କନକବ୍ୟୁରୋ : ବର୍ଷ ହେବାକୁ ଆଉ କେଇଟା ଦିନ ବାକି ରହିଲା । ଆପଣ ଭାବୁଥିବେ ଆରେ, ବର୍ଷ ସରିଗଲାଣି ହେଲେ ମୋ ଫିଟନେସ୍ ପାଇଁ ମୁଁ ୨୦୨୫ ରେ ଯେଉଁ ଟାର୍ଗେଟ ରଖିଥିଲି ଅଧାରେ ରହିଗଲା । ଏ କଥାରେ ଆପଣ ହୁଏତ କିଛି ସମୟ ପାଇଁ ବ୍ୟତିବ୍ୟସ୍ତ ହୋଇପାରନ୍ତି କିନ୍ତୁ ଏବେବି ସମୟ ହାତରୁ ଯାଇନି । ଖୁବ୍ କମ୍ ଦିନରେ ମାନେ ପୁରୁଣା ବର୍ଷ ସରିବା ଆଗରୁ ଆପଣଙ୍କ ଫିଟନେସ୍ ଟାର୍ଗେଟ୍ ପୂରଣ ହୋଇଯିବ । ଆପଣଙ୍କ ଓଜନ ବି କମିଯିବ ।
ଆପଣ ଭାବୁଥିବେ କେମିତି , ସଟ କଟ୍ ତ କିଛି ନାହିଁ । ଖୁସିର କଥା ହେଉଛି ସୋସିଆଲ ମିଡିଆର ପ୍ରଭାବଶାଳୀ ଫିଟନେସ୍ ଟ୍ରେନର ଏବଂ ନ୍ୟୁଟ୍ରିସନର ଆମାକାଙ୍କର କିଛି ସହଜ ଟିପ୍ସ ଆପଣଙ୍କ ଫିଟନେସ୍ ଟାର୍ଗେଟକୁ ପୂରା କରିବ। ଅମାକାଙ୍କ କହିବା କଥା, ଆପଣଙ୍କ ଛୋଟ ଛୋଟ ଅଭ୍ୟାସରେ ପରିବର୍ତ୍ତନ ଖୁବ୍ କମ୍ ସମୟରେ ଆପଣଙ୍କ ଓଜନ କମାଇବାରେ ଖୁବ୍ ସହାୟକ ହେବ ।
ଏହି ସମୟରେ ଚୋବାଇ ଖାଆନ୍ତୁ ୨ଟି ଲବଙ୍ଗ, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା
ଏପରି କିଛି ଅଭ୍ୟାସ ହେଉଛି :
ସକାଳର ପାନୀୟ: ଅମାକା କୁହନ୍ତି ସକାଳର ଆରମ୍ଭ ଉଷୁମ ପାଣି ସହ ଆପଲ ସିଡାର ଭିନେଗାର ମିଶ୍ରଣ ପାନୀୟ ସହ କରନ୍ତୁ । ଏହା ଯାଦୁକରୀ ପାନୀୟ ନହେଲେ ବି ଗ୍ୟାସ ସମସ୍ୟା, ପେଟ ଫୁଲିବା, ମିଠା ଖାଇବାର ଲାଳସାକୁ କମାଇଦିଏ ।
ହାଲୁକା ଖାଦ୍ୟ ଖାଆନ୍ତୁ :
ଦିନରେ ହାଲକା ଖାଇବା ଖାଆନ୍ତୁ । ପରିବାର ସୁପ୍ ସହ ଗୋଲମରିଚ ଗୁଣ୍ତ ମିଶାଇ ନେଇପାରିବେ। ଏହାସହ ମାଛ, ଚିକେନ୍, ମାଂସକୁ ବି ଖାଦ୍ୟରେ ସାମିଲ କରିପାରନ୍ତି। ଏହାସହ କାର୍ବୋ ମାତ୍ରା ଥିବା ଅଳ୍ପ ପରିମାଣର ଭାତ ସହ ସିଝା ଆଳୁ ବି ଖାଇପାରିବେ ।
ସପ୍ତାହକୁ ୫ ଦିନ ଏକ୍ସରସାଇଜ୍ : ଓଜନ କମାଇବାକୁ ନିୟମିତତା ରକ୍ଷା କରିବା ନିହାତି ଜରୁରି । ଅମାକାଙ୍କ କହିବା ଅନୁସାରେ, ସପ୍ତାହକୁ ଅନ୍ତତଃ ୫ ଦିନ ୩୦ରୁ ୪୫ ମିନିଟ୍ ବ୍ୟାୟାମ କରିବାକୁ କାଢ଼ନ୍ତୁ । ଏଥିରେ ଫ୍ୟାଟ୍ ବର୍ଣ୍ଣ ହୁଏ ।
ଜୀବନଶୈଳୀକୁ ଗୁରୁତ୍ବ: କେବଳ ଖାଇବା ପିଇବା ଉପରେ ନୁହେଁ ବରଂ ପୂରା ଲାଇଫ ଷ୍ଟାଇଲରେ ସମତା ରକ୍ଷା କରିବା ନିହାତି ଜରୁରି । ଠିକ୍ ସମୟରେ ଶୋଇବା, ଡେରି ରାତିଯାଏଁ ସ୍କ୍ରିନିଂରୁ ନିଜକୁ ଦୂରେଇ ରଖିବା ସୋସିଆଲ ମିଡିଆରେ ଅତି କମ୍ ସମୟ ରହିବା ଜୀବନକୁ ସୁସ୍ଥ ଓ ସହଜ କରେ । ଦେଖିବେ ମୋବାଇଲ ଠାରୁ ଦୂରେଇ ରହିଲେ ଆପଣଙ୍କ ଶରୀର ଉପରେ ଏହାର ଭଲ ପ୍ରଭାବ ଅନୁଭବ ହେବ ହିଁ ହେବ ।
ରାତିରେ ଗ୍ରୀନ୍ ଟି ପିଅନ୍ତୁ : ରାତି ସମୟରେ ଯଦି କିଛି ଗରମ ପିଇବାକୁ ଇଚ୍ଛା ହୁଏ ତାହେଲେ ଗ୍ରୀନ ଟି ହିଁ ପିଅନ୍ତୁ । ଏହା ଡେରି ରାତିରେ କିଛି ଖାଇବାର ଇଚ୍ଛାକୁ ବି ହ୍ରାସ କରେ । କିନ୍ତୁ ମନେରଖନ୍ତୁ ଶୋଇବା ବହୁତ ଆଗରୁ ଗ୍ରୀନ ଟି ପିଅନ୍ତୁ ।
ଅମାକାଙ୍କର କହିବା କଥା, ଓଜନ କମାଇବାକୁ କିଛି ସଟକଟ୍ ନଥିଲେ ବି ଛୋଟଛୋଟ ଅଭ୍ୟାସ ଗତ ପରିବର୍ତ୍ତନ ଖୁବ୍ କମ୍ ସମୟରେ ଓଜନ କମାଇବାରେ ନିଶ୍ଚୟ ସହାୟକ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/17/6-2025-12-17-11-26-47.jpg)