କନକବ୍ୟୁରୋ : ପର୍ଯ୍ୟଟନ ପାଇଁ ପରିବେଶକୁ ଦିଆଯାଉଛି ବଳି । ହୀରାକୁଦରେ କଟା ହେବ ୧୬୯୦ ଗଛ, ମୋଟ ୨୮ ଏକର ଜମିରେ ହେବ ତିଆରି ହେବ ଫୁଡ ପ୍ଲାଜା । ହୀରାକୁଦରେ ପର୍ଯ୍ୟଟନର ବିକାଶ ନାଁରେ ହଜାର ହଜାର ଗଛ କଟା ଚାଲିଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ... ସର୍ବସ୍ବ ଦାନ କରିଦେଲେ ଶତାୟୁ ଡାକ୍ତର; ସଞ୍ଚିତ ଅର୍ଥରେ ହେବ ମହିଳାଙ୍କ କର୍କଟ ଚିକିତ୍ସା
୨୮ ଏକର ଜମିରେ ନିର୍ମାଣ ହେବାକୁ ଥିବା ୧୦୦ କୋଟିର ଆରାଇଭାଲ ପ୍ଲାଜା ନିର୍ମାଣ ପାଇଁ ଏହି ଗଛକଟା ଆରମ୍ଭ ହୋଇଛି । ନଦୀବନ୍ଧର ରାଇଟ ଡାଇକରେ ଥିବା ଝାଙ୍କରାଣୀ ମନ୍ଦିର ନିକଟରେ ତାରକା ହୋଟେଲ ନିର୍ମାଣ ପାଇଁ ପ୍ରସ୍ତୁତି ସରିଛି । ଏବେ ପର୍ଯ୍ୟଟନ ଶିଳ୍ପର ବିକାଶ ନାଁରେ ନଦୀବନ୍ଧର ଅତି ନିକଟରେ ଥିବା ୧୬୯୦ ଗଛ ବଳି ପଡ଼ିବେ ।
ସେଥି ମଧ୍ୟରୁ ଅନେକ ଗଛ କଟା ସରିଲାଣି । ଗଛକଟାକୁ ବୁର୍ଲା ସହରରୁ ନଦୀବନ୍ଧର ପାୱାର ହାଉସ ରାସ୍ତାରେ ଏକ ଫୁଡ୍ ପ୍ଲାଜା ନିର୍ମାଣ କରିବା ସ୍ଥିର ହୋଇଛି । ଜଳ ସମ୍ପଦ ବିଭାଗର ୨୮ ଏକର ଜମିରେ ନିର୍ମାଣ କରିବା ପାଇଁ ବିଭାଗ ସହମତି ପ୍ରଦାନ କରିଥିବା ଜଣାଯାଇଛି । ଯାହା ଫଳରେ ଜୋରସୋରରେ ଗଛ କାଟିବା ଆରମ୍ଭ ହୋଇଛି । ଏଥିପାଇଁ ୧୬୯୦ ମୂଲ୍ୟବାନ ଗଛ କାଟିବାକୁ ସ୍ଥିର ହୋଇଛି ।
ଏହି ସ୍ଥାନରେ ପୂର୍ବରୁ ଗଛ ଥିଲା । ଜଙ୍ଗଲ ସୃଷ୍ଟି କରିବା ପାଇଁ ପରବର୍ତ୍ତୀ ସମୟର ସାଗୁଆନ ଭଳି ମୂଲ୍ୟବାନ ଗଛ ଲଗାହୋଇଥିଲା । ଓଡ଼ିଶା ବନ ଉନ୍ନୟନ କର୍ତ୍ତୃପକ୍ଷ ଗଛ କାଟିବା ସହ ଗଛ ନେଇ ଯାଉଥିବା ଦେଖାଯାଉଛି । ଗଛ କାଟିବା ଦ୍ବାରା ଜୈବ ବିବିଧତା ବିଗିଡ଼ିବା ଆଶଙ୍କା ରହିଛି । ନଦୀବନ୍ଧର ତଳ ମୁଣ୍ଡର ମୃତ୍ତିକାକୁ ଏହି ଗଛ ଜାବୁଡ଼ି ରଖିଥିବା ଓ ଗଛ ନଷ୍ଟ ହେବା ଦ୍ବାରା ଭବିଷ୍ୟତରେ ନଦୀବନ୍ଧ ପ୍ରଭାବିତ ହେବା ବୋଲି ପରିବେଶବିତ୍ ଆଶଙ୍କା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/02/1-2025-12-02-07-34-08.jpg)