କନକ ବ୍ୟୁରୋ: ୧୯୮୦ରୁ ବିଜେପିର ସଦସ୍ୟ, ତିନି ତିନି ଥର ରାଜ୍ୟ ବିଜେପି ସଭାପତି । ତା ସହିତ ଦେବଗଡ ଲୋକସଭା ଆସନରୁ ସାଂସଦ ହେବା ସହ ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ । ଜଣେ ରାଜନେତା ଭାବେ ବେଶ ଲୋକପ୍ରିୟ ଥିଲେ ଦେବେନ୍ଦ୍ର ପ୍ରଧାନ ।
ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ବରିଷ୍ଠ ନେତା ଦେବେନ୍ଦ୍ର ପ୍ରଧାନଙ୍କର ଆଜି ବିୟୋଗ ଘଟିଛି । ଦିଲ୍ଲୀସ୍ଥିତ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହେଇଥିଲା ।
ରାଜନୈତିକ କ୍ୟାରିୟର
୧୯୮୦-୧୯୮୩- ତାଳଚେର ମଣ୍ଡଳର ବିଜେପି ସଭାପତି
୧୯୮୩-୧୯୮୮- ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି
୧୯୮୮- ୧୯୯୦- ବିଜେପି ରାଜ୍ୟ ସଭାପତି
୧୯୯୦-୧୯୯୩- ପୁଣିଥରେ ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ
୧୯୯୩-୧୯୯୫- ରାଜ୍ୟ ବିଜେପି ସାଧାରଣ ସମ୍ପାଦକ
୧୯୯୫-୧୯୯୭- ପୁନର୍ବାର ରାଜ୍ୟ ବିଜେପି ସଭାପତି
୧୯୯୭-୧୯୯୮- ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ
୧୯୯୮- ଦେଓଗଡ଼ରୁ ସାଂସଦ ଭାବେ ନିର୍ବାଚିତ
୧୯୯୮-୧୯୯୯- କେନ୍ଦ୍ର ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ
୧୯୯୯-୨୦୦୪- ଦେଓଗଡ଼ ଆସନରୁ ପୁନର୍ବାର ସାଂସଦ ଭାବେ ନିର୍ବାଚିତ
୧୯୯୯-୨୦୦୧- ପୁନର୍ବାର କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ
୨୦୦୧-୨୦୦୨- ବିଜେପି ଜାତୀୟ ଉପସଭାପତି
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଆଜୀବନ ସଦସ୍ୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/03/17/IDXFyUaB4mqHFWACIHBD.jpg)