କନକ ବ୍ୟୁରୋ: ବିଷ ପାଲଟୁଛି ଭଜା ଚଣା । ଭଜା ଚଣା ସମେତ ଅନେକ ଖାଦ୍ୟ ଉତ୍ପାଦରେ ରଙ୍ଗର ମାତ୍ରା ବୃଦ୍ଧି ହେବା କଥା ଉଠାଇଛନ୍ତି ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ । ଏ ସମ୍ପର୍କରେ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହିତ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଚିରାଗ ପାସଓ୍ୱାନଙ୍କୁ ମଧ୍ୟ ଚିଠି ଲେଖି ଏହି ଗମ୍ଭୀର ବିପଦ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଶିବସେନା(ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ନିଜ ଚିଠିରେ ଲେଖିଛନ୍ତି, ନିକଟରେ କିଛି ପ୍ରମାଣରୁ ଜଣାପଡ଼ିଛି ଯେ, ବେଆଇନ ଭାବେ ଭଜା ଚଣାରେ ବେଆଇନ ଭାବେ ରଙ୍ଗ ମିଶାଯାଉଛି । ଯାହାକି ଆରାମାଇନ ଭଳି ଏକ ଉଦ୍ୟେଗିକ ରଙ୍ଗ ଅଟେ । ଏହି ରଙ୍ଗକୁ କେବଳ କପଡା ଏବଂ ଚମଡ଼ା ଭଳି ଶିଳ୍ପରେ ବ୍ୟବହାର କରିବା କଥା । ହେଲେ ବେଆଇନ ଭାବେ ଏହାକୁ ଭଜା ଚଣା ଭଳି ଖାଦ୍ୟ ପଦାର୍ଥରେ ବ୍ୟବହାର କରାଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି । ତେବେ ଏହା କେବଳ ଖାଦ୍ୟ ସୁରକ୍ଷା ନିୟମର ଉଲ୍ଲଂଘନ ନୁହେଁ ବରଂ ଲକ୍ଷ ଲକ୍ଷ ଭାରତୀୟ ନାଗରିକଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ବିଶ୍ୱାସ ପ୍ରତି ବିପଦ ବୋଲି ସେ କହିଛନ୍ତି ।
ଆହୁରି ପଢ଼ନ୍ତୁ : ନୀତିଶ କ୍ୟାବିନେଟର ବଡ଼ ନିଷ୍ପତ୍ତି; ଆଗାମୀ ୫ ବର୍ଷରେ ୧ କୋଟି ଚାକିରି, ବିହାର ହେବ ଟେକ୍ ହବ୍
ପ୍ରିୟଙ୍କା ଚତୁର୍ବେଦୀ ଖାଦ୍ୟ ସୁରକ୍ଷା ନିୟାମକ FSSAI ର ତଦାରଖ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା FSSAI ର ନିୟାମକ ତଦାରଖର ବିଫଳତାକୁ ଦର୍ଶାଉଛି । ନଷ୍ଟ ହୋଇଥିବା କଫ ସିରପ ଯୋଗୁଁ ହେଉଥିବା ମୃତ୍ୟୁକୁ ଉଲ୍ଲେଖ କରି, ସାଂସଦ କେନ୍ଦ୍ର ସରକାରଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛନ୍ତି । ସେ ଏହି ଘଟଣାର ତୁରନ୍ତ ତଦନ୍ତ ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଜାଣିରଖିବା ଉଚିତ ଯେ, ପ୍ରିୟଙ୍କା ଚୁତର୍ବେଦୀ ନିଜ ଚିଠିରେ ଯେଉଁ ଅରାମିନ୍ କଥା ଉଲ୍ଲେଖ କରିଛନ୍ତି ତାହା ହେଉଛି ଏକ ରଙ୍ଗ, ଯାହାକୁ କି କପଡା ଏବଂ ଚମଡ଼ା ଶିଳ୍ପରେ ବ୍ୟବହାର କରାଯାଏ । ଏହା ସାଧାରଣ ମଣିଷଟେ ପାଇଁ ବେଶ କ୍ଷତିକାରକ ଅଟେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/25/fried-gram-2025-11-25-15-01-02.webp)