କନକ ବ୍ୟୁରୋ : ସକାଳ ସମୟ ହିଁ ଆପଣଙ୍କ ପୂରା ଦିନ ପାଇଁ ଫୂର୍ତ୍ତି ଏବଂ ମୁଡ୍ ସେଟ୍ କରିଥାଏ । ହେଲେ ଏ ସକାଳ ଟା ଯଦି ଖରାପ ଯାଏ ତାହେଲେ ପୂରା ଦିନ ଖରାପ ହୋଇଯିବ । ଆପଣଙ୍କ ସକାଳର ଅଭ୍ୟାସ ଉପରେ ଆପଣଙ୍କର ଦିନଟା ନିର୍ଭର କରେ । ଅନେକ ସମୟରେ ଜାଣତରେ ହେଉ ବା ଅଜାଣତରେ ଆମେ ଏପରି କିଛି କରୁ ଯାହା ଦିନଟା ଖରାପ କରିଦିଏ । ହେଲଥ କୋଚ୍ ଉର୍ବଶୀ ଅଗ୍ରୱାଲଙ୍କ କହିବା ଅନୁସାରେ, ସକାଳର ୩ଟି ଅଭ୍ୟାସ ପୂରା ଦିନ ଉପରେ ପ୍ରଭାବ ପକାଏ ।
ଏବେ ଆସନ୍ତୁ ଜାଣିବା ସେହି ଅଭ୍ୟାସ ବିଷୟରେ ....
ଅଧିକ ପଢନ୍ତୁ .... ଅତ୍ୟଧିକ ଚା’ କିମ୍ବା କଫି ସାଜିପାରେ ବିପଦ....
ସକାଳ ଖରା : ଆଜିକା ଦିନରେ ଦେଖିବାକୁ ମିଳୁଛି ଅନେକ ରାତିରେ ଡେରିରେ ଶୋଇବା ସହ ସକାରେ ଡେରିରେ ଉଠୁଛନ୍ତି । ଆଉ ଯଦି ବି ଶୀଘ୍ର ଉଠୁଛନ୍ତି, ମୋବାଇଲରେ ଲାଗିଯାଉଛନ୍ତି , ଚ୍ୟାଟ୍ କରିବା ,ମେସେଜ୍ ଚେକ୍ କରିବାରେ ସମୟ ଚାଲିଯାଉଛି । ସକାଳର ଖରା ସେମାନଙ୍କ ପାଇଁ ଅଦୃଶ୍ୟ ହୋଇ ରହିଯାଉଛି । ଜାଣି ରଖନ୍ତୁ ସକାଳର ଖରାରେ ମାତ୍ର ୫ରୁ ୧୦- ମିନିଟ ବସିବା ବା ଚାଲିବା ଦ୍ବାରା ଶରୀରରେ ହାପିତ ହଂର୍ମୋନ୍ସ କୁହାଯାଉଥିବା ସେରୋଟୋନିନ୍ ହରମୋନ୍ କ୍ଷରଣ ହୁଏ । ଏହା ମଣିଷର ମୁଡକୁ ଖୁସି ରଖେ । କିନ୍ତୁ ସକାଳ ସମୟ ବାହାରକୁ ନବାହାରି ଘର ଭିତରେ ସମୟ କାଟିଦେବା ଦ୍ବାରା ଶରୀର ଦୁର୍ବଳ ଅନୁଭବ କରେ , ଦିନସାରା ଅଳସୁଆ ଲାଗେ । ତେଣୁ ସକାଳୁ ଖରାରେ ବସିବାକୁ ଆଦୌ ଭୁଲନ୍ତୁନି ।
ଖାଲିପେଟରେ ଚା’ , କଫି : ଅନେକ ସକାଳୁ ଉଠୁ ଉଠୁ ମୁହଁ ଧୋଇେଦେଇ କପେ ଚା ନହେଲେ କଫି ପିଇବାକୁ ପସନ୍ଦ କରନ୍ତି । ହେଲେ ଖାଲି ପେଟରେ ଚା’ କିମ୍ବା କଫି ପିଇବା ଦ୍ବାରା ପେଟରେ ଗ୍ୟାସ ସୃଷ୍ଟି ହେବା ସହ ଜ୍ବଳନ ଅନୁଭୂତ ହୁଏ । ବାରମ୍ବାର ଖଟାଳିଆ ହାକୁଟି ଆସେ । ପେଟ ଫୁଲିଗଲା ପରି ଲାଗିବ । ପୂରା ଦିନ ଆପଣଙ୍କ ଏସିଡିଟି ସମସ୍ୟାରେ ଘାଣ୍ଟି ହେବାକୁ ପଡ଼ିପାରେ । ତେଣୁ ସକାଳୁ ଖାଲିପେଟରେ ଏସିଡ୍ ସୃଷ୍ଟି କରୁଥିବା ଚା କିମ୍ବା କଫି ଆଦୌ ପିଅନ୍ତୁ ନାହିଁ ।
ସକାଳେ ବ୍ୟାୟାମର ଅଭାବ : ଅନେକ ସମୟ ଅଭାବର ଆଳ କରି ସକାଳେ ୱକଆଉେଟ ନକରି ସନ୍ଧ୍ୟାରେ ବା ରାତି ସମୟରେ କରିଥାନ୍ତି। ସକାଳେ ୱକ କଲେ ଶରୀର ଆକ୍ଟିଭ ରହେ ହେଲେ ସନ୍ଧ୍ୟା ପରେ ୱକଆଉଟ କଲେ ଶରୀର ଅଧିକ ଆକ୍ଟିଭ ରହିବା କାରଣରୁ ଆମଣଙ୍କୁ ଶୀଘ୍ର ନିଦ ହୋଇନପାରେ । ହର୍ମୋନ ଅସନ୍ତୁଳନ ଯୋଗୁଁ ପରଦିନ ଆପଣଙ୍କୁ ହାଲିଆ ତଥା ଦୁର୍ବଳ ଅନୁଭୂତ ହୁଏ । ତେଣୁ ସନ୍ଧ୍ୟୃା ବଦଳରେ ସକାଳ ସମୟରେ ୱକ୍ ଆଉଟ କରିବାକୁ ଅଭ୍ୟାସରେ ପକାନ୍ତୁ ।
ସକାଳର ଛୋଟ ଛୋଟ ଅଭ୍ୟାସ ଆମକୁ ପୂରା ଦିନକୁ ପ୍ରଭାବିତ କରେ । ଉପରୋକ୍ତ ୩ଟି ଅଭ୍ୟାସକୁ ସୁଧାରି ପାରିଲେ ଗ୍ୟାସ୍, ଥକ୍କାପଣରୁ ମିଳିବା ସହ ପୂରା ଦିନ ଫୂର୍ତ୍ତିରେ କଟିବ ବୋଲି କହିଛନ୍ତି ଉର୍ବଶୀ ଅଗ୍ରୱାଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/12/acidity-2025-12-12-14-14-05.jpg)