ତାଲିବାନର ନୂତନ ଆଇନ: ଫେରିବ ଦାସତ୍ୱ, ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ

Advertisment

ଏହି ସଂହିତା ଅନୁଯାୟୀ, ଯଦି ଜଣେ ଇସଲାମିକ ଧାର୍ମିକ ବିଦ୍ୱାନ କୌଣସି ଅପରାଧ କରନ୍ତି, ତେବେ ଦଣ୍ଡାଦେଶ କେବଳ ପରାମର୍ଶ ପର୍ୟ୍ୟନ୍ତ ସୀମିତ ରହିବ। ଯଦି ଅପରାଧୀ ଉଚ୍ଚବର୍ଗର, ତେବେ ପରିଣାମ ସ୍ୱରୂପ କୋର୍ଟ ପକ୍ଷରୁ ସମନ ଓ ପରାମର୍ଶ ଦିଆଯିବ। ତଥାକଥିତ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ, ସମାନ ଅପରାଧ ପାଇଁ ଜେଲଦଣ୍ଡାଦେଶ ହେବ ।

ଏହି ସଂହିତା ଅନୁଯାୟୀ, ଯଦି ଜଣେ ଇସଲାମିକ ଧାର୍ମିକ ବିଦ୍ୱାନ କୌଣସି ଅପରାଧ କରନ୍ତି, ତେବେ ଦଣ୍ଡାଦେଶ କେବଳ ପରାମର୍ଶ ପର୍ୟ୍ୟନ୍ତ ସୀମିତ ରହିବ। ଯଦି ଅପରାଧୀ ଉଚ୍ଚବର୍ଗର, ତେବେ ପରିଣାମ ସ୍ୱରୂପ କୋର୍ଟ ପକ୍ଷରୁ ସମନ ଓ ପରାମର୍ଶ ଦିଆଯିବ। ତଥାକଥିତ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ, ସମାନ ଅପରାଧ ପାଇଁ ଜେଲଦଣ୍ଡାଦେଶ ହେବ ।

28bbs_13_28012026_111

କନକ ବ୍ୟୁରୋ : ତାଲିବାନ ଆଫଗାନିସ୍ତାନରେ ଏହାର ସର୍ବୋଚ୍ଚ ନେତା ହିବାତୁଲ୍ଲା ଆଖୁନ୍ଦଜାଦାଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିବା ଫୌଜଦାରୀ ପ୍ରକ୍ରିୟା ସଂହିତା ଏକ ଶ୍ରେଣୀ-ଭିତ୍ତିକ ନ୍ୟାୟ ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠା କରିଛି। ଏହା ମାନବାଧିକାର ସଂଗଠନ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଦେଶର ଆଇନଗତ ଓ ରାଜନୈତିକ ବ୍ୟବସ୍ଥାର ଦିଗ ଉପରେ ଆନ୍ତର୍ଜାତୀୟସ୍ତରରେ ଚିନ୍ତା ବୃଦ୍ଧି ପାଇଛି। ୪ ଜାନୁଆରି ୨୦୨୬ରେ ଜାରି ହୋଇଥିବା ଏହି ନୂଆ ଆଇନ ସାରା ଦେଶର କୋର୍ଟଗୁଡ଼ିକୁ ପଠାଇ ଦିଆଯାଇଛି। ନୂତନ ସଂହିତାକୁ ଆଫଗାନ ମାନବାଧିକାର ସଂଗଠନ ରାୱାଦାରୀ ପକ୍ଷରୁ ବିରୋଧ କରାଯାଇଛି। ଏହି ସଂଗଠନ ଆଇନ ଉଲ୍ଲଂଘନ ଉପରେ ନଜର ରଖିଥାଏ। ଏହି ଡକ୍ୟୁମେଣ୍ଟର ତିନୋଟି ବିଭାଗ ଓ ୧୦ ଅଧ୍ୟାୟରେ ୧୧୯ ପ୍ରବନ୍ଧ ରହିଛି। ସମାଲୋଚକମାନେ କହିଛନ୍ତି ଯେ, ଏହାର ସବୁଠାରୁ ଚିନ୍ତାଜନକ ବୈଶିଷ୍ଟ୍ୟ ମଧ୍ୟରୁ ଗୋଟିଏ ହେଉଛି ନ୍ୟାୟ ବ୍ୟବସ୍ଥା ମଧ୍ୟରେ ସାମାଜିକ ପଦାନୁକ୍ରମର ସ୍ପଷ୍ଟ ଆଇନକରଣ।

ନୂଆ ଦିଗରେ ଭାରତ-ତାଲିବାନ ସମ୍ପର୍କ ; କାବୁଲରେ ଖୋଲିବ ହିନ୍ଦୁ-ଆଫଗାନ୍ ରିସର୍ଚ୍ଚ ସେଣ୍ଟର

ସମାଜ ଚାରି ବର୍ଗରେ ବିଭକ୍ତ
ବିବାଦର କେନ୍ଦ୍ରରେ ଧାରା ୯ ରହିଛି। ଏହି ଧାରା ଆଫଗାନ ସମାଜକୁ ଚାରୋଟି ବର୍ଗରେ ବିଭକ୍ତ କରୁଛି। ସେସବୁ ବର୍ଗ ମଧ୍ୟରେ ଧାର୍ମିକ ବିଦ୍ୱାନ (ଉଲମା କିମ୍ବା ମୁଲ୍ଲା), କ୍ଷମତାଶାଳୀ(ଅଶ୍ରଫ), ମଧ୍ୟବିତ୍ତ ବର୍ଗ ଓ ନିମ୍ନ ବର୍ଗ। ଏହି ବ୍ୟବସ୍ଥା ଅନୁଯାୟୀ, ସମାନ ଅପରାଧ ପାଇଁ ଦଣ୍ଡ ଆଉ ମୁଖ୍ୟତଃ ଅପରାଧର ପ୍ରକୃତି କିମ୍ବା ଗୁରୁତ୍ୱ ଦ୍ୱାରା ନିର୍ଣ୍ଣୟ କରାଯିବ ନାହିଁ ବରଂ ଅଭିଯୁକ୍ତଙ୍କର ସାମାଜିକ ସ୍ଥିତି ଦ୍ୱାରା ନିର୍ଣ୍ଣୟ କରାଯିବ। ଯାହାକି ପୁରାତନ ସମୟରେ ପ୍ରଚଳିତ ଥିଲା। ଆର୍ଥାତ୍ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ନୀତିକୁ ଗ୍ରହଣ କରାଯିବ।

ଉଲମା କିମ୍ବା ମୁଲ୍ଲା ଅପରାଧ କଲେ ମିଳିବନି ଦଣ୍ଡ
ଏହି ସଂହିତା ଅନୁଯାୟୀ, ଯଦି ଜଣେ ଇସଲାମିକ ଧାର୍ମିକ ବିଦ୍ୱାନ କୌଣସି ଅପରାଧ କରନ୍ତି, ତେବେ ଦଣ୍ଡାଦେଶ କେବଳ ପରାମର୍ଶ ପର୍ୟ୍ୟନ୍ତ ସୀମିତ ରହିବ। ଯଦି ଅପରାଧୀ ଉଚ୍ଚବର୍ଗର, ତେବେ ପରିଣାମ ସ୍ୱରୂପ କୋର୍ଟ ପକ୍ଷରୁ ସମନ ଓ ପରାମର୍ଶ ଦିଆଯିବ। ତଥାକଥିତ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ, ସମାନ ଅପରାଧ ପାଇଁ ଜେଲଦଣ୍ଡାଦେଶ ହେବ। ଅପରପକ୍ଷରେ ନିମ୍ନ ଶ୍ରେଣୀର ବ୍ୟକ୍ତିମାନଙ୍କ ପାଇଁ ଉଭୟ କାରାଦଣ୍ଡ ଓ ଶାରୀରିକ ଦଣ୍ଡ ଦିଆଯିବ। ମାନବାଧିକାର ଗୋଷ୍ଠୀଗୁଡ଼ିକ କହିଛନ୍ତି ଯେ, ଏହି ବ୍ୟବସ୍ଥା ପ୍ରଭାବଶାଳୀ ଭାବରେ ଧର୍ମଗୁରୁ ଓ ଧାର୍ମିକ ବ୍ୟକ୍ତିତ୍ୱମାନଙ୍କୁ ଅପରାଧରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପ୍ରଦାନ କରିବ। ଏହା ସମାଜରେ ଭେଦଭାବ ବୃଦ୍ଧି କରିବ ବୋଲି ମାନବାଧିକାର ଗୋଷ୍ଠୀ କହିଛନ୍ତି।

ଭାରତ ପରେ ଆଫଗାନ୍‌ର ୱାଟର୍‌ ଷ୍ଟ୍ରାଇକ୍‌,  କୁନାର ନଦୀରେ ବନ୍ଧ ନିର୍ମାଣ ପାଇଁ ତାଲିବାନ ସର୍ବୋଚ୍ଚ ନେତାଙ୍କ ନିର୍ଦ୍ଦେଶ

ପୁଣି ଫେରିବ ଦାସତ୍ୱ
ଏହି ଶ୍ରେଣୀ-ଭିତ୍ତିକ ଚ ବ୍ୟବସ୍ଥା ସ୍ୱାଧୀନ ବ୍ୟକ୍ତି ଓ କ୍ରୀତଦାସ ବିଷୟରେ ବାରମ୍ବାର ଉଲ୍ଲେଖ କରାଯାଇଛି। ତେବେ ଆନ୍ତର୍ଜାତୀୟ ଆଇନର ସ୍ଥାୟୀ ମାନଦଣ୍ଡ ଅନୁଯାୟୀ ସମସ୍ତ ପରିସ୍ଥିତିରେ ଦାସତ୍ୱକୁ ନିଷିଦ୍ଧ କରାଯାଇଛି, ତଥାପି ତାଲିବାନର ସଂହିତା ଏହାକୁ ଏକ ସାଧାରଣ ଆଇନଗତ ବର୍ଗ ଭାବରେ ବ୍ୟବହାର କରେ। ସାମାଜିକ ପଦାନୁକ୍ରମ ବ୍ୟତୀତ, ନୂତନ ଫୌଜଦାରୀ ପ୍ରକ୍ରିୟା ସଂହିତା ନ୍ୟାୟିକ ପ୍ରକ୍ରିୟାର ଅନେକ ମୌଳିକ ସୁରକ୍ଷାକୁ ମଧ୍ୟ ହଟାଇ ଦେବ। ଏହି ଦଲିଲ୍ ପ୍ରତିରକ୍ଷା ଓକିଲଙ୍କ ଅଧିକାର, ନୀରବ ରହିବାର ଅଧିକାର କିମ୍ବା ଭୁଲ୍ ଦଣ୍ଡ ପାଇଁ କ୍ଷତିପୂରଣ ପାଇବାର ଅଧିକାରକୁ ସ୍ୱୀକୃତି ଦେବ ନାହିଁ। ଏହା ଦୋଷୀ ପ୍ରମାଣ କରିବାର ମୁଖ୍ୟ ଉପାୟ ଭାବରେ ସ୍ୱୀକାରୋକ୍ତି ଓ ସାକ୍ଷ୍ୟ ଉପରେ ଅଧିକ ନିର୍ଭର କରିବ। ସେହିପରି ଏଥିରେ ସ୍ୱାଧୀନ ତଦନ୍ତର ଆବଶ୍ୟକତାକୁ ହଟାଇ ଦିଆଯାଇଛି। ମାନବାଧିକାର ଅଧିକାର ଗୋଷ୍ଠୀଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ ଏହି ଆଇନଗତ ଢାଞ୍ଚା ନିର୍ୟାତନା ଓ ବଳପୂର୍ବକ ସ୍ୱୀକାରୋକ୍ତିର ବିପଦକୁ ବୃଦ୍ଧି କରିବ। ବିଶେଷକରି ଏପରି ଏକ ବ୍ୟବସ୍ଥାରେ ଯେଉଁଠାରେ ବିଚାରପତି ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ବିନା ତଦାରଖ କିମ୍ବା ଦାୟିତ୍ୱରେ କାର୍ୟ୍ୟ କରିବେ। ଏହି ସଂହିତା ଶାରୀରିକ ଦଣ୍ଡର ବ୍ୟବହାରକୁ ବଢ଼ାଇବ। ଏଥିରେ ଚାବୁକ ମାଡ଼ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ସାଧାରଣ ସାଂସ୍କୃତିକ କିମ୍ବା ସାମାଜିକ କାର୍ୟ୍ୟକଳାପ ପାଇଁ ଲୋକଙ୍କୁ ଅଟକ ରଖିବା ଓ ଦଣ୍ଡ ଦେବା ପାଇଁ ବିଚାରପତିମାନଙ୍କୁ ବ୍ୟାପକ ଅଧିକାର ପ୍ରଦାନ କରିବ। ଫଳରେ ତାଲିବାନ ଶାସନରେ ଆଇନ ଅନ୍ଧ ଭାବେ କାର୍ୟ୍ୟ କରିବ ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe