ୟୁଜିସିର ନୂଆ ନିୟମ ଉପରେ ସର୍ବୋଚ୍ଚ ଅଦାଲତଙ୍କ ସ୍ଥଗିତାଦେଶ,  କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗକୁ ନୋଟିସ

Advertisment

 ୟୁଜିସିର ନୂଆ ନିୟମକୁ ଚାରିଆଡ଼ୁ ବିରୋଧ କରାଯାଇଥିଲା। ଗତ ଜାନୁଆରି ୧୩ରେ ୟୁଜିସିର ବିଜ୍ଞପ୍ତି ପ୍ରକାଶ ପରେ ନୂଆ ନିୟମରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଗତ ବିଭେଦ ବଢ଼ିବା ଆଶଙ୍କା କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ ରାସ୍ତାକୁ ଓହ୍ଲାଇଥିଲେ। ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ସର୍ବୋଚ୍ଚ ଅଦାଲତ ଆଜି ମଧ୍ୟବର୍ତ୍ତୀ ରାୟ ଦେଇ  ନିୟମ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। 

A9

କନକ ବ୍ୟୁରୋ : ବିଶ୍ବବିଦ୍ୟାଳୟ ଅୁନାଦାନ ଆୟୋଗ- ୟୁଜିସିର ନୂଆ ନିୟମ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ । କହିଛନ୍ତି, ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରମୋସନ୍ ଅଫ୍ ଇକ୍ୟୁଟି ରେଗୁଲେସନ୍ସ -୨୦୨୬ରେ ସ୍ପଷ୍ଟତା ନାହିଁ । ଏହାର ଦୁରୁପଯୋଗ କରାଯିବାର ଆଶଙ୍କା ରହିଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ହେବ । 

 ୟୁଜିସିର ନୂଆ ନିୟମକୁ ଚାରିଆଡ଼ୁ ବିରୋଧ କରାଯାଇଥିଲା। ଗତ ଜାନୁଆରି ୧୩ରେ ୟୁଜିସିର ବିଜ୍ଞପ୍ତି ପ୍ରକାଶ ପରେ ନୂଆ ନିୟମରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଗତ ବିଭେଦ ବଢ଼ିବା ଆଶଙ୍କା କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ ରାସ୍ତାକୁ ଓହ୍ଲାଇଥିଲେ। ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ସର୍ବୋଚ୍ଚ ଅଦାଲତ ଆଜି ମଧ୍ୟବର୍ତ୍ତୀ ରାୟ ଦେଇ  ନିୟମ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। 

ଅଧିକ ପଢ଼ନ୍ତୁ :ୟୁଜିସିର ନୂଆ ନିୟମକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି

କଣ କହିଲେ ସୁପ୍ରିମକୋର୍ଟ 
ନିୟମର ଅପବ୍ୟବହାର ଆଶଙ୍କା 
ନିୟମ ସମୀକ୍ଷା ପାଇଁ ନିର୍ଦ୍ଦେଶ 
ଜାତିହୀନ ସମାଜ ଗଠନକୁ ଗୁରୁତ୍ବ
ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରହିବ ୨୦୧୨ ନିୟମ 

 ଆବେଦନକାରୀ ଦର୍ଶାଇଥିଲେ ଯେ ୟୁଜିସି ନୂଆ ନିୟମରେ ଜାତିଗତ ଭାଦଭାବର ପରିଭାଷା ରହିଛି ଓ କିଛି ବର୍ଗଙ୍କୁ ସୁରକ୍ଷାରୁ ବାଦ ପଡ଼ିଛନ୍ତି।  ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ  ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ମାମଲାର ଶୁଣାଣି କରି ପ୍ରଶ୍ନ କରିଥିଲେ ଯେ, ଆମେ ଜାତିହୀନ ସମାଜ ଗଠନକୁ ଗୁରୁତ୍ବ ଦେଉଥିବା ବେଳେ ପୁଣି ପଛକୁ ଫେରୁଛୁ କି ? ନୂଆ ନିୟମ ନେଇ କେନ୍ଦ୍ର ସରକାର ଓ ୟୁଜିସିକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଆସନ୍ତା ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ କୁହାଯାଇଛି।  ମାର୍ଚ୍ଚ ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେ ପର୍ଯ୍ୟନ୍ତ  ୨୦୧୨ର ନିୟମ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe