କନକବ୍ୟୁରୋ : ରକେଟ୍ ବେଗରେ ବଢ଼ୁଛି ରୁପା। ଦିନକରେ ୨୦ ହଜାର ବଢ଼ିଲା । ଡିସେମ୍ବରରେ ବଢ଼ିଲାଣି ୭୮ ହଜାର ଟଙ୍କା। ଦେଶରେ ସୁନା,ରୁପା ଦର ଦ୍ରୁତ ବେଗରେ ବଢ଼ୁଛି। ବିଶେଷକରି ଡିସେମ୍ବର ମାସରେ ରୁପା ଦର ରକେଟ୍ ଭଳି ଉପରକୁ ଉଠୁଛି । ଶନିବାର ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ ପିଛା ରେକର୍ଡ ୨୦ ହଜାର ଟଙ୍କା ବୃଦ୍ଧି ଘଟିଛି। ଏଥିଯୋଗୁ ରୁପା ଦର ୨,୭୪,୦୦୦ ହଜାର ଟଙ୍କାରେ ପହଞ୍ଚିଛି ।
ଚଳିତମାସରେ ରୁପା ମୂଲ୍ୟରେ ହେଉଥିବା ବୃଦ୍ଧି ଉପରେ ନଜର ପକାଇଲେ ଜଣାଯାଏ ଭୁବନେଶ୍ବରରେ ଡିସେମ୍ବର ୧ ତାରିଖରେ ଏହା କିଲୋଗ୍ରାମ ପିଛା ୧,୯୬,୦୦୦ ଟଙ୍କା ସ୍ତରରେ ରହିଥିଲା। କିନ୍ତୁ ଗତ ୨୭ ଦିନ ଭିତରେ ଏଥିରେ ୭୮ ହଜାର ଟଙ୍କା ବୃଦ୍ଧି ଘଟିଛି। ଅର୍ଥାତ୍ ରୁପା ଦର ଚଳିତମାସ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ପ୍ରତିଶତ ବଢ଼ିଛି ।
ହୋମଗାର୍ଡ ପରୀକ୍ଷା ପାଇଁ ଲାଗିଛି ଭିଡ଼ : ୧୦୨ହୋମଗାର୍ଡ ପଦ ଲାଗି ୪ହଜାରରୁ ଅଧିକ ପରୀକ୍ଷାର୍ଥୀ
ସେହିପରି ଶନିବାର ସୁନା ଦର ଭୁବନେଶ୍ବର ବଜାରରେ ୧୨୦୦ ଟଙ୍କାର ବୃଦ୍ଧି ଘଟିଛି । ଏଥିଯୋଗୁ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦର ୧,୪୧,୨୨୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦରରେ ୧୧୦୦ ଟଙ୍କା ବୃଦ୍ଧି ଘଟି ୧୨୯୪୫୦ ଟଙ୍କାରେ ପହଞ୍ଚିଛି । ଗତ ସୋମବାରଠାରୁ ଶନିବାର ମଧ୍ୟରେ ସୁନା ଦରରେ ପାଖାପାଖି ୭୦୦୦ ଟଙ୍କା ବୃଦ୍ଧି ଘଟିଲାଣି ।
ଅନ୍ତର୍ଜାତୀୟ ବଜାରରେ ରୁପା ମହଙ୍ଗା ହେଉଥିବାରୁ ତାହାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡ଼ିଛି । ବିଦେଶରେ ରୁପାର ଆଉନ୍ସ ପିଛା ଦର ୭୫ ଡଲାର ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଛି। ଇଲେକ୍ଟ୍ରିକ୍ ଯାନ ଓ ସୋଲାର ଉପକରଣ ଆଦି ଶିଳ୍ପରେ ରୁପା ବହୁଳ ମାତ୍ରାରେ ବ୍ୟବହାର ହେଉଥିବାରୁ ଏହି ଧଳା ମୂଲ୍ୟବାନ ଧାତବର ଚାହିଦା ବଢ଼ିବାରେ ଲାଗିଛି । ଅନ୍ୟପକ୍ଷରେ ସୁନା ତୁଳନାରେ ଏହା ଅଧିକ ରିଟର୍ଣ୍ଣ ଦେଉଥିବାରୁ ନିବେଶକଙ୍କ ଲାଗି ମଧ୍ୟ ଏହା ବେଶ ଆକର୍ଷଣୀୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/28/gold-rate-2025-12-28-09-57-04.jpg)