କନକ ବ୍ୟୁରୋ : ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଜାତିଭିତ୍ତିକ ଭେଦଭାବ ରୋକିବା ସଂକ୍ରାନ୍ତ ନୂଆ ନିୟମକୁ ଦେଶ ସାରା ସବର୍ଣ୍ଣ ବର୍ଗ ପକ୍ଷରୁ ବିରୋଧ ଚାଲିଛି । ତେବେ ୟୁଜିସିର ନୂଆ ନିୟମକୁ ଚାଲେଞ୍ଜ କରି ହୋଇଥିବା ଜନସ୍ୱାର୍ଥ ମାମଲା (ପିଆଇଏଲ୍)କୁ ତୁରନ୍ତ ତାଲିକାଭୁକ୍ତ କରିବା ପାଇଁ ବୁଧବାର ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମ୍ମୁଖରେ ଏହି ଆବେଦନ ରଖାଯାଇଥିବାବେଳେ ନୂଆ ନିୟମ ସାଧାରଣବର୍ଗର ଛାତ୍ରଛାତ୍ରୀଙ୍କ ବିରୋଧରେ ହୋଇଥିବା ଆବେଦନକାରୀ ଦର୍ଶାଇଛନ୍ତି ।
ଅନ୍ୟପକ୍ଷରେ କ’ଣ ଘଟୁଛି, ସେ ବିଷୟରେ ଅବଗତ ଥିବା ଖଣ୍ଡପୀଠ କହିବା ସହିତ ଜନସ୍ବାର୍ଥ ମାମଲାରେ ରହିଥିବା ତ୍ରୁଟି ସୁଧାରିବାକୁ ପରାମର୍ଶ ଦେଇଛନ୍ତି । ଜାନୁଆରି ୧୩ରେ ୟୁଜିସି ଏହାର ନୂତନ ନିୟମ ‘ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ, ୨୦୨୬’ କୁ ସୂଚିତ କରିଥିଲା । ଏହା ଅଧୀନରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଜାତିଭିତ୍ତିକ ଭେଦଭାବକୁ ରୋକିବା ପାଇଁ ସ୍ୱତନ୍ତ୍ର କମିଟି, ହେଲ୍ପଲାଇନ ଓ ମନିଟରିଂ ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କମିଟିରେ ଏସ୍ସି, ଏସ୍ଟି, ଓବିସି ଓ ପିଡବ୍ଲ୍ୟୁଡି ବର୍ଗର ସଦସ୍ୟଙ୍କ ସହିତ ମହିଳା ସଦସ୍ୟଙ୍କୁ ସାମିଲ କରିବାକୁ କୁହାଯାଇଛି । ଏହି ନୂଆ ନିୟମ ୟୁୂଜିସିର ପୂର୍ବ ନିୟମ ବଦଳରେ ଲାଗୁ ହେବ ।
ଅଧିକ ପଢ଼ନ୍ତୁ---ପୂରା ହୋଇପାରିଲାନି ପାୱାରଙ୍କ ଶେଷ ଇଚ୍ଛା ; ଜାଣନ୍ତୁ କ'ଣ ଥିଲା ଅଜିତ୍ଙ୍କ ସ୍ୱପ୍ନ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/28/ugc-2026-01-28-13-39-53.jpg)