ଶ୍ରୀମନ୍ଦିରରେ ଆଜି ସ୍ବତନ୍ତ୍ର ନୀତିକାନ୍ତି : ଆଜି ସୁନାବେଶରେ ମହାପ୍ରଭୁ ଦେବେ ଭକ୍ତଙ୍କୁ ଦର୍ଶନ

ଆଜି କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ କାର୍ତ୍ତିକର ଶେଷ ଦିନ । ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

5

Photograph: (KANAKNEWS)

କନକବ୍ୟୁରୋ : ଆଜି କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ କାର୍ତ୍ତିକର ଶେଷ ଦିନ । ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି ।

ଅଧିକ ପଢନ୍ତୁ..ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ

ପୁଷ୍କରିଣୀ, ନଦୀ, ନାଳ , ସମୁଦ୍ର ସବୁଠି ଆ କା ମା ବୈ ,  ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର ଗୀତ ଗାଇ ଡଙ୍ଗା ଭସାଉଛନ୍ତି । ଆଜି ସକାଳୁ ସକାଳୁ ବିଭିନ୍ନ ଜଳାଶୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ସୁରକ୍ଷା ପାଇଁ ବିଭିନ୍ନ ନଦୀ ଓ ପୁଷ୍କରଣୀ କୂଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବରୁ ବୋଇତ ଯାତ୍ରାରେ ଦୂର ଦେଶକୁ ଯାଉଥିଲେ ସାଧବ ପୁଅ । ସେମାନଙ୍କର ଗୌରବମୟ ଗାଥାର ସ୍ମତି ଚାରଣ କରି ଆଜି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି । 

ଅଧିକ ପଢନ୍ତୁ ..ସପ୍ତାହେ ରହିଲା ଭୋଟ୍‌; ନୂଆପଡ଼ା ଘରୋଇ ହସ୍ପିଟାଲରେ ନାହିଁ କ୍ୟାସ୍‌ଲେସ୍‌ ଚିକିତ୍ସା ସୁବିଧା

ସେପଟେ  ଆଜି ପଞ୍ଚୁକର ଶେଷ ଦିନ ବା କାର୍ତ୍ତିକ ପୂର୍ଣ୍ଣିମା । ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ହେବା ସହ ରାଜରାଜେଶ୍ୱର ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। କାର୍ତ୍ତିକ ପୂର୍ଣ୍ଣିମାରେ ମହୋଦଧିରେ ସ୍ନାନ ସହିତ ମହାପ୍ରଭୁଙ୍କୁ ଦର୍ଶନ କଲେ, ମହାପୁଣ୍ୟ ମିଳିଥାଏ ବୋଲି ରହିଛି ବିଶ୍ବାସ। ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରବଳ ଭିଡ଼ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷକରି ସମୁଦ୍ରକୂଳରେ ମୋବାଇଲ ପାଟ୍ରୋଲିଂ ଭ୍ୟାନ୍‌ ଓ ସୁରକ୍ଷିତ ସ୍ନାନ ପାଇଁ ୨ଟି ଫେଜ୍‌ରେ ୩୦୦ରୁ ଅଧିକ ଲାଇଫଗାର୍ଡ ମୁତୟନ ହେବେ ।  

ସେହିପରି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡରେ ଗହଳି ନିୟନ୍ତ୍ରଣ କରାଯିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି  ।   ପୁଲିସ ପକ୍ଷରୁ ୪୫ ପ୍ଲାଟୁନ୍‌ ଫୋର୍ସ ସହ ୭ଜଣ ଅତିରିକ୍ତ ଏସ୍‌ପି, ଡେପୁଟି ଏସ୍‌ପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପାହ୍ୟାର ୨୫ ଜଣ, ଇନ୍ସପେକ୍ଟର ପାହ୍ୟାର ୪୯ଜଣ ମୁତୟନ ରହିବେ । କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବ  ।  ଏଥିପାଇଁ ଶ୍ରୀମନ୍ଦିରରେ କିଭଳି ନୀତି ସୁରୁଖୁରରେ ହେବ ଏବଂ ଭକ୍ତଙ୍କ ଶୃଙ୍ଖଳିତ ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରାଯାଇଛି  ।   ଏଥିସହ ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା  ।  ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରିବେ ।

ବାଲିଯାତ୍ରାକୁ ଏଥର ଆକର୍ଷଣୀୟ କରିବା ପାଇଁ  ଶ୍ରେୟା ଘୋଷାଲ ଓ ହର୍ଷଦୀପ କୌର ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।  ସେହିପରି ‘କଟକ ଇନ୍‌ କଟକ’ରେ ଓଡ଼ିଆ ଭାଷା, ସାହିତ୍ୟ ଥିମ୍‌ରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି । ଏଥର ପାଖାପଖି ୧୬୦୦ ଷ୍ଟଲ୍‌ ପଡ଼ିଛି  ।  ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ୍‌ ଫୋର୍ସ ଓ ୩୦୦ରୁ ଅଧିକ ଅଫିସର ମୁତୟନ ହେବେ। ବାଲିଯାତ୍ରାରେ ବିଶ୍ବ ରେକର୍ଡ କରିବା ପାଇଁ ପ୍ରଶାସନ ୩ଟି ପଦକ୍ଷେପ ନେଇଛି  ।  

ଶାଳପତ୍ରରେ ୧୦ହଜାର ଗ୍ରିନ୍‌ ବୋଟ୍‌ ତିଆରି କରାଯିବ। ‘କଟକ ଇନ୍‌ କଟକ’ ଭିତରେ ୧ଲକ୍ଷ ବହି ସଂଗ୍ରହ କରି ମାଗଣାରେ ବଣ୍ଟାଯିବ ।   ବାଲିଯାତ୍ରାକୁ ଆସୁଥିବା ଲୋକମାନଙ୍କର ମତାମତକୁ ସଂଗ୍ରହ  କରିବା ପାଇଁ ଷ୍ଟିକିଂ  ନୋଟ୍‌ସ ବୋର୍ଡରେ  ଲଗାଯିବାକୁ ପ୍ରଶାସନ ବ୍ୟବସ୍ଥା କରିଛି। ସେହିପରି ବାଲିଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମେଳାର ମାନ୍ୟତା ଦେବା  ପାଇଁ ଏଥର ଇଣ୍ଡୋନେସିଆ ଓ କୋରିଆରୁ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିବାକୁ ଟିମ୍‌ ଆସୁଛି  ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe