କନକବ୍ୟୁରୋ : ଧର୍ମଶାଳାଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ । ୧୧୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୫.୫ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।  ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୫ ରନ କରିଥିବାବେଳେ ଶୁଭମନ ଗିଲ୍ ୨୮ ରନ କରିଥିଲେ । ସେହିପରି ତିଳକ ବର୍ମା ୨୫ ରନ କରିଥିଲେ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବାରମ୍ବାର ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା

Advertisment

ଅଧିକ ପଢନ୍ତୁ... ମେସିଙ୍କ ସମ୍ପତ୍ତି ହଜାର ହଜାର କୋଟି, ରହିଛି ପ୍ରାଇଭେଟ୍ ଜେଟଠାରୁ ଦାମୀ କାର୍

ଦଳ ଶେଷ ପର୍ଯ୍ୟନ୍ତ ସେହି ବିପର୍ଯ୍ୟୟରୁ ଉଦ୍ଧାର ପାଇପାରିନଥିଲା ଓ ଏକ ବଡ଼ ସ୍କୋର କରିପାରିନଥିଲା । ଦଳ ପକ୍ଷରୁ କେବଳ ଆଇଡେନ ମାର୍କରାମ ଲଢୁଆ ବ୍ୟାଟିଂ କରି ୬୧ ରନର ଏକ ଭଲ ଇନିଂସ ଖେଳିଥିଲେ । ସେହିପରି ଡୋନୋଭନ ଫରେରା ୨୦ ରନ କରିଥିଲେ । ଭାରତ ପକ୍ଷରୁ ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, କୂଳଦୀପ ଯାଦବ ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।