୪୧ ଅନ୍ତେବାସୀ ଅସୁସ୍ଥ । ପେଟ ବ୍ୟଥାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ୩୫ଜଣ ଅନ୍ତେବାସୀ । ବୈପାରିଗୁଡା ଏବଂ ରାମଗିରିରୁ ଏକ ଡ଼ାକ୍ତରୀ ଦଳ ଶିରିବେଡା ହଷ୍ଟେଲରେ ପହଞ୍ଚି ଅନ୍ୟ ୬ଜଣ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟଯାଞ୍ଚ କରିଛନ୍ତି । ତେବେ କେଉଁ କାରଣରୁ ଅନ୍ତେବାସୀ ମାନେ ଅସୁସ୍ଥ ହୋଇଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି ।
Follow Us