କନକ ବ୍ୟୁରୋ : ଆଜିକାଲି ଖରାପ ଖାଦ୍ୟପେୟ ଏବଂ ବଦଳୁଥିବା ଜୀବନଶୈଳୀ କାରଣରୁ ଅଧିକାଂଶ ଯୁବପିଢ଼ିଙ୍କ ପାଚନ ତନ୍ତ୍ର ଦୁର୍ବଳ ହେବାରେ ଲାଗିଛି । ଯାହାଫଳରେ ସେମାନେ ଗ୍ୟାସ୍ ଏବଂ ଏସିଡିଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରକୃତରେ, ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା, କମ୍ ଶାରୀରିକ ପରିଶ୍ରମ ଏବଂ ବାହାର ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟା ସାଧାରଣ ହୋଇଗଲାଣି । ଜଙ୍କ ଫୁଡ୍ସ, ମଇଦା, ସ୍ୟାଚୁରେଟେଡ୍ ଫ୍ୟାଟ୍ ଏବଂ ଲୁଣ ହଜମ ପ୍ରକ୍ରିୟାକୁ ଖରାପ ଭାବେ ପ୍ରଭାବିତ କରୁଛି । ଏଭଳି ପରିସ୍ଥିତିରେ କମ୍ ବୟସରୁ ହିଁ ଏସିଡିଟି ଏବଂ ଗ୍ୟାସ୍ ସମସ୍ୟା ଦେଖାଦେଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଅନେକ ଲୋକ ଏଥିରୁ ବଞ୍ଚିବା ପାଇଁ ସକାଳୁ ଉଠିବା ମାତ୍ରେ ଗ୍ୟାସ୍ କିମ୍ବା ଏସିଡିଟି ବଟିକା ଖାଉଛନ୍ତି, ଯାହା ଅତ୍ୟନ୍ତ ବିପଜ୍ଜନକ, ତେଣୁ ଏଥିରୁ ନିବୃତ୍ତ ରୁହନ୍ତୁ ।
ଗ୍ୟାସ୍ ଏବଂ ଏସିଡିଟି ସମସ୍ୟାରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ସକାଳୁ ଖାଲି ପେଟରେ ଔଷଧ ଖାଉଛନ୍ତି । କିଛି ଲୋକ ଏହାକୁ ନିୟମିତ ଭାବେ ବ୍ୟବହାର କରନ୍ତି, ଯାହା ବିନା ସେମାନଙ୍କର ପୂରା ଦିନ କଷ୍ଟରେ କଟେ । ଯଦି ଆପଣ ମଧ୍ୟ ଏହା କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ, କାରଣ ସମ୍ପ୍ରତି ଏକ ଗବେଷଣାରୁ ଜଣାପଡିଛି ଯେ ଏହି ଅଭ୍ୟାସ ପେଟରେ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ସଂକ୍ରମଣକୁ ଅନେକ ଗୁଣ ବଢ଼ାଇପାରେ ।
ଅଧିକ ପଢ଼ନ୍ତୁ---ସରକାର ଆଣିବେ କଠୋର ନିୟମ, ବିନା ପ୍ରେସକିପସନରେ କଫ୍ ସିରପ୍ ବିକ୍ରି କରିପାରିବେନି ଔଷଧ ଦୋକାନୀ
ରିପୋର୍ଟ ଅନୁଯାୟୀ, ଏହି ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ କ୍ରମାଗତ ଭାବେ ଡାଇରିଆ ଏବଂ ବୃହଦନ୍ତ୍ରରେ ସଂକ୍ରମଣ ହୋଇପାରେ । ଏହା ବୃହଦନ୍ତ୍ରରେ 'କ୍ଲୋଷ୍ଟ୍ରିଡିୟମ୍ ଡିଫିସାଇଲ୍ କୋଲାଇଟିସ୍' ସଂକ୍ରମଣ ବଢ଼ାଇଥାଏ, ଯାହାକୁ 'ସି-ଡିଫ୍' ନାମରେ ମଧ୍ୟ ଜଣାଯାଏ । ଯଦିଓ କିଛି କ୍ଷେତ୍ରରେ ଅଧିକ ଆଣ୍ଟିବାୟୋଟିକ୍ ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ । ଏହି ଗବେଷଣାରେ ସମୁଦାୟ ୭,୭୦୩ ରୋଗୀଙ୍କ ସି-ଡିଫ୍ ସମ୍ବନ୍ଧୀୟ ୧୬ଟି ରିସର୍ଚ୍ଚକୁ ଅଧ୍ୟୟନ କରାଯାଇଥିଲା। ଯେଉଁଥିରେ ନିୟମିତ ଭାବେ ନିଆଯାଉଥିବା ଓପେରାଜୋଲ୍, ହିଷ୍ଟାମାଇନ୍ ୨ ରାନିଟିଡାଇନ୍ ଭଳି ଔଷଧଗୁଡ଼ିକର ବିଶ୍ଳେଷଣ କରାଯାଇଥିଲା ।
ଗ୍ୟାସ୍-ଏସିଡିଟି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ଡାଇରିଆ, ଫ୍ଲୁ, ପାଟି ଶୁଖିଯିବା, ପେଟ ଫାମ୍ପିବା, ଗ୍ୟାସ୍ ହେବା, ପିଠି ଯନ୍ତ୍ରଣା, ଦୁର୍ବଳ ଲାଗିବା । ତେଣୁ ଯେତେ ସମ୍ଭବ ଏଥିପାଇଁ ଘରୋଇ ଉପାୟ ଅବଲମ୍ୱନ କରିବା ଦରକାର । ସେଗୁଡ଼ିକ ହେଲା….
- ପ୍ରତିଦିନ ଖାଲି ପେଟରେ ଜୁଆଣି ସେବନ କରନ୍ତୁ ।
- ଜୁଆଣିକୁ ତରକାରୀ କିମ୍ବା ରୁଟିରେ ମିଶାଇ ମଧ୍ୟ ଖାଇପାରିବେ ।
- ବାହାର ଖାଦ୍ୟ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ ।
- ନଡ଼ିଆ ପାଣି, ଦହି, ଘୋଳ ଦହି, ଲସି ବ୍ୟବହାର କରନ୍ତୁ ।
- ଫଳ ଏବଂ ସବୁଜ ପନିପରିବା ଅଧିକ ଖାଆନ୍ତୁ ।
- ଖାଇବା ପରେ ତୁରନ୍ତ ଶୋଇବା ପରିବର୍ତ୍ତେ କିଛି ସମୟ ଚାଲନ୍ତୁ ।
- ଯେତେ ସମ୍ଭବ ଅଧିକ ପାଣି ପିଅନ୍ତୁ ।
- ଚିନ୍ତାମୁକ୍ତ ରୁହନ୍ତୁ ଏବଂ ୭-୮ ଘଣ୍ଟାର ସମ୍ପୂର୍ଣ୍ଣ ନିଦ ଶୁଅନ୍ତୁ ।
ଏଣ୍ଟାସିଡ୍ ଔଷଧ ନିଶ୍ଚିତ ଭାବେ ଗ୍ୟାସ୍ରୁ ମୁକ୍ତି ପାଇବା ପାଇଁ ତିଆରି ହୋଇଛି, କିନ୍ତୁ ଯଦି ଆପଣ ବର୍ଷ ବର୍ଷ ଧରି ଏହାର ସେବନ କରୁଛନ୍ତି, ତେବେ ଏଥିରୁ କ୍ଷତି ହେବାର ସମ୍ଭାବନା ଅଧିକ । ଯଦି ଆପଣ ଲଗାତାର ଏହି ଔଷଧ ଖାଉଛନ୍ତି, ତେବେ ଏହା ଅନ୍ତନଳୀର ଲାଇନିଂ କୁ ପ୍ରଭାବିତ କରିବ । ସେଥିରେ 'ପଲିପ୍ସ' (Polyps) ବନିବାକୁ ଲାଗିବ, ଅର୍ଥାତ୍ ଅନ୍ତନଳୀର କିଛି କୋଷ ଗଣ୍ଠି ପରି ଫୁଲିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/02/gas-tablet-2026-01-02-13-11-50.png)