କନକବ୍ୟୁରୋ :  ରାଜଧାନୀରେ ବୁଲିଲା ଖଣ୍ଡା । ଜଣେ ଯୁବକଙ୍କୁ ହାଣି ପକାଇଲା ୩ ଜଣ ଦୁର୍ବୃତ୍ତ ।  ଘଟଣା ଘଟିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର କେଳୁଚରଣ ପାର୍କ ନିକଟରେ ।  ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।  ଗୋଷ୍ଠୀ ସଂଘର୍ଷରୁ ଏ ଆକ୍ରମଣ ହୋଇଥିବା ଜଣାପଡ଼ିଛି ।  ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।  ୫ରୁ ଅଧିକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।  ସେପଟେ ଜଗତସିଂହପୁର ଜିଲ୍ଲା ସଦର ଥାନା ଚାଟରା ଗାଁରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ମୃତ ଯୁବକ ଚାଟରା ଗାଁର ବାସୁଦେବ ଦାସ ।

Advertisment

ଅଧିକ ପଢନ୍ତୁ ... ସରଣ୍ଡାରେ ନକ୍ସଲମୁକ୍ତ ଅଭିଯାନ ଜୋରଦାର : ଏପର୍ଯ୍ୟନ୍ତ ନିହତ ହେଲେଣି ୧୭ ନକ୍ସଲ

ସଦର ଥାନାରେ ଏତାଲା ପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।  କ୍ଷତି ପୂରଣ ଦାବୀରେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମାନେ ହାଟ ବଜାର ଠାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ ।  ଘଟଣା ସ୍ଥଳରେ ଉତେଜନା ହେବାରୁ ପୋଲିସ ମୁତୟନ କରାଯାଇଥିଲା ।  ଉତେଜନା ବୃଦ୍ଧି ପାଇବାରୁ ଏହାକୁ ଦୃଷ୍ଟିରେ ରଖି  ପୁଲିସକୁ ମୃଦୁ ଲାଠି ଚାଳନା କରିଥିଲା । ଘଟଣା ସ୍ଥଳରେ ଅତିରିକ୍ତ ଏସପି ସତ୍ୟବ୍ରତ ଦାସ ପହଁଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଅଭିଯୋଗ ମୁତାବକ ୩ଦିନ ପୂର୍ବେ ବାସୁଦେବଙ୍କ କେତେକ ଯୁବକଙ୍କ ସହିତ ଗଣ୍ଡଗୋଳ ଘଟିଥିଲା ।  ଯେଉଁଥିରେ ଅଭିଯୁକ୍ତ ମାନଙ୍କ ମାଡ଼ରେ ବାସୁଦେବ ଗୁରୁତର ଆହତ ହୋଇଥିଲେ ।  ଚିକିତ୍ସା ପରେ ବାସୁଦେବ ଘରକୁ ଫେରିଥିବା ବେଳେ ଗତ ରାତିରେ ପୁନଶ୍ଚ ଅସୁସ୍ଥ ହୋଇ ପଡିବା କାରଣରୁ ବାସୁଦେବକୁ ମେଡିକାଲ ନିଆ ଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।


--