କନକ ବ୍ୟୁରୋ : ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବହୁ ଯୋଜନା ହାତକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । ମାତ୍ର ଏହି ଯୋଜନା ଗ୍ରାମାଞ୍ଚଳରେ କେତେ ସଫଳ ତାର ତଥ୍ୟ ବିଭାଗୀୟ ବାବୁଙ୍କ ପାଖରେ ଖବର ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଭାପୁର ବ୍ଳକ ତରବାଲୋ ଗାଁର ୫ଟି ୱାର୍ଡର ଲୋକେ ।
ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ଗୋଳାପୋଖରୀ ପଞ୍ଚାୟତର ତରବାଲୋ ଗାଁ । ଗାଁକୁ ଦେଖିଲେ ଆପଣଙ୍କ ମନକୁ ଆସିବ ସତରେ କ’ଣ ଏମିତି ଚାଲିଛି ଜଳ ଯୋଗାଣ ବ୍ୟବସ୍ଥା । ଯେଉଁ ପାଣିରେ ଗୋଡ଼ ଧୋଇବାକୁ ଅପରିଷ୍କାର ଲାଗିବ, ସେହି ପୋଖରୀ ପାଣି ପିଉଛନ୍ତି ଗାଁର ୪ ହଜାରରୁ ଅଧିକ ଲୋକ । ଏମିତି ନୁହେଁ ବ୍ୟବସ୍ଥା ନଥିଲା, ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବୋରିଂ ଖୋଳା ଯାଇଥିଲା । ସାହି ମାନଙ୍କରେ ପ୍ରାୟ ୨୦ଟି ଟ୍ୟାପ୍ପୋଷ୍ଟ ନିର୍ମାଣ କରାଯାଇ ପାଣି ପାଉଥିଲେ ଲୋକେ । ହେଲେ ୬ ମାସ ହେଲାଣି ଲୁହା ପାଇପ୍ ଫାଟିଯାଇଛି ।
ଅଧିକ ପଢ଼ନ୍ତୁ : ଢେଙ୍କାନାଳ ଭୁବନର ପଛୁଆ ଗାଁ ଅରିଲୋ; ସ୍ୱାଧୀନତାର ବର୍ଷ ବର୍ଷ ପରେ ବି ନାହିଁ ପକ୍କା ରାସ୍ତା
ଫଳରେ ବାଧ୍ୟ ହୋଇ ଡ୍ରେନ୍ର ଅପରିଷ୍କାର ମଳମୂତ୍ର ପାଣି ପିଉଥିଲେ ଲୋକେ । ଏନେଇ ଅଭିଯୋଗ କରିବା ପରେ ମରାମତି ନକରି ପାଖାପାଖି ୧୦ ଦିନ ହେଲାଣି ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ବାଧ୍ୟ ହୋଇ ଅପରିଷ୍କାର ପୋଖରୀ ପାଣି ବ୍ୟବହାର କରିବାକୁ ପଡ଼ୁଛି ।
ଗାଁ ନିକଟରେ ରହିଛି ଏସିଆର ଦ୍ୱିତୀୟ ବୃହତମ ଉଷ୍ମପସ୍ରବଣ । କୂଅ ଓ ପୋଖରୀ ପାଣି ଗନ୍ଧକ ଯୁକ୍ତ ହୋଇଥିବାରୁ ବ୍ୟବହାର ଅନୁପଯୋଗୀ ହୋଇପଡ଼େ । ଗାଁରେ ଥିବା ୫ଟି ନଳକୂପରୁ ୩ଟି ଅଚଳ । ଏବେ ପାଇପ୍ ଫାଟିଯିବା ପରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏମିତି ପାଣି ପିଇଲେ ଆମେ ବଞ୍ଚିବୁ ତ’ ? ଏ କଥା ପଚାରୁଛନ୍ତି ତରବାଲୋର ପ୍ରତ୍ୟେକଟି ବାସିନ୍ଦା । ତୁରନ୍ତ ଗାଁକୁ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/27/drinking-water-2026-02-27-17-55-21.png)