କୁକୁର କାହାକୁ କେତେବେଳେ କାମୁଡ଼ିବ ଅନୁମାନ କରିବା କଷ୍ଟ: ସୁପ୍ରିମକୋର୍ଟ

Advertisment

ଆଜି ସୁପ୍ରିମକୋର୍ଟରେ ବୁଲା କୁକୁର ପ୍ରସଙ୍ଗରେ ପୁଣିଥରେ ଶୁଣାଣି ଆରମ୍ଭ ହୋଇଛି ।  ସୁପ୍ରିମକୋର୍ଟ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କୁକୁର ପ୍ରେମୀ ଏବଂ କୁକୁର ଘୃଣାକାରୀ ଉଭୟଙ୍କ ଯୁକ୍ତି ଶୁଣିବେ।

ଆଜି ସୁପ୍ରିମକୋର୍ଟରେ ବୁଲା କୁକୁର ପ୍ରସଙ୍ଗରେ ପୁଣିଥରେ ଶୁଣାଣି ଆରମ୍ଭ ହୋଇଛି ।  ସୁପ୍ରିମକୋର୍ଟ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କୁକୁର ପ୍ରେମୀ ଏବଂ କୁକୁର ଘୃଣାକାରୀ ଉଭୟଙ୍କ ଯୁକ୍ତି ଶୁଣିବେ।

DOG

DOG Photograph: (KANAK NEWS)

କନକ ବ୍ୟୁରୋ: ଆଜି ସୁପ୍ରିମକୋର୍ଟରେ ବୁଲା କୁକୁର ପ୍ରସଙ୍ଗରେ ପୁଣିଥରେ ଶୁଣାଣି ଆରମ୍ଭ ହୋଇଛି ।  ସୁପ୍ରିମକୋର୍ଟ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କୁକୁର ପ୍ରେମୀ ଏବଂ କୁକୁର ଘୃଣାକାରୀ ଉଭୟଙ୍କ ଯୁକ୍ତି ଶୁଣିବେ। ତେବେ ବୁଲା କୁକୁର ପ୍ରସଙ୍ଗରେ ଶୁଣାଣି ସମୟରେ ସୁପ୍ରିମକୋର୍ଟର ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ଗତ ୨୦ ଦିନ ଭିତରେ ରାଜସ୍ଥାନରେ ଦୁଇଜଣ ବିଚାରପତି ବୁଲା ପଶୁମାନଙ୍କ ଯୋଗୁ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହାଦ୍ୱାରା କି ସେମାନେ ଗଭୀର ଭାବେ ଆହତ ମଧ୍ୟ ହୋଇଛନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ କୁକୁର କେତେବେଳେ କାମୁଡ଼ିପାରେ ତାହା ପୂର୍ବାନୁମାନ କରିବା ଅସମ୍ଭବ। ଏହାସହ ବୁଲା ପଶୁଙ୍କ ଯୋଗୁ ଯେଉଁ ଦୁର୍ଘଟଣା ଘଟିଛି, ସେଥିରେ ଜଣେ ବିଚାରପତି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି। କୋର୍ଟ କହିଛନ୍ତି ଯେ ତାଙ୍କର ମେରୁଦଣ୍ଡରେ ଗମ୍ଭୀର ଆଘାତ ଲାଗିଛି। ଏହା ଏକ ଅତ୍ୟନ୍ତ ଗମ୍ଭୀର ମାମଲା।  

ଆହୁରି ପଢ଼ନ୍ତୁ : କାର୍ ଭିତରେ ରଖାଯାଇଥିବା ପାଣି ପିଉଛନ୍ତି କି ?  ଗାଡ଼ିରେ ରଖାଯାଇଥିବା ପୁରୁଣା ପାଣି ବୋତଲ ଆପଣଙ୍କ ପାଇଁ ଘାତକ ସାଜିପାରେ !

କୋର୍ଟ କହିଛନ୍ତି ଯେ କୁକୁରମାନେ କେବଳ କାମୁଡ଼ନ୍ତି ନାହିଁ; ସେମାନେ ଲୋକଙ୍କୁ ମଧ୍ୟ ପିଛା କରନ୍ତି, ଯାହା ଦୁର୍ଘଟଣାର କାରଣ ହୋଇପାରେ। ଯେତେବେଳେ ସେମାନେ ରାସ୍ତାରେ ଦୌଡ଼ନ୍ତି, ବିଶେଷକରି ଯେଉଁ ରାସ୍ତାରେ ଯାନବାହାନ ଚଳାଚଳ କରେ, ସେତେବେଳେ ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି । ହେଲେ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ କୁକୁରମାନେ ରାସ୍ତାରେ ନାହାଁନ୍ତି; ସେମାନେ କମ୍ପାଉଣ୍ଡରେ ଅଛନ୍ତି। ଯାହାକୁ ନେଇ ଏହି ବିତର୍କ ଆହୁରି ଅଧିକ ସରଗରମ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe