କନକ ବ୍ୟୁରୋ : ତାଳଚେରରେ ଭୁଶୁଡ଼ିଲା ବିଜେଡି ଗଡ଼ । ବିଜେଡି ଛାଡ଼ିଲେ ତାଳଚେର ପୌରପରିଷଦ ନଗରପାଳ ପବିତ୍ର ଭୂତିଆଙ୍କ ସମେତ ୧୩ ଜଣ କାଉନସିଲର । ନଗରପାଳଙ୍କ ସମେତ ୧୩ ଜଣ କାଉନସିଲର ବିଜେଡ଼ି ସାଧାରଣ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଆଜି ତାଳଚେର ନଗରପାଳ ପବିତ୍ର ଭୂତିଆଙ୍କ ସମେତ ୧୩ ଜଣ କାଉନସିଲର ଯଥା ତାଳଚେର ପୌରପରିଷଦର ୧ ନମ୍ବର ୱାର୍ଡର କାଉନସିଲର ଆସିଫ ଖାନ, ୨ ନମ୍ବର ୱାର୍ଡର କାଉନସିଲର ଯଶୋବନ୍ତ ମିଶ୍ର, ୩ ନମ୍ବର ୱାର୍ଡର କାଉନସିଲର ଲିପିକା ବେହେରା, ୫ ନମ୍ବର ୱାର୍ଡର କାଉନସିଲର ସଞ୍ଜିବ କୁମାର ବେହେରା, ୬ ନମ୍ବର ୱାର୍ଡର କାଉନସିଲର ଜିତେନ୍ଦ୍ର ଭୂତିଆ, ୯ ନମ୍ବର ୱାର୍ଡର କାଉନସିଲର ମମତା ରାଉତ, ୧୦ ନମ୍ବର ୱାର୍ଡର କାଉନସିଲର ଅଜିତ କୁମାର ସାହୁ, ୧୧ ନମ୍ବର ୱାର୍ଡର କାଉନସିଲର ନିରୂପମା ପଟ୍ଟପନାୟକ ଦଳ ଛାଡ଼ିଛନ୍ତି । ସେହିପରି ୧୨ ନମ୍ବର ୱାର୍ଡର କାଉନସିଲର ସଞ୍ଜିବ କୁମାର ଗଡ଼ନାୟକ, ୧୪ ନମ୍ବର ୱାର୍ଡର କାଉନସିଲର ବଲବିନ୍ଦର କୁଅର, ୧୫ ନମ୍ବର ୱାର୍ଡର କାଉନସିଲର ସବିତା ପାଉଲ, ୧୮ ନମ୍ବର ୱାର୍ଡର କାଉନସିଲର ଲିନା ସାହୁ, ୨୦ ନମ୍ବର ୱାର୍ଡର କାଉନସିଲର ଅନିତା ବିଶ୍ବାଳ ବିଜେଡି ଛାଡ଼ିଛନ୍ତି । ଏମାନେ ତାଳଚେର ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜେଡ଼ି ସଭାପତି ବ୍ରଜକିଶୋର ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ମେଲ ଜରିଆରେ ନିଜ ନିଜର ଇସ୍ଥଫା ପତ୍ର ପ୍ରଦାନ କରିଥିବା ଜଣା ପଡ଼ିଛି । ଅପରପକ୍ଷରେ ୧୩ ଜଣ କାଉନସିଲରଙ୍କ ସମେତ ନଗରପାଳ ଆସନ୍ତା ୨୮ ତାରିଖ ଦିନ ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us