କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ । ବିଦେଶୀଙ୍କୁ ଭୋଟ ଅଧିକାର ମିଳିବ କି? ନିର୍ବାଚନ କମିସନଙ୍କ ଏସଆଇଆର୍ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନଗୁଡ଼ିକର ଚୂଡ଼ାନ୍ତ ଶୁଣାଣି ଆରମ୍ଭ କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି , ଆଧାର କାର୍ଡ ଭାରତୀୟ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ନୁହେଁ । ଏହାକୁ ଆଧାର କରି କୌଣସି ବିଦେଶୀ ବ୍ୟକ୍ତି ଭୋଟର ତାଲିକାରେ ସ୍ୱୟଂଚାଳିତ ଭାବେ ସାମିଲ ହେବା ଉଚିତ କି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । କୋର୍ଟ କହିଛନ୍ତି ,ଆଧାର ହେଉଛି କେବଳ ସରକାରୀ କଲ୍ୟାଣମୂଳକ ସୁବିଧା ପାଇବା ପାଇଁ ଏକ ଆଇନଗତ ପରିଚୟପତ୍ର । କେବଳ ରାସନ ପାଇଁ ଆଧାର ମିଳିଛି ବୋଲି ଜଣେ ବ୍ୟକ୍ତି ଭୋଟର ହୋଇଯିବେ, ଏହା ଗ୍ରହଣୀୟ ନୁହେଁ । ଭୋଟର ତାଲିକାରେ ଥିବା ତ୍ରୁଟିକୁ ଯାଞ୍ଚ କରିବା ପାଇଁ ନିର୍ବାଚନ କମିସନଙ୍କର ଅନ୍ତର୍ନିହିତ କ୍ଷମତା ରହିଛି ବୋଲି ମଧ୍ୟ ଖଣ୍ଡପୀଠ ଦୋହରାଇଛନ୍ତି ।
ଅଧିକ ପଢ଼ନ୍ତୁ- ବିକାଶ ଏଠି ବାଟବଣା; ଆଧାର କାର୍ଡ ଯୋଗୁଁ ମିଳୁନି ସରକାରୀ ସୁବିଧା
- ସୁପ୍ରିମକୋର୍ଟ କହିଛନ୍ତି ଯେ ଆଧାର କାର୍ଡ ନାଗରିକତାର ସମୂର୍ଣ୍ଣ ପ୍ରମାଣ ଭାବରେ ଗ୍ରହଣୀୟ ନୁହେଁ
- କୋର୍ଟ ପ୍ରଶ୍ନ କରିଛନ୍ତି, ଆଧାର ଥିଲେ ବିଦେଶୀଙ୍କୁ ଭୋଟ୍ ଦେବାକୁ ଅନୁମତି ଦିଆଯିବ କି?
- ନିର୍ବାଚନ କମିସନଙ୍କୁ ଭୋଟର ପଞ୍ଜୀକରଣ ଫର୍ମ-୬ର ସତ୍ୟତା ଯାଞ୍ଚ କରିବାର କ୍ଷମତା ଅଛି
- କୋର୍ଟ କହିଛନ୍ତି, ଇସିଆଇ ‘ପୋଷ୍ଟ ଅଫିସ୍’ ଭାବେ ସମସ୍ତ ଫର୍ମ ଗ୍ରହଣ କରିବା ବାଧ୍ୟତାମୂଳକ ନୁହେଁ
- ଆଧାର କେବଳ ସାମାଜିକ କଲ୍ୟାଣମୂଳକ ପାଇଁ ସୃଷ୍ଟି କରାଯାଇଛି
- ଭୋଟର ତାଲିକାରୁ ନାମ କାଟିବା ପୂର୍ବରୁ ନୋଟିସ୍ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି
- ଏସଆଇଆର୍ ସମ୍ବନ୍ଧୀୟ ଆବେଦନଗୁଡ଼ିକ ପାଇଁ ତାମିଲନାଡ଼ୁ, କେରଳ ଓ ପଶ୍ଚିମବଙ୍ଗ ପାଇଁ କୋର୍ଟ...
- ଶୁଣାଣିର ସମୟସୀମା ଧାର୍ଯ୍ୟ କରିଛନ୍ତି
Follow Us