ଶୀତଦିନେ ଏମିତି ନିଅନ୍ତୁ ନିଜ ତ୍ବଚାର ଯତ୍ନ

Advertisment

ତ୍ବଚା  ଅଧିକ ଟ୍ୟାନ୍‌ ହୋଇଯାଏ ମାନେ ଖରାରେ କଳା ପଡ଼ିଯାଏ ।  ତେଣୁ ଏଥିପ୍ରତି ଆମେ ଅଧିକ ଯତ୍ନବାନ୍‌ ହେବା ଜରୁରୀ ।  ଘରେ ମଧ୍ୟ ଆମେ ବିଭିନ୍ନ ଉପାୟମାନ କରି ଏହାକୁ ଦୂର କରିପାରିବା।

ତ୍ବଚା  ଅଧିକ ଟ୍ୟାନ୍‌ ହୋଇଯାଏ ମାନେ ଖରାରେ କଳା ପଡ଼ିଯାଏ ।  ତେଣୁ ଏଥିପ୍ରତି ଆମେ ଅଧିକ ଯତ୍ନବାନ୍‌ ହେବା ଜରୁରୀ ।  ଘରେ ମଧ୍ୟ ଆମେ ବିଭିନ୍ନ ଉପାୟମାନ କରି ଏହାକୁ ଦୂର କରିପାରିବା।

facepack

Photograph: (kanaknews)

କନକବ୍ୟୁରୋ :ତ୍ବଚା  ଅଧିକ ଟ୍ୟାନ୍‌ ହୋଇଯାଏ ମାନେ ଖରାରେ କଳା ପଡ଼ିଯାଏ ।  ତେଣୁ ଏଥିପ୍ରତି ଆମେ ଅଧିକ ଯତ୍ନବାନ୍‌ ହେବା ଜରୁରୀ ।  ଘରେ ମଧ୍ୟ ଆମେ ବିଭିନ୍ନ ଉପାୟମାନ କରି ଏହାକୁ ଦୂର କରିପାରିବା। ଚାଲନ୍ତୁ ଘରେ ତିଆରି କରିବା କମଳା ଫେସ୍‌ ପ୍ୟାକ୍‌। ବେସନ ସହିତ କମଳା ମିଶାଇ ଫେସ୍ ପ୍ୟାକ୍ ତିଆରି କରି ମୁହଁରେ ଲଗାନ୍ତୁ । ଏହି ଫେସ୍‌ ପ୍ୟାକ୍‌ ତିଆରି କରିବା ନିମନ୍ତେ ୨ ଚାମଚ କମଳା ରସରେ ୧ ଚାମଚ ବେସନ ଓ ୧ ଚାମଚ ଗୋଲାପ ଜଳ ଭଲଭାବେ ମିଶାନ୍ତୁ । ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ମୁହଁରେ ଲଗାନ୍ତୁ। ଏହାପରେ ଧୀରେ ଧୀରେ  କରି ଧୋଇଦିଅନ୍ତୁ। ଅଧିକ ସମୟ ଖରାରେ ରହି ସ୍କିନ୍‌ ଟାନିଂ ହୋଇଥିଲେ ଏହି ଫେସ୍‌ ପ୍ୟାକ୍‌ ବେଶ୍‌ ଫାଇଦା ଆଣିଥାଏ।

ଅଧିକ ପଢନ୍ତୁ  , ଓଜନ କମାଇବାର ବେଷ୍ଟ ଫର୍ମୁଲା : ଫଲୋ କରନ୍ତୁ ଫିଟନେସ୍ ଟ୍ରେନରଙ୍କ ସହଜ ଟିପ୍ସ

ନଡ଼ିଆତେଲ ଓ କମଳା ଫେସ୍‌ ପ୍ୟାକ୍‌ ମଧ୍ୟ ମୁହଁର ଉଜ୍ଜ୍ୱଳତା ବଢ଼ାଇଥାଏ। ତ୍ୱଚା ଅତ୍ୟଧିକ ଶୁଷ୍କ ହୋଇଥିଲେ ଏହି ପ୍ୟାକ୍‌ ଅତ୍ୟନ୍ତ ଭଲ। ଏଥିପାଇଁ ୧ ଚାମଚ ନଡ଼ିଆ ତେଲରେ ୧ ଚାମଚ କମଳା ରସ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୧ ଘଣ୍ଟାରୁ ଅଧିକ ସମୟ ରଖିପାରିବେ। ସପ୍ତାହକୁ ୨ ଥର ଏହି ପ୍ୟାକ୍‌ ଲଗାଇଲେ ତ୍ୱଚାର ଶୁଷ୍କତା କମ୍‌ ହେବା ସହିତ ତ୍ୱଚା ସୁନ୍ଦର ଓ ମୁଲାୟମ ହେବ।
ସେହିପରି ହଳଦୀ ଓ କମଳା ଫେସ୍‌ପ୍ୟାକ୍‌ ମଧ୍ୟ ମୁହଁକୁ ସୁନ୍ଦର କରିଥାଏ ।

ଏହି ପ୍ୟାକ୍‌ ତିଆରି କରିବା ନିମନ୍ତେ କମଳା ଚୋପାକୁ ଶୁଖାଇ ଗୁଣ୍ଡକରି ରଖନ୍ତୁ। ୧ ଚାମଚ କମଳା ଚୋପାର ଗୁଣ୍ଡ ସହ ୧ ଚାମଚ ଗୋଲାପ ଜଳ ଓ ଅଳ୍ପ ହଳଦୀ ନେଇ ଭଲଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହି ପେଷ୍ଟ ଅଧିକ ଗାଢ଼ ହୋଇଥିଲେ ସେଥିରେ ପାଣି ମିଶାଇ ପାରିବେ।

ଏବେ ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍‌ ରଖି ଧୋଇ ଦିଅନ୍ତୁ । ସପ୍ତାହକୁ ଅତିକମ୍‌ରେ ୨ ଥର ଏହି ମିଶ୍ରଣକୁ ଲଗାଇଲେ ମୁହଁରେ ଥିବା ସମସ୍ତ ଦାଗ , ଟାନିଂ ଓ ବ୍ରଣ ସମସ୍ୟା ଦୂରହୋଇ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇବ । ଚୋପାକୁ ଶୁଖାଇ ଗୁଣ୍ଡକରି ସେଥିରେ ସମାନ ମାତ୍ରାରେ ମୁଲତାନୀ ମାଟି ଓ ଗୋଲାପ ଜଳ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହି ଫେସ୍‌ ପ୍ୟାକ୍‌କୁ ଅଧଘଣ୍ଟାରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖିହେବ। ଧୋଇବା ସମୟରେ ଗୋଲାକାରଭାବେ ମସାଜ୍‌ କରି ଏହାକୁ ଧୋଇଦିଅନ୍ତୁ  । ତେବେ ସପ୍ତାହକୁ ଥରେ ଏହି ପ୍ୟାକ୍‌ ଲଗାଇଲେ ତ୍ୱଚା ସୁନ୍ଦର ଦେଖାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe