ଶୀତଦିନେ ଏମିତି ନିଅନ୍ତୁ ନିଜ ଶରୀର ର ଯତ୍ନ ..

ସାଧାରଣ ଭାବରେ ଶୀତ ଦିନେ ଆସିଲେ ଆମ ଚେହେରା ଶୁଖିବା ଆରମ୍ଭ କରେ , ଏଥିପାଇଁ  ଆମେ ବିଭିନ୍ନ ପ୍ରକାର କସମେଟିକ୍ ବ୍ୟବହାର କରିଥାଉ ଦିନରେ ଚର୍ମ ଶୁଖିଲା ହୋଇଯାଏ ।

winter care

Photograph: (kanaknews)

କନକବ୍ୟୁରୋ : ସାଧାରଣ ଭାବରେ ଶୀତ ଦିନେ ଆସିଲେ ଆମ ଚେହେରା ଶୁଖିବା ଆରମ୍ଭ କରେ , ଏଥିପାଇଁ  ଆମେ ବିଭିନ୍ନ ପ୍ରକାର କସମେଟିକ୍ ବ୍ୟବହାର କରିଥାଉ ଦିନରେ ଚର୍ମ ଶୁଖିଲା ହୋଇଯାଏ । ଏହି ସମୟରେ ତ୍ବଚାଠାରୁ ଆରମ୍ଭ କରି କେଶ, ନଖ ପ୍ରଭୃତିର ଯତ୍ନ ନେବା ନିହାତି ଦରକାର। ଶୀତଦିନରେ ପାଦ ଫାଟିବା ,ଓଠ ଫାଟିବା ଓ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଫାଟିବା ଭଳି ଅନେକ ସମସ୍ୟା ଦେଖାଦିଏ ।

 ଏହି ସମସ୍ୟାକୁ ଦୂର କରିବା ପାଇଁ ଆମକୁ କିଛି ସରଳ ଉପାୟ ଅବଲମ୍ବନ କରିବାକୁ ପଡ଼ିବ । ରୋଷେଇ ଘରର କିଛି ଓ ବାଡ଼ିବଗିଚାରୁ କିଛି ସରଞ୍ଜାମକୁ ବ୍ୟବହାର କରି ଆମେ ଶରୀର ତ୍ୱଚାକୁ କୋମଳ ରଖିପାରିବା । ଯଦି ଆପଣ ସାବୁନ ବ୍ୟବହାର କରୁଛନ୍ତି ତେବେ ଏହା ଶୀତ ଦିନେ ବନ୍ଦ କରିଦିଅନ୍ତୁ । କାରଣ ସାବୁନରେ ରହୁଥିବା କାଷ୍ଟିକ ସୋଡ଼ା ତ୍ୱଚାକୁ କଳା ପକାଇବା ସହ ଏହାକୁ ଶୁଖିଲା କରେଇ ଦେଇଥାଏ। ଏହା ବଦଳରେ ଆପଣ ଘରେ ଥିବା ଦେଶୀ ଗାଈର କ୍ଷୀର ୫୦ ଗ୍ରାମକୁ ଶରୀରରେ ମାଲିସ୍ କରନ୍ତୁ ଓ ଅଧଘଣ୍ଟା ଛାଡ଼ିଦିଅନ୍ତୁ। ଏହାପରେ ଗାଧାନ୍ତୁ। ଦେଖିବେ ଆପଣଙ୍କ ଶରୀର ସପୂର୍ଣ୍ଣ ସଫା ହେଇଯିବ । ,

ଅଧିକ ପଢନ୍ତୁ... ଭଜା ଚଣାରେ ବିଷାକ୍ତ ଅରାମାଇନ୍ ! ସାଂସଦଙ୍କ ଚିନ୍ତା, ସରକାରଙ୍କୁ ଲେଖିଲେ ଚିଠି

ଥଣ୍ଡା ଦିନେ ବାଦାମ ତେଲ ତ୍ୱଚା ପାଇଁ ଖୁବ୍ ଲାଭଦାୟକ ଅଟେ। କୋମଳ ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ବାଦାମତେଲ ମାଲିସ୍ କରି ଶୁଅନ୍ତୁ। , ଗାଧୋଇବା ପରେ ନଡ଼ିଆ ତେଲ କିମ୍ବା ବଡିଲୋସନ୍କୁ ତ୍ୱଚାରେ ଭଲ ଭାବେ ମାଲିସ କରନ୍ତୁ । ଏହା ଦ୍ବାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ନାହିଁ ।  ଚେହେରା ଧୋଇବା ସମୟରେ ଅଧିକ ଥଣ୍ଡା କିମ୍ବା ଗରମ ପାଣି ବ୍ୟବହାର କରନ୍ତୁ ନାହିଁ । ଓଠ ଫଟା ଓ ଶୁଖିଲା ତ୍ୱଚା ପାଇଁ ସବୁଦିନ ଶୋଇବା ପୂବର୍ରୁ ମଲେଇ, ଗୋଲାପ ଜଳ ଓ ଲେମ୍ବୁ ରସକୁ ଭଳ ଭାବେ ମିଶାଇ ମାଲିସ୍ କରନ୍ତୁ। , ଗ୍ଲିସେରିନ୍, ଗୋଲାପ ଜଳ ଓ ଲେମ୍ବୁ ରସର ମିଶ୍ରଣ ଚେହେରାରେ ଲଗାଇବା ଦ୍ୱାରା ତ୍ୱଚା କୋମଳ ଏବଂ ଗୋରା ଦେଖାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe