କନକ ବ୍ୟୁରୋ : ଲଦାଖର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ୱାଙ୍ଗଚୁକଙ୍କ ଗିରଫକୁ ବିରୋଧ କରି ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ସୁପ୍ରିମକୋର୍ଟକୁ ଯାଇଥିଲେ । ଲଦାଖରେ ଗତ ସେପ୍ଟେମ୍ବର ୨୪ ତାରିଖରେ ଘଟିଥବା ହିଂସାକାଣ୍ଡ ପାଇଁ ୱାଙ୍ଗଚୁକଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଗତ ୨୬ ତାରିଖରେ ଗିରଫ କରାଯାଇଛି । ୱାଙ୍ଗଚିକ୍ ଏବେ ରାଜସ୍ଥାନର ଯୋଧପୁର କେନ୍ଦ୍ରୀୟ ଜେଲରେ ଅଛନ୍ତି । ୱାଙ୍ଗଚୁକ୍ ନିର୍ଦ୍ଦୋଷ ଓ ତାଙ୍କୁ ଗିରଫ କରାଯିବା ବେଆଇନ ବୋଲି ଅଭିଯୋଗ କରିଛନ୍ତି ପତ୍ନୀ ଗୀତାଞ୍ଜଳି । ୱାଙ୍ଗଚୁକଙ୍କ ସମ୍ପର୍କରେ ତାଙ୍କୁ କିଛି କୁହାଯାଉନାହିଁ ବୋଲି ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଅଭିଯୋଗ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪ ତାରିଖରେ କରାଯିବ । ଏହି ମାମଲାରେ କେନ୍ଦ୍ର ସରକାର, ଲଦାଖ ପ୍ରଶାସନ ଓ ଯୋଧପୁର କେନ୍ଦ୍ରୀୟ ଜେଲ ଅଧୀକ୍ଷକ ପ୍ରତିପକ୍ଷ ଅଛନ୍ତି ।
ୱାଙ୍ଗଚୁକ୍ ଗିରଫ ମାମଲା
କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ
ସୁପ୍ରିମକୋର୍ଟ ଯାଇଛନ୍ତି ୱାଙ୍ଗଚୁକଙ୍କ ପତ୍ନୀ
ୱାଙ୍ଗଚୁକଙ୍କୁ ଗିରଫ କରିବା ବେଆଇନ କହିଥିଲେ
ଅକ୍ଟୋବର ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି