କନକବ୍ୟୁରୋ : ପ୍ଲାଷ୍ଟିକ ସର୍ଜରୀର ସବୁଠାରୁ ଅଧିକ ଲୋକପ୍ରିୟ ସର୍ଜରୀ ହେଉଛି କସମେଟିକ ସର୍ଜରୀ। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଏହି ସର୍ଜରୀ ଆପଣାଇ ନିଜ ନିଜର ବ୍ୟକ୍ତିତ୍ବ ସହ ଆତ୍ମବିଶ୍ୱାସ ବୃଦ୍ଧି କରିଥାନ୍ତି I 
ତେବେ କସମେଟିକ ସର୍ଜରୀ କଣ? ଏହା କିପରି କରାଯାଏ ତାକୁ ନେଇ ଅନେକଙ୍କ ମନରେ କୌତୁହଳ ରହିଥାଏ । ଜାଣନ୍ତୁ , ଆଜିର ଦୁନିଆରେ ବ୍ୟକ୍ତିତ୍ବ ହିଁ ସବୁକିଛି। ଏହାକୁ ବୃଦ୍ଧି କରିବାରେ ଫ୍ୟାଶନ୍‌ର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ । ଫ୍ୟାଶନ୍ କହିଲେ କେବେ ବେଶଭୂଷା ନୁହେଁ, ଶରୀର ଗଠନରେ ପରିବର୍ତ୍ତନକୁ ମଧ୍ୟ ବୁଝାଏ ।  ନିଜକୁ ସଜେଇ ହୋଇ ଅନ୍ୟକୁ ଆକୃଷ୍ଟ କରିବାକୁ ଲୋକେ ବିଭିନ୍ନ ଉପାୟ ଆପଣାଉଛନ୍ତି ।  ଏସବୁ ମଧ୍ୟରେ କସ୍‌ମେଟିକ ସର୍ଜରୀ ଅନ୍ୟତମ । ପ୍ରିୟଙ୍କା ଚୋପ୍ରା, ଶିଳ୍ପା ସେଟ୍ଟୀ, କଙ୍ଗନା ରାଣାୱତ୍, ଅନୁଷ୍କା ଶର୍ମା ଓ ଐଶ୍ବର୍ଯ୍ୟା ରାୟବଚ୍ଚନଙ୍କ ଭଳି ବଲିଉଡ ଅଭିନେତ୍ରୀ ମାନେ କସ୍‌ମେଟିକ ସର୍ଜରୀରେ ନିଜ ସୌନ୍ଦର୍ଯ୍ୟ ବୃଦ୍ଧି କରିଛନ୍ତି ।  

Advertisment

ଅଧିକ ପଢନ୍ତୁ... ଧର୍ମଶାଳା ତୃତୀୟ ଟ୍ବି-ଟ୍ୱେଣ୍ଟି ମ୍ୟାଚରେ ଭାରତର ସହଜ ବିଜୟ

କସ୍‌ମେଟିକ ସର୍ଜରୀ କଣ ? 
ଶରୀରର ନିର୍ଦ୍ଦିଷ୍ଟ ଅଂଶଗୁଡ଼ିକୁ ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ପରିବର୍ତ୍ତନ କରିବା
କସ୍‌ମେଟିକ୍ ସର୍ଜରୀର ଲକ୍ଷ୍ୟ ହେଉଛି ଚେହରାର ଆକାରକୁ ବଦଳାଇବା
ବାହ୍ୟଶରୀରର ଯେକୌଣସି ଅଂଶରେ କସ୍‌ମେଟିକ୍ ସର୍ଜରୀ ହୋଇପାରିବ
ରୋଗୀଙ୍କ ପସନ୍ଦ ଅନୁଯାୟୀ କସମେଟିକ୍ ସର୍ଜରୀର କୌଶଳ ରହିଛି
ବୟସ ଠାରୁ ଅଧିକ ଯୁବା, ଚେହରାରେ କୁଞ୍ଚନ ଥିଲେ କସମେଟିକ ସର୍ଜରୀ ଏହାର ସମାଧାନ

କସ୍‌ମେଟିକ ସର୍ଜରୀର ପ୍ରକାର
ରାଇନୋପ୍ଲାସ୍ଟି ସର୍ଜରୀ- ଏହି ସର୍ଜରୀରେ ନାକର ଆକୃତି ବଦଳାଯାଇଥାଏ
ଲିପୋସକ୍ସନ ସର୍ଜରୀ- ଏହା ମାଧ୍ୟମରେ ପେଟର ଚର୍ବି କମାଯାଇଥାଲ,
ବୋଟକ୍ସ ସର୍ଜରୀ- ଯୁବା ଦେଖାଯିବା ପାଇଁ ଏହି ସର୍ଜରୀ ଆପଣାଯାଇଥାଏ
ଲିପ ଫିଲର୍ ସର୍ଜରୀ- ଓଠର ଆକୃତି ବଡ, ଛୋଟ କରାଯାଏ
ଚିନ ସର୍ଜରୀ-ମୁହଁକୁ ପତଳା କରାଯାଇଥାଏ

ଅନେକ ଲୋକ ସେମାନଙ୍କ ଚେହେରା ସହିତ ଆତ୍ମବିଶ୍ୱାସ ବଢାଇବା ପାଇଁ କସ୍‌ମେଟିକ୍ ସର୍ଜରୀ କରାଇବାକୁ ବାଛିଥାନ୍ତି। କସମେଟିକ ସର୍ଜନ ମାନେ ସର୍ଜରୀ ଦ୍ୱାରା ବ୍ୟକ୍ତିର ଇଛା ମୁତାବକ ମୁହଁକୁ ଆକାର ଦେଇଥାନ୍ତି। ଏହା ସହିତ ଅଣ ଶଲ୍ୟ ଚିକିତ୍ସା ପଦ୍ଧତି ମଧ୍ୟ ଉପଲବ୍ଧ ରହିଛି। ଯେଉଁଥିରେ ବିଶେଷଜ୍ଞ ମାନେ ରାସାୟନିକ ପଦାର୍ଥକୁ ଛୁଞ୍ଚି କିମ୍ବା ଲେଜର ଦ୍ବାରା ଅବସ୍ଥାପନ କରାଯାଇଥାଏ। ଶଲ୍ୟଚିକିତ୍ସା ପ୍ରକ୍ରିୟାରେ ରୋଗୀର ଚର୍ମରେ ଛେଦନ କରାଯାଇଥାଏ।  ଏହି ପଦ୍ଧତିରେ ରିକଭରି ପାଇଁ ସମୟ ଲାଗିଥାଏ। ବର୍ତ୍ତମାନ ସମୟରେ ଅନେକ ବ୍ୟବସାୟ ଉଦ୍ଦେଶ୍ୟରେ ଏହିସବୁ ସର୍ଜରୀ କରୁଛନ୍ତି। ଯାହା ଅନେକ ସମୟରେ ବିଫଳ ହେଉଥିବାର ଦେଖାଯାଉଛି। ତେଣୁ ଅଭିଜ୍ଞ ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ କସ୍‌ମେଟିକ ସର୍ଜରୀ କରାଯିବା ଆବଶ୍ୟକ। 

କସ୍‌ମେଟିକ୍ ସର୍ଜରୀ ଦ୍ୱାରା ଚେହେରାକୁ ସୁନ୍ଦର କରାଯାଉଥିଲେ ମଧ୍ୟ ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି।  ଯେଉଁଥିପାଇଁ ସତର୍କତାର ଆବଶ୍ୟକତା ରହିଛି ।