ମହାନଦୀ ଜଳ ବିବାଦ; ବିଜେଡିକୁ ଘେରିଲେ ମନ୍ତ୍ରୀ

Advertisment

ମହାନଦୀ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କଲେ ମନ୍ତ୍ରୀ ସୁରେଶ ପୂଜାରୀ । ଖୋଲିଲେ ବିଜେଡିର ପୋଲ୍ । କାହିଁକି ଟ୍ରିବ୍ୟୁନାଲରେ ବିଳମ୍ବ ହୋଇଥିଲା ମାମଲା? ଏନେଇ ମନ୍ତ୍ରୀ କହିଛନ୍ତି ମହାନଦୀ ସମସ୍ୟା ଆମେ ଉତ୍ତରଧିକାରୀ ସୂତ୍ରରେ ବିଗତ ସରକାରଠାରୁ ପାଇଛୁ

ମହାନଦୀ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କଲେ ମନ୍ତ୍ରୀ ସୁରେଶ ପୂଜାରୀ । ଖୋଲିଲେ ବିଜେଡିର ପୋଲ୍ । କାହିଁକି ଟ୍ରିବ୍ୟୁନାଲରେ ବିଳମ୍ବ ହୋଇଥିଲା ମାମଲା? ଏନେଇ ମନ୍ତ୍ରୀ କହିଛନ୍ତି ମହାନଦୀ ସମସ୍ୟା ଆମେ ଉତ୍ତରଧିକାରୀ ସୂତ୍ରରେ ବିଗତ ସରକାରଠାରୁ ପାଇଛୁ

MAHANADI

MAHANADI Photograph: (KANAK NEWS)

କନକ ବ୍ୟୁରୋ: ମହାନଦୀ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କଲେ ମନ୍ତ୍ରୀ ସୁରେଶ ପୂଜାରୀ । ଖୋଲିଲେ ବିଜେଡିର ପୋଲ୍ । କାହିଁକି ଟ୍ରିବ୍ୟୁନାଲରେ ବିଳମ୍ବ ହୋଇଥିଲା ମାମଲା? ଏନେଇ ମନ୍ତ୍ରୀ କହିଛନ୍ତି ମହାନଦୀ ସମସ୍ୟା ଆମେ ଉତ୍ତରଧିକାରୀ ସୂତ୍ରରେ ବିଗତ ସରକାରଠାରୁ ପାଇଛୁ । ୨୪ ବର୍ଷ ଶାସନ ବେଳେ ଏ ସମସ୍ୟା ସୃଷ୍ଟି ହୋଇଥିଲା । ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ୫୦୦ରୁ ଅଧିକ ବ୍ୟାରେଜ ନିର୍ମାଣ କଲେ, ହେଲେ ଯେଉଁ ସମୟରେ ନିର୍ମାଣ କଲେ ସେ ସମୟରେ ସରକାର ବିରୋଧ କଲେ ନାହିଁ । ତେଣୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍ କଲେ, ହେଲେ ଓଡିଶା କେବଳ ଗୋଟିଏ ସାକ୍ଷୀକୁ ଟ୍ରିବ୍ୟୁନାଲ ସାମ୍ନାରେ ଉପସ୍ଥାପନ କଲା । ଆହୁରି ୨୧ ଜଣଙ୍କ ତାଲିକା ଦିଆଯାଇଥିଲା କିନ୍ତୁ ସାକ୍ଷ୍ୟ ଗ୍ରହଣ ହେଲା ନାଇଁ । ଏମିତି କି ସତ୍ୟପାଠ ମଧ୍ୟ ଦାଖଲ ହେଲା ନାହିଁ ।

ଆହୁରି ପଢ଼ନ୍ତୁ : ସତରେ କଣ ସେଦିନ ହୋଇଥିଲା ନେତାଜୀଙ୍କ ମୃତ୍ୟୁ? ଆଜି ବି ରହସ୍ୟ ଘେରରେ ଏ ପ୍ରଶ୍ନ

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାନସଭା ସମୟରେ ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ କହିଲେ ଛତିଶଗଡ଼ ବ୍ୟାରେଜ ହେବା ପରେ ଓଡ଼ିଶାର କ୍ଷତି ହେବ ନାହିଁ । ଜଳ ଗତିପଥ କିମ୍ଭା ପରିମାଣ ପ୍ରଭାବିତ ହୋଇନାହିଁ । ତତ୍କାଳୀନ ମନ୍ତ୍ରୀଙ୍କ ସେହି ବିବୃତ୍ତିକୁ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲରେ ଉପସ୍ଥାପନ କରିଛନ୍ତି । ଆଉ କହିଛନ୍ତି ଯଦି ମନ୍ତ୍ରୀ କହୁଛନ୍ତି କ୍ଷତି ହେଉନି ତା ହେଲେ ଟ୍ରିବ୍ୟୁନାଲ ଆସିଛ କଣ ପାଇଁ? ଓଡିଶା ସରକାର ବିରୋଧରେ ଛତିଶଗଡ଼ ବ୍ୟବହାର କରୁଥିବା ଅସ୍ତ୍ର, ବିଜେଡି ଦେଇଛି । ତେଣୁ ମାମଲାରେ ହାରିବା ପାଇଁ ଏବଂ ଛତିଶଗଡ଼ ଜିତିବା ପାଇଁ ଯାହା ଦରକାର ବିଜେଡି କରିସାରିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ୬୦ଟି ଶୁଣାଣିରେ ଯେଉଁ ନିଷ୍ଠାର ସହ ଯୁକ୍ତି ହେବା କଥା ଲଢେଇ ହେବା କଥା, ତାହା ହେଲା ନାହିଁ । ଆମେ ଖୁବଶୀଘ୍ର ଟ୍ରିବ୍ୟୁନାଲ ନିକଟରେ ସତ୍ୟପାଠ ଦାଖଲ କରିବୁ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe