କନକବ୍ୟୁରୋ : କଲବଲ କରୁଛି ଟାଟା ସ୍ମାର୍ଟ ମିଟର । ମାଲକାନଗିରି କୁର୍ଷିୱାଡା ଗାଁ ର ବିଧବା ମହିଳା  ଦେବେ ପଡିଆମି ।  ଗତ ୧୨ ବର୍ଷ ପୁର୍ବେ ସ୍ୱାମୀ ନାନ୍ଦା ପଡିଆମି ଆରପାରି କୁ ଚାଲି ଯିବା ପରେ କୁଲି ମଜୁରୀ କରି ବହୁ ଦୁଖ କଷ୍ଟରେ  ୪ ଝିଅ କୁ ପାଠ ପଢାଉଛନ୍ତି ଦେବେ ।  ଏହି ଆବାସ ଯୋଜନା ରେ ପ୍ରାପ୍ତ ଘର ର ବିଦ୍ୟୁତ ବିଲ ବାବଦକୁ ପ୍ରତି ମାସ ଅର୍ଥ ପୈଠ କରୁ ଥିବା କହିଛନ୍ତି ଦେବେ । ତେବେ ସ୍ୱାମୀ ନାଁ ରେ ଥିବା ବିଦ୍ୟୁତ ବିଲ ଗଡି ଗଡି ଏବେ ୫୦ ହଜାର ୯୫୧ ଟଙ୍କା ରେ ପହଁଚିବା ପରେ ହଠାତ ଗତ ନଭେମ୍ବର ମାସରେ ଆପେ ଆପେ ସ୍ମାର୍ଟ ମିଟର ରୁ ବିଦ୍ୟୁତ କଟି ଯାଇ ଥିବା କହିଛନ୍ତି  ଦେବେ ପଡିଆମି ।

Advertisment

ଅଧିକ ପଢନ୍ତୁ... ଭଦ୍ରକ ଜିଲ୍ଲା ରାଜରାଜେଶପଲ୍ଲୀ ଗାଁରେ ନାବାଳିକା ନିଖୋଜ ଘଟଣା ଉପରୁ କେବେ ହଟିବ ପରଦା ?

ତେବେ ଦେବେ ପଡିଆମି ଟାଟା ପାୱାର ବିଦ୍ୟୁତ ବିତରଣ ଦାୟୀତ୍ୱ ଗ୍ରହଣ ପରେ ପ୍ରତିମାସ ରେ ନିୟମିତ ବିଲ ପୈଠ କରୁ ଥିବା କହିଛନ୍ତି । ତେବେ ତାଙ୍କ ସ୍ୱାମୀଙ୍କ ନାଁ ରେ ଗଡୁ ଥିବା ବକୟା ଯୋଗୁ ବିଦ୍ୟୁତ କଟି ଯାଇ ଥିବା କହିଛନ୍ତି ଦେବେ ପଡିଆମି । ହଟହଟା ହୋଉଛନ୍ତି ଗରିବ ଚାଷୀ । ମାଲାକନଗିରି ଏମଭି 20 ଗାଁ ର ତାରକ ମଣ୍ଡଳ । ତାରକ ନାଁ ରେ ୩ ହଜାର ୮୪୩ ଟଙ୍କା ୩୮ ପଇସା ବକୟା ଗଡୁ ଥିଲା । ତେବେ ସେ ନିୟମିତ ବିଦ୍ୟୁତ ବିଲ ପୈଠ କରୁ ଥିଲେ ।

ହଠାତ ଦିନେ ଟାଟା ପାୱାର କମ୍ପାନୀ ରୁ ଫୋନ କଲ ଆସି ଥିଲା ବିଦ୍ୟୁତ ବିଲ ପୈଠ କରିବା ଲାଗି । ତେବେ ମଣ୍ଡି ରେ ଧାନ ବିକ୍ରି ହେଲେ ବକୟା ପୈଠ କରିବା ବୋଲି ନେହୁରା ହୋଇ ଥିଲେ । ତେବେ ତାରକ ବିଦ୍ୟୁତ ବିଲ ବାନ୍ଧି ନ ପାରିବାରୁ ତାଙ୍କ ବିଦ୍ୟୁତ ସଂଯୋଗ କାଟି ଦେଇ ଥିଲେ । ପ୍ରାୟ ୧୫ ଦିନ ଅନ୍ଧାର ରେ ଦିନ ବିତାଇବା ପରେ ଗତ ୨୦ ତାରିଖରେ ତାରକ 4000 ଟଙ୍କା ପୈଠ କରିବାର କିଛି ଘଣ୍ଟା ପରେ ଆପେ ଆପେ ବିଦ୍ୟୁତ ସଂଯୋଗ ହୋଇ ଥିବା କହିଛନ୍ତି ତାରକ ।