ବିଗୁଡ଼ୁଛି ସହରର ଆଇନ ଶୃଙ୍ଖଳା ; ବଢ଼ୁଛି ଚୋରା ବନ୍ଧୁକ କାରବାର

Advertisment

ପ୍ରେସ୍‌ କଲୋନି ହତ୍ୟାକାଣ୍ଡ ପରେ ଗୋଟିଏ ପରେ ଗୋଟିଏ ଖିଅ ସାମ୍ନାକୁ ଆସୁଛି। ସୌମ୍ୟ ରଂଜନ ହତ୍ୟା ମାମଲାରେ ବାଲି ମାଫିଆଙ୍କ ସଂପୃକ୍ତି ସାମ୍ନାକୁ ଆସିବା ପରେ ଏହାକୁ ନେଇ ତେଜିଛି ରାଜନୀତି । ବାଲି ମାଫିଆଙ୍କ ଯୋଗୁଁ ସହରରେ ଆଇନଶୃଙ୍ଖଳା ସ୍ଥିତି ବିଗୁଡୁଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା।

ପ୍ରେସ୍‌ କଲୋନି ହତ୍ୟାକାଣ୍ଡ ପରେ ଗୋଟିଏ ପରେ ଗୋଟିଏ ଖିଅ ସାମ୍ନାକୁ ଆସୁଛି। ସୌମ୍ୟ ରଂଜନ ହତ୍ୟା ମାମଲାରେ ବାଲି ମାଫିଆଙ୍କ ସଂପୃକ୍ତି ସାମ୍ନାକୁ ଆସିବା ପରେ ଏହାକୁ ନେଇ ତେଜିଛି ରାଜନୀତି । ବାଲି ମାଫିଆଙ୍କ ଯୋଗୁଁ ସହରରେ ଆଇନଶୃଙ୍ଖଳା ସ୍ଥିତି ବିଗୁଡୁଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା।

crime

crime Photograph: (kanak news)

କନକ ବ୍ୟୁରୋ : ସହରରେ ବିଗିଡ଼ିଲାଣି ଆଇନ ଶୃଙ୍ଖଳା ସ୍ଥିତି। ଖୁଲମଖୁଲା ମିଳୁଛି ବନ୍ଧୁକ। କଥା କଥାକେ ଫୁଟୁଛି ଗୁଳି। ଆଉ ଏହା ପଛରେ ରହିଛି ବାଲି ମାଫିଆଙ୍କ ଲିଙ୍କ୍ । କଟକ ପ୍ରେସ୍‌ କଲୋନି ହତ୍ୟାକାଣ୍ଡ ପରେ ଗୋଟିଏ ପରେ ଗୋଟିଏ ଖିଅ ସାମ୍ନାକୁ ଆସୁଛି। ସୌମ୍ୟ ରଂଜନ ହତ୍ୟା ମାମଲାରେ ବାଲି ମାଫିଆଙ୍କ ସଂପୃକ୍ତି ସାମ୍ନାକୁ ଆସିବା ପରେ ଏହାକୁ ନେଇ ତେଜିଛି ରାଜନୀତି । ବାଲି ମାଫିଆଙ୍କ ଯୋଗୁଁ ସହରରେ ଆଇନଶୃଙ୍ଖଳା ସ୍ଥିତି ବିଗୁଡୁଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା। ବାଲିଘାଟ କାରବାରରେ ମୋଟ ଆଙ୍କର କମିସନ ମିଳୁଥିବାରୁ ମାଫିଆଙ୍କୁ ସ୍ଥାନୀୟ ରାଜନେତା ସହଯୋଗ କରୁଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ କଟକ ସଦର ବିଧାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଚନ୍ଦ୍ର ସାରଥି । ସୌମ୍ୟରଂଜନଙ୍କ ହତ୍ୟାକାରୀଙ୍କ ସହ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଫଟୋ ଭାଇରାଲ୍‌ ହେବାକୁ ନେଇ ଉଭୟ ମୁହାଁମୁହିଁ ହୋଇଛନ୍ତି ।

କଟକ ସଦର, ବୟାଳିଶ ମୌଜା, ନୂଆପଡ଼ା, ମହାନଦୀ କୂଳରେ ବିଦ୍ୟାଧରପୁରରୁ କିଶନନଗର ପର୍ଯ୍ୟନ୍ତ ଚୋରା ବାଲି କାରବାର ଅପରାଧିକଙ୍କ ଆୟର ପ୍ରମୁଖ ଉତ୍ସ ପାଲଟିଛି। ପୁଲିସ ନାଁକୁ ମାତ୍ର ପାଟ୍ରୋଲିଂ କରୁଥିବା ବେଳେ ଏସବୁ ପ୍ରତି ଯେମିତି ଆଖିବୁଜିଦେଇଛି। ସହଜ ଆୟ ଏବଂ ମୋଟ ଅଙ୍କର ଅର୍ଥ କାରବାରର ବାଟ ସାଜିଥିବାରୁ ମାଫିଆଙ୍କୁ ରାଜନେତାମାନେ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି। ସେହିପରି କର୍ତ୍ତୃତ୍ବ ଜାହିର ପାଇଁ ମାଫିଆମାନଙ୍କ ଦ୍ଵାରା ରାଜ୍ୟ ତଥା ରାଜ୍ୟ ବାହାରୁ ଚୋରା ବନ୍ଧୁକ କାରବାର ବଢ଼ି ଚାଲିଛି। ବାଲି ମାଫିଆମାନେ ଏକାଧିକ ଅପରାଧରେ ବି ସଂପୃକ୍ତ ରହୁଥିବା ନଜରକୁ ଆସୁଛି। ଏସବୁକୁ ଦେଖିଲେ ସହରରେ ମାଫିଆ ରାଜ୍‌ ବଢ଼ୁଥିବା କହିଛନ୍ତି ପୂର୍ବତନ ପୁଲିସ ଅଧିକାରୀ । 

ଅଧିକ ପଢ଼ନ୍ତୁ---ଟୋପେ ପାଣି ପାଇଁ ହୀନସ୍ତା; ଶୋଷ ମେଣ୍ଟାଉଛି ପୋଖରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe