ସୂର୍ଯ୍ୟକୁମାରଙ୍କ ନିଆରା ଶତକ, ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ରେକର୍ଡ

Advertisment

ସୂର୍ଯ୍ୟ ଏବେ ୧୦୦ ଟ୍ବେଣ୍ଟି-୨୦ ଖେଳି ୯୩ ପାଳିରୁ ୩୫.୨୯ ହାରରେ ୨୭୮୮ ରନ୍‌ କରିଛନ୍ତି । ସେଥିମଧ୍ୟରେ ରହିଛି ଚାରିଟି ଶତକ ଓ ୨୧ ଅର୍ଦ୍ଧଶତକ। ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍‌ ହାସଲ କରିବା ଭାରତୀୟ ତାଲିକାରେ ସଂପ୍ରତି ସେ ତୃତୀୟ ସ୍ଥାନରେ ରହିଛନ୍ତି ।

ସୂର୍ଯ୍ୟ ଏବେ ୧୦୦ ଟ୍ବେଣ୍ଟି-୨୦ ଖେଳି ୯୩ ପାଳିରୁ ୩୫.୨୯ ହାରରେ ୨୭୮୮ ରନ୍‌ କରିଛନ୍ତି । ସେଥିମଧ୍ୟରେ ରହିଛି ଚାରିଟି ଶତକ ଓ ୨୧ ଅର୍ଦ୍ଧଶତକ। ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍‌ ହାସଲ କରିବା ଭାରତୀୟ ତାଲିକାରେ ସଂପ୍ରତି ସେ ତୃତୀୟ ସ୍ଥାନରେ ରହିଛନ୍ତି ।

Sky

କନକ ବ୍ୟୁରୋ: ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସୀମିତ ଓଭର କ୍ରିକେଟ୍‌ ଜୀବନରେ ସଫଳତାର ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି । ବୁଧବାରର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ ଅବସରରେ ଚତୁର୍ଥ ଭାରତୀୟ ଭାବେ ସେ ୧୦୦ କିମ୍ବା ତାଠାରୁ ଅଧିକ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ୩୫ବର୍ଷୀୟ ସୂର୍ଯ୍ୟକୁମାର ଏଥିସହିତ ହିଟ୍‌ମ୍ୟାନ୍ ରୋହିତ ଶର୍ମା (୧୫୯ ମ୍ୟାଚ୍‌), ହାର୍ଦିକ ପାଣ୍ଡ୍ୟା (୧୨୫ ମ୍ୟାଚ୍‌) ଓ ବିରାଟ କୋହଲି (୧୨୫ ମ୍ୟାଚ୍‌)ଙ୍କୁ ନେଇ ଗଠିତ ଏଲିଟ୍ କ୍ଲବ୍‌ରେ ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ଟ୍ବେଣ୍ଟି-୨୦ ଖେଳିବାର ରେକର୍ଡ ‌ରୋହିତଙ୍କ ନାଁରେ ରହିଛି ।

ଏହା ବି ପଢ଼ନ୍ତୁ: ରୋହିତ ଶର୍ମାଙ୍କୁ ମିଳିବ ଡକ୍ଟରେଟ୍‌

ସୂର୍ଯ୍ୟ ଏବେ ୧୦୦ ଟ୍ବେଣ୍ଟି-୨୦ ଖେଳି ୯୩ ପାଳିରୁ ୩୫.୨୯ ହାରରେ ୨୭୮୮ ରନ୍‌ କରିଛନ୍ତି । ସେଥିମଧ୍ୟରେ ରହିଛି ଚାରିଟି ଶତକ ଓ ୨୧ ଅର୍ଦ୍ଧଶତକ। ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍‌ ହାସଲ କରିବା ଭାରତୀୟ ତାଲିକାରେ ସଂପ୍ରତି ସେ ତୃତୀୟ ସ୍ଥାନରେ ରହିଛନ୍ତି । ଗତ କିଛି ମାସ ହେବ ଏହି ଷ୍ଟାଇଲିସ୍‌ ଡାହାଣହାତୀ ବ୍ୟାଟର୍‌ ଖରାପ ଫର୍ମ ଦେଇ ଗତି କରି ଆସୁଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଲଢ଼େଇରେ ୨୨ ବଲ୍‌ରୁ  ୩୨ ରନ୍‌ କରି ଫର୍ମକୁ ଫେରିବାର ସମ୍ୟକ ସୂଚନା ଦେଇଛନ୍ତି । ସେଥିମଧ୍ୟରେ ସେ ଚାରିଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଏହା ପୂର୍ବରୁ ସୂର୍ଯ୍ୟ ୧୯ ପାଳି ଖେଳି ୧୩.୬୨ର ଅତ୍ୟନ୍ତ ନୈରାଶ୍ୟଜନକ ହାରହା‌ରି ସହ ମାତ୍ର ୨୧୮ ରନ୍‌ କରିଥିଲେ । ସେଥିମଧ୍ୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍‌ ଥିଲା କେବଳ ୧୨୩.୧୬ । ସେହିଭଳି ଗତବର୍ଷ ସେ ଗୋଟିଏ ‌ହେଲେ ବି ଅର୍ଦ୍ଧଶତକ ଅର୍ଜନ କରିପାରି ନଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe