Photograph: (kanaknews)
କନକବ୍ୟୁରୋ : ରାଜଧାନୀରେ ବୁଲିଲା ଖଣ୍ଡା । ଜଣେ ଯୁବକଙ୍କୁ ହାଣି ପକାଇଲା ୩ ଜଣ ଦୁର୍ବୃତ୍ତ । ଘଟଣା ଘଟିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର କେଳୁଚରଣ ପାର୍କ ନିକଟରେ । ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଗୋଷ୍ଠୀ ସଂଘର୍ଷରୁ ଏ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୫ରୁ ଅଧିକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ସେପଟେ ଜଗତସିଂହପୁର ଜିଲ୍ଲା ସଦର ଥାନା ଚାଟରା ଗାଁରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ମୃତ ଯୁବକ ଚାଟରା ଗାଁର ବାସୁଦେବ ଦାସ ।
ଅଧିକ ପଢନ୍ତୁ ... ସରଣ୍ଡାରେ ନକ୍ସଲମୁକ୍ତ ଅଭିଯାନ ଜୋରଦାର : ଏପର୍ଯ୍ୟନ୍ତ ନିହତ ହେଲେଣି ୧୭ ନକ୍ସଲ
ସଦର ଥାନାରେ ଏତାଲା ପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । କ୍ଷତି ପୂରଣ ଦାବୀରେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମାନେ ହାଟ ବଜାର ଠାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଉତେଜନା ହେବାରୁ ପୋଲିସ ମୁତୟନ କରାଯାଇଥିଲା । ଉତେଜନା ବୃଦ୍ଧି ପାଇବାରୁ ଏହାକୁ ଦୃଷ୍ଟିରେ ରଖି ପୁଲିସକୁ ମୃଦୁ ଲାଠି ଚାଳନା କରିଥିଲା । ଘଟଣା ସ୍ଥଳରେ ଅତିରିକ୍ତ ଏସପି ସତ୍ୟବ୍ରତ ଦାସ ପହଁଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଅଭିଯୋଗ ମୁତାବକ ୩ଦିନ ପୂର୍ବେ ବାସୁଦେବଙ୍କ କେତେକ ଯୁବକଙ୍କ ସହିତ ଗଣ୍ଡଗୋଳ ଘଟିଥିଲା । ଯେଉଁଥିରେ ଅଭିଯୁକ୍ତ ମାନଙ୍କ ମାଡ଼ରେ ବାସୁଦେବ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପରେ ବାସୁଦେବ ଘରକୁ ଫେରିଥିବା ବେଳେ ଗତ ରାତିରେ ପୁନଶ୍ଚ ଅସୁସ୍ଥ ହୋଇ ପଡିବା କାରଣରୁ ବାସୁଦେବକୁ ମେଡିକାଲ ନିଆ ଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
--
Follow Us