କନକ ବ୍ୟୁରୋ: ଅଗ୍ନିକୁ ସାକ୍ଷୀ ରାଖୀ ବେଦୀରେ ସାତ ଜନମ ପାଇଁ ସାଥି ହୋଇଥିଲେ । ହେଲେ ସ୍ତ୍ରୀଙ୍କୁ ସ୍ବାମୀ ବିଦେଶରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ସ୍ତ୍ରୀକୁ ବିକ୍ରି କରିବା ପରେ ନିଜ ଝିଅକୁ ମଧ୍ୟ ବିକ୍ରି କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଦୀର୍ଘ ପ୍ରାୟ ୭ ବର୍ଷ ହେଲା ଦୁବାଇରେ ନିର୍ଯାତିତ ହେଉଥିବା ମହିଳାଙ୍କ ବାପା ଆଜି ପୁଣି ଥରେ ପ୍ରଶାସନ ପାଖରେ ତାଙ୍କ ଝିଅକୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । 

Advertisment

କୋର୍ଟକୁ ଧମକ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ: ଅପରାଧୀ ପାଖରେ ପହଞ୍ଚିବାରେ ସୃଷ୍ଟି ହେଉଛି ସମସ୍ୟା

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବୁରାବନ୍ଧ ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । ପ୍ରେମା ମହାନନ୍ଦଙ୍କ୍ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ତାଙ୍କ ଶାଶୁ, ଶ୍ବଶୁର । ତେବେ ପେଟପାଟଣା ନେଇ ଉଭୟ ସ୍ୱାମୀ ସ୍ତ୍ରୀ ମୁମ୍ବାଇକୁ ଦାଦନ ଖଟି ଯାଇଥିଲେ । ସେଠାରେ ଧନୀ ଶେଖ ନାମକ ଜଣେ ବ୍ୟକ୍ତିଙ୍କ ହାତରେ ନିଜ ପତ୍ନୀଙ୍କୁ ବିକ୍ରି କରିଦେଇଥିଲା ସ୍ୱାମୀ । ତାପରେ ମହିଳାଙ୍କୁ ନେଇ ଦୁବାଇ ଚାଲିଯାଇଥିଲା ସମ୍ପୃକ୍ତ ବ୍ୟକ୍ତି । ଏନେଇ ମହିଳାଙ୍କ ତିନି ନାବାଳିକା ଝିଅ ମାଁକୁ ଝୁରି ହେଉଥିବା ବେଳେ ମାଁ ମଧ୍ୟ ନିଜ ଘରକୁ ଫେରିବାକୁ ବ୍ୟାକୁଳ ହୋଇପଡିଛନ୍ତି । ଏପଟେ ପ୍ରେମାନନ୍ଦ ନିଜର ୧୭ ବର୍ଷର ଝିଅକୁ ମଧ୍ୟ ବିବାହ ନାମରେ ବିକ୍ରୟ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି । ପୁର୍ବରୁ ଦୁବାଇରେ ଥିବା ନିଜ ଝିଅକୁ ଉଦ୍ଧାର ପାଇଁ ୨୦୨୨ ଜୁଲାଇରେ ମହିଳାଙ୍କ ବାପା ଟିଟିଲାଗଡ଼ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ ମାମଲାକୁ ଗୁରୁତ୍ୱ ଦେଇନଥିଲା । ଏନେଇ ପୀଡିତାଙ୍କ ପରିବାର ଲୋକେ ସମାଜସେବୀ ରଞ୍ଜୁ ରାଏମନଙ୍କ ସହାୟତା ରେ  ଟିଟିଲାଗଡ଼ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଦୁବାଇରୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ଏନେଇ ଉପଜିଲାପାଳ ପଦ୍ମନାଭ ସାମନ୍ତରାୟ ପରିବାରଙ୍କୁ ସାନ୍ତ୍ୱନା ଦେବା ସହ ତିନି ନାବାଳିକାଙ୍କ ସହାୟତା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି ।