ବିନା ତାର୍ପୋଲିନ୍ କଭର୍‌ରେ ଏଣିକି ଯାଇ ପାରିବନି କୌଣସି ବାଲି ବୋଝେଇ ଟ୍ରକ୍: ନିୟମ ଉଲ୍ଲଙ୍ଘନ କଲେ ଗଣିବେ ତଣ୍ଡ

Advertisment

ରାତିରେ ହାଇୱାରେ ବାଲି ପରିବହନ କରି ମନଇଚ୍ଛା ରାସ୍ତାରେ ଯାଉଛନ୍ତି । ବାଲି ପରିବହନ କରୁଥିବା ଗାଡ଼ିମାନଙ୍କ ବେଗରେ କଟକଣା ଥିଲେ ମଧ୍ୟ କେହି ଏହାକୁ ମାନୁ ନାହାନ୍ତି । ଯେଉଁଥିପାଇଁ ରାସ୍ତାରେ ପଡୁଥିବା ବାଲି ଓ ଦ୍ରୁତ ଗତିରେ ଯାଉଥିବା ହାଇୱାମାନଙ୍କ ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି ।

ରାତିରେ ହାଇୱାରେ ବାଲି ପରିବହନ କରି ମନଇଚ୍ଛା ରାସ୍ତାରେ ଯାଉଛନ୍ତି । ବାଲି ପରିବହନ କରୁଥିବା ଗାଡ଼ିମାନଙ୍କ ବେଗରେ କଟକଣା ଥିଲେ ମଧ୍ୟ କେହି ଏହାକୁ ମାନୁ ନାହାନ୍ତି । ଯେଉଁଥିପାଇଁ ରାସ୍ତାରେ ପଡୁଥିବା ବାଲି ଓ ଦ୍ରୁତ ଗତିରେ ଯାଉଥିବା ହାଇୱାମାନଙ୍କ ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି ।

Sand Truck

Sand Truck Photograph: (Kanak News)

କନକ ବ୍ୟୁରୋ: ବିନା ତାର୍ପୋଲିନ୍‌ କଭର୍‌ରେ କୌଣସି ମାଲ୍‌ ପରିବହନ ଗାଡ଼ି ରାଜପଥ କିମ୍ବା ସହର ଭିତର ରାସ୍ତାରେ ଗଡ଼ିପାରିବନି । ପ୍ରଦୂଷଣକୁ ନେଇ ଜିଲ୍ଲାପାଳଙ୍କ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ବାଲି ମାଫିଆମାନେ ମାନୁ ନାହାନ୍ତି । ରାତିରେ ହାଇୱାରେ ବାଲି ପରିବହନ କରି ମନଇଚ୍ଛା ରାସ୍ତାରେ ଯାଉଛନ୍ତି । ବାଲି ପରିବହନ କରୁଥିବା ଗାଡ଼ିମାନଙ୍କ ବେଗରେ କଟକଣା ଥିଲେ ମଧ୍ୟ କେହି ଏହାକୁ ମାନୁ ନାହାନ୍ତି । ଯେଉଁଥିପାଇଁ ରାସ୍ତାରେ ପଡୁଥିବା ବାଲି ଓ ଦ୍ରୁତ ଗତିରେ ଯାଉଥିବା ହାଇୱାମାନଙ୍କ ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । ତେଣୁ ତାର୍ପୋଲିନ୍‌ରେ ଘୋଡ଼ାଇବା ସହ ରାସ୍ତାରେ ବାଲି ପଡ଼ିଲେ ତାହାକୁ ସଫା କରିବା ପାଇଁ ଖଣି ବିଭାଗ ପକ୍ଷରୁ ବାଲିଘାଟ ଲିଜ୍‌ଧାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ନମାନିଲେ ଲିଜ୍‌ଧାରୀ ମୋଟା ଅଙ୍କର ଜରିମାନା ଦେବାକୁ ପ୍ରସ୍ତୁତ ରହିବେ ବୋଲି ଚେତାବନୀ ଦିଆଯାଇଛି । 

 

ଟଙ୍କା ପାଇଁ ସ୍ତ୍ରୀକୁ ଦୁବାଇରେ ବିକିଦେଲା ସ୍ବାମୀ: ଏବେ ଝିଅକୁ ବିକିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ

ବାଲି ବୋଝେଇ ଗାଡ଼ିରେ କଟକଣା
ବାଲି ବୋଝେଇ ଗାଡ଼ି ଉପରେ ଖଣିବିଭାଗର କଟକଣା
ବିନା ତାର୍ପୋଲିନ୍‌ କଭର୍‌ରେ ରାସ୍ତାରେ ନେଇ ପାରିବେନି ବାଲି ବୋଝେଇ ଗାଡ଼ି
ଖଣିବିଭାଗ ପକ୍ଷରୁ ନିୟମ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ
ବାଲି ବୋଝେଇ ଟ୍ରକ୍‌ରେ ଲାର୍ପୋଲିନ୍ ଘୋଡ଼ାଇବେ ଲିଜ୍‌ଧାରୀ 
ରାସ୍ତାରେ ବାଲି ପଡ଼ିଲେ ସଫା କରିବା ଲିଜ୍‌ଧାରୀଙ୍କ କାମ
ନିୟମ ନମାନିଲେ ଲିଜ୍‌ଧାରୀ ଗଣିବେ ମୋଟା ଅଙ୍କର ତଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe