Photograph: (kanaknews)
କନକବ୍ୟୁରୋ : ଆରାବଳୀ ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ସର୍ବୋଚ୍ଚ ଅଦାଲତରେ ହେବ ଶୁଣାଣି। ଆରାବଳୀ ପର୍ବତମାଳାରେ ଖଣି ଖନନକୁ ନେଇ ନିକଟରେ ହୋଇଥିବା କେତେକ ନୀତିଗତ ପରିବର୍ତ୍ତନକୁ ନେଇ ସୁପ୍ରିମ୍କୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜେକେ ମାହେଶ୍ବରୀ ଏବଂ ଜଷ୍ଟିସ ଏଜି ମସିହଙ୍କ ଅବସରକାଳୀନ ଖଣ୍ଡପୀଠ ଆଜି ଏହି ମାମଲାକୁ ଶୁଣାଣି ପାଇଁ ବିଚାରକୁ ନେବେ ବୋଲି କହିଛନ୍ତି । ଆରାବଳୀ ପର୍ବତମାଳାର ସଜ୍ଞା ପରିବର୍ତ୍ତନକୁ ବିରୋଧ କରି ଜନସାଧାରଣ କ୍ରୋଧିତ ହୋଇଥିବାରୁ ଏବଂ ପରିବେଶକୁ ନେଇ ଚିନ୍ତା ପ୍ରକଟ ହୋଇଥିବାରୁ ସୁପ୍ରିମ୍କୋର୍ଟ ଏଥିରେ ହସ୍ତକ୍ଷେପ କରିଛନ୍ତି ।
ରକେଟ୍ ବେଗରେ ବଢ଼ୁଛି ରୁପା ଦର : ସେପଟେ ସୁନା ଦର ବଢ଼ିଲା ୧୨ଶହ ଟଙ୍କା
ସଜ୍ଞା ପରିବର୍ତ୍ତନ ହେବାଦ୍ବାରା ପୂର୍ବରୁ ସୁରକ୍ଷିତ ଥିବା ଅଞ୍ଚଳରେ ଖଣି ଏବଂ ନିର୍ମାଣ କାର୍ଯ୍ୟ ବୈଧ ହୋଇପାରିବ ବୋଲି ପରିବେଶବିତ୍ ଗୋଷ୍ଠୀ ଚିନ୍ତା ପ୍ରକଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟରେ ଆରାବଳୀ ହିଲ୍ସର ପରିବର୍ତ୍ତିତ ସଜ୍ଞାକୁ ନେଇ ଚିନ୍ତା ପ୍ରକଟ ହୋଇଛି । ଏହି ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ପୂର୍ବରୁ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରି ସାରିଛନ୍ତି।
ଶନିବାର (ଡିସେମ୍ବର ୨୭, ୨୦୨୫) ଉନ୍ନାଓ ବଳାତ୍କାର ମାମଲା ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶ ସ୍ଥଗିତ ରଖିବା ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ । ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।
Follow Us