କନକ ବ୍ୟୁରୋ: ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (ସ୍କାଏ) ନୀରବ ମାଷ୍ଟରଷ୍ଟ୍ରୋକ୍ ଯୋଜନା କରିଥିଲେ । ସ୍ଲେଜିଂ ନକରି ନିଜର ଦକ୍ଷତାରେ ଖେଳି ସୂର୍ଯ୍ୟଙ୍କ ଦଳ ପାକିସ୍ତାନ ବିପକ୍ଷରେ ୬୧ ରନ୍ର ସହଜ ବିଜୟ ହାସଲ କରିଥିଲା । ଆର୍ ପ୍ରେମାଦାସା ଷ୍ଟାଡିୟମ୍ରେ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ର ଠିକ୍ ପୂର୍ବରୁ ନିଜର ଖେଳାଳିମାନଙ୍କୁ ଦେଇଥିଲେ ନୂଆ ମନ୍ତ୍ର ।
ଏହା ବି ପଢ଼ନ୍ତୁ: ୟୁଏଇକୁ ୫ ୱିକେଟ୍ରେ ହରାଇଲା ଆଫଗାନିସ୍ତାନ
ଭାରତ ଦେଇଥିବା ଲକ୍ଷ୍ୟକୁ ପାକିସ୍ତାନ ଦଳ ପଶ୍ଚାତ୍ଧାବନ କରିବା ପୂର୍ବରୁ ପଡ଼ିଆ ମଧ୍ୟରେ ‘ସ୍କାଏ’ ସାଥୀ ଖେଳାଳିମାନଙ୍କୁ ପରାମର୍ଶ ଦେଉଥିବାର ଏକ ଭିଡିଓକୁ ବିସିସିଆଇ ସେୟାର କରିଛି । ଯେଉଁଥିରେ ଅନାବଶ୍ୟ କଥାବାର୍ତ୍ତାଠୁ ଦୂରେଇ ରୁହ ଏବଂ ନିଜର ଦକ୍ଷତା ଉପରେ ଧ୍ୟାନ ରଖ ବୋଲି ସରଳ ବାର୍ତ୍ତାରେ ସାଥୀମାନଙ୍କୁ ‘ସ୍କାଏ’ ବୁଝାଇଥିଲେ । ‘‘ଓଭର ମଝିରେ ଦୌଡ଼ିବା ଜାରି ରଖିବ, ହେଲେ କାହାକୁ କିଛି କହିବନି । ଆମକୁ ଭଲ କ୍ରିକେଟ୍ ଖେଳିବାର ଅଛି । ଭଲ ଦକ୍ଷତା ସହ ଖେଳି ଆମେ ଏହି ମ୍ୟାଚ୍ ଜିତିବା’’ ବୋଲି ବିସିସିଆଇ ସେୟାର କରିଥିବା ଭିଡିଓରେ ‘ସ୍କାଏ’ କହୁଛନ୍ତି । ସୂର୍ଯ୍ୟଙ୍କ ଚାହିବା ପରି ଖେଳାଳିମାନେ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । ଫଳରେ ଭାରତ ୬୧ ରନ୍ରେ ପାକିସ୍ତାନକୁ ହରାଇ ଗ୍ରୁପ୍-ଏ’ରୁ ସୁପର-୮ ସ୍ଥାନ ନିଶ୍ଚିତ କରିଥିଲା । ଏଥିସହ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷ ବିଜୟ ବ୍ୟବଧାନକୁ ୮-୧ରେ ପହଞ୍ଚାଇଥିଲା ଭାରତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/sky-2026-02-16-20-18-09.jpg)