କନକ ବ୍ୟୁରୋ : ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ । ଭିତରେ ଚାଲିଛି କୋଇଲା ଖଣି ଦୁର୍ନୀତିର ତଦନ୍ତ। ୨୦୧୪ରେ ରୁଜୁ ହୋଇଥିବା ମାମଲାରେ ୧୨ ବର୍ଷ ପରେ ଅଭିଯୋଗକାରୀ ଓ ଗ୍ରାମବାସୀଙ୍କୁ ପଚରାଉଚରା କରିଛି ଦିଲ୍ଲୀରୁ ଆସିଥିବା ସିବିଆଇର ଦୁଇ ଜଣିଆ ଟିମ୍। ଅଧିକାଂଶ ଲୋକଙ୍କୁ ଖଣି ସଂପ୍ରସାରଣ ନେଇ ହୋଇଥିବା ଜନ ଶୁଣାଣିରେ କଣ ହୋଇଥିଲା। ଜୋର ଜବରଦସ୍ତ ରାଜି କରାଯାଇଥିଲା ନା ସ୍ବତଃ ସମର୍ଥନ ଦେଇଥିଲେ ବୋଲି ସିବିଆଇ ଅଧିକାରୀ ପଚାରିଛନ୍ତି। ଏହାସହିତ ଖଣି ପାଇଁ ଅଞ୍ଚଳରେ ପ୍ରଦୂଷଣ ହୋଇଛି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅଧିକାରୀ।
ଅଧିକ ପଢ଼ନ୍ତୁ : କୋଇଲା ଖଣି ପାଇଁ ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା ନକରି ବିସ୍ଥାପନ, ଦାବି କରିବାରୁ ଜମିହରାଙ୍କ ଉପରେ ଜୁଲମ୍
ଫେବ୍ରୁଆରି ୧୯୯୪ ମସିହାରେ ଇଣ୍ଡଲ ତଥା ବର୍ତ୍ତମାନର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିକୁ ତଲାବିରା-୧ କୋଇଲା ଖଣି ଆବଣ୍ଟନ କରାଯାଇଥିଲା। ଯେତିକି କୋଇଲା ଖନନ ପାଇଁ ଅନୁମତି ମିଳିଥିଲା, ହିଣ୍ଡାଲକୋ ତା’ଠାରୁ ବହୁ ଅଧିକ ପରିମାଣର କୋଇଲା ଖନନ କରିଥିବା ଅଭିଯୋଗ ହୋଇଥିଲା । ଏପରିକି, ସରକାର ଦେଇଥିବା ଆବଶ୍ୟକ ଅନୁମତି ବିନା କଂପାନି କୋଇଲା ଖନନ କରିଥିଲା। ପୂର୍ବରୁ ତଲାବିରା କୋଇଲା ଦୁର୍ନୀତି ସଂକ୍ରାନ୍ତରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ମାମଲାକୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ୨୦୧୪ରେ ସ୍ଥାନୀୟ ଗ୍ରାମବାସୀ ପୁଣି ଅଭିଯୋଗ କରିଥିଲେ। ଏବେ ସିବିଆଇ ଗାଁକୁ ଆସି ପଚରାଉଚରା କରିଛି। ତେବେ ତଦନ୍ତ ନେଇ ସିବିଆଇ ଅଧିକାରୀଙ୍କୁ ପଚାରିବାରୁ ବୁମ୍ ଠେଲି ଚାଲିଯାଇଥିଲେ। ୧୨ ବର୍ଷ ପରେ ଜେରାକୁ ନେଇ ସମସ୍ତେ ଆଶ୍ଚର୍ୟ୍ୟ ହେଉଥିବା ବେଳେ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବ କି ବୋଲି ପାଲଟା ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/03/7a-2026-02-03-20-40-40.jpg)