କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ବିଜୟ ହାସଲ କରିଛି ଆଫଗାନିସ୍ତାନ । ସୋମବାର ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୨୮ତମ ମ୍ୟାଚ୍‌ରେ ୟୁଏଇକୁ ୫ ୱିକେଟ୍‌ରେ ହରାଇଦେଇଛି ଆଫଗାନ ଦଳ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ସୋଏବ ଖାଁ(୪୮ ବଲ୍‌ରୁ ୬୮ ରନ୍‌) ଓ ଆଲିସାନ ସରାଫୁ (୩୧ ବଲ୍‌ରୁ ୪୦ ରନ୍‌)ଙ୍କ ଲଢୁଆ ପାଳି ବଳରେ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୦ ରନ କରିଥିଲା । ଆଫଗାନିସ୍ତାନ ପକ୍ଷରୁ ଅଜମାତୁଲ୍ଲା ଓମାରଜାଇ ୧୫ ରନ୍‌ ଦେଇ ୪ଟି ୱିକେଟ୍‌ ନେଇଥିବାବେଳେ ମୁଜିବୁର୍‌ ରେହମାନ ୩୧ ରନ୍‌ ଦେଇ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ଆଫଗାନିସ୍ତାନ ୧୯.୨ ଓଭରରେ ୫ ୱିକେଟ୍‌ ହରାଇ ୧୬୨ ରନ୍‌ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

Advertisment

ଏହା ବି ପଢ଼ନ୍ତୁ: ମାଗନସ୍‌ କାର୍ଲସନ ଫ୍ରିଷ୍ଟାଇଲ୍‌ ଚେସ୍‌ ବିଶ୍ୱ ଚାମ୍ପିୟନ

 ଓପନର୍‌ ଇବ୍ରାହିମ୍‌ ଜଦ୍ରାନ୍‌ ଅର୍ଦ୍ଧଶତକ (୪୧ବଲ୍‌ରୁ ୫୩ ରନ୍‌) କରିଥିବାବଳେ ଅଜମାତୁଲ୍ଲା ଓମାରଜାଇ* (୨୧ ବଲ୍‌ରୁ ୪୦) ଏବଂ ଦାରଓ୍ବିସ୍‌ ରସୁଲି (୨୩ ବଲ୍‌ରୁ ୩୩ ରନ୍‌) ଉପଯୋଗୀ ପାଳି ଖେଳି ଦଳ ପାଇଁ ବିଜୟ ଆଣିଦେଇଥିଲେ । ୟୁଏଇ ପକ୍ଷରୁ ଜୁନୈଦ୍‌ ସିଦ୍ଦିକି ଓ ମହମ୍ମଦ ଅର୍ଫାନ୍‌ ୨ଟି ଲେଖାଏଁ ଓ୍ବିକେଟ୍‌ ନେଇଥିଲେ । ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଅଜମାତୁଲ୍ଲା ଓମାରଜାଇଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।