ହିମନ୍ତ ବିଶ୍ବଶର୍ମାଙ୍କ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

Advertisment

ହିମନ୍ତ ବିଶ୍ବଶର୍ମାଙ୍କ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ଆବେଦନକାରୀଙ୍କୁ ହାଇକୋର୍ଟ ଯିବାକୁ ପରାମର୍ଶ ।

ହିମନ୍ତ ବିଶ୍ବଶର୍ମାଙ୍କ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ଆବେଦନକାରୀଙ୍କୁ ହାଇକୋର୍ଟ ଯିବାକୁ ପରାମର୍ଶ ।

Supreme-Court

Supreme-Court Photograph: (KanakNews)

କନକ ବ୍ୟୁରୋ: ଆସାମ ବିଜେପିର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବିବାଦୀୟ ପୋଷ୍ଟ ଉପରେ ଶୁଣାଣି କରିବାକୁ ସୁପ୍ରିମ‌କୋର୍ଟ ମନା କରିଦେଇଛନ୍ତି । ବିଶ୍ବଶର୍ମା ଏକ ରାଇଫଲରେ ଲକ୍ଷ୍ୟ ଭେଦ କରୁଥିବାବେଳେ ଟା‌ର୍ଗେଟରେ ଗୋଟିଏ ସମ୍ପ୍ରଦାୟକୁ ରଖାଯାଇଥିବାର ଏକ ଭିଡିଓକୁ ନେଇ ବିବାଦ ହୋଇଥିଲା। ଏହାକୁ ନେଇ ଜଣେ ଆବେଦନକାରୀ ସୁପ୍ରି‌ମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୋମବାର ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ମନା କରିବା ସହିତ ଆବେଦନକାରୀଙ୍କୁ ଗୁଆହାଟୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ କହିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ବିପୁଳ ଏମ୍‌ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ କର୍ତ୍ତୃତ୍ୱକୁ ଅଣଦେଖା କରି ସିଧାସଳଖ ସୁପ୍ରିମକୋର୍ଟ ନ ଆସିବାକୁ କହିଥିଲେ ।

ଅଧିକ ପଢନ୍ତୁ: ହିମନ୍ତ ବିଶ୍ବଶର୍ମା ବନାମ ଗୌରବ ଗୋଗୋଇ : ଆସାମ ବିଧାନସଭା ନିର୍ବାଚନରେ ବଡ଼ ଟକ୍କର ସମ୍ଭାବନା

ନିର୍ବାଚନ ପୂର୍ବରୁ ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ପ୍ରସଙ୍ଗ ଅଣାଯିବାର ଟ୍ରେଣ୍ଡ ବଢ଼ିଗଲାଣି ବୋଲି କୋର୍ଟ କହିଥିଲେ। ଖଣ୍ଡପୀଠ ଆହୁରି କହିଥିଲେ, ଆମେ ଦଳଗୁଡ଼ିକୁ ସଂଯମତା ଅବଲମ୍ବନ କରିବାକୁ ଏବଂ ସାମ୍ବିଧାନିକ ନୈତିକତାର ସୀମା ମଧ୍ୟରେ ରହିବାକୁ କହିବୁ, କିନ୍ତୁ ପ୍ରତ୍ୟେକ ପ୍ରସଙ୍ଗକୁ ସୁପ୍ରିମକୋର୍ଟକୁ ଅଣାଯାଇପାରିବ ନାହିଁ। ଶୁଣାଣି ସମୟରେ, ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଯୁକ୍ତି ଦେଇଥିଲେ ଯେ ବିଶ୍ବଶର୍ମା ବାରମ୍ବାର ଏପରି କରୁଛନ୍ତି ଏବଂ କୋର୍ଟକୁ ସେ ସିଧାସଳଖ ମାମଲା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଘୃଣା ଭାଷଣ ଏବଂ ସାମ୍ପ୍ରଦାୟିକ ଧ୍ରୁବୀକରଣ ଅଭିଯୋଗରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବା ପାଇଁ ସିପିଆଇ ଏବଂ ସିପିଆଇ(ଏମ୍)ର ନେତାମାନେ ଏହି ଆବେଦନଗୁଡ଼ିକ ଦାଖଲ କରିଥିଲେ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe