କନକ ବ୍ୟୁରୋ : ବ୍ରହ୍ମପୁର ହଳଦିଆପଦର ଦୁର୍ଘଟଣାକୁ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ କମିଟି । ସଡ଼କ ସୁରକ୍ଷା ନେଇ ଗଠିତ ଏହି କମିଟି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ଗଣମାଧ୍ୟମ ରିପୋର୍ଟକୁ ଭିତ୍ତି କରି ସୁପ୍ରିମକୋର୍ଟ କମିଟି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହାର ବିସ୍ତୃତ ରିପୋର୍ଟ ମାଗିଛନ୍ତି ।

Advertisment

ଅଧିକ ପଢନ୍ତୁ : କାଳ ସାଜୁଛି କୁହୁଡ଼ି ! ଦୁର୍ଘଟଣାରେ ଲିଭିଯାଉଛି ମୂଲ୍ୟବାନ ଜୀବନ

ଆସନ୍ତା ମାର୍ଚ୍ଚ ୫ ସୁଦ୍ଧା ଏହି ଦୁର୍ଘଟଣାର ରିପୋର୍ଟ ଦେବାକୁ ନିର୍ଦେଶ ରହିଛି । ସେହିପରି ସଡ଼କ ସୁରକ୍ଷା ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା ବି କମିଟିକୁ ଜଣାଇବାକୁ କୁହାଯାଇଛି । ବିଶେଷ କରି ରଙ୍ଗ ସାଇଡ ଡ୍ରାଇଭିଙ୍ଗ ସହ ଓଭରସ୍ପିଡିଙ୍ଗ ନେଇ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ବିଷୟରେ ଜଣେଇବାକୁ କମିଟି କହିଛି ।