କନକ ବ୍ୟୁରୋ :ଏମିତି ଗୋଟିଏ ଗାଁ, ବିକାଶ ଏଠି ବାଟବଣା । ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତ ଝଜିରିବାହାଳ ଗାଁ ଆମ୍ବେଦକର ନଗରରେ ବାସ କରୁଥିବା ୧୬ ପରିବାରର କଥା । କାମ ଧନ୍ଦା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ନବେ ଦଶକରୁ ଆସି ଏଠାରେ ବାସ କରୁଥିବା ପ୍ରତିଟି ପରିବାର ଜମିହୀନ । ସରକାରୀ ଜମି ଉପରେ ବରଡ଼ାଘେରା ଘରେ ବହୁ ଦୟନୀୟ ଅବସ୍ଥାରେ ରହୁଛନ୍ତି ସମସ୍ତେ । ହେଲେ ସବୁ ପରିବାରର ଭୋଟର କାର୍ଡ ଓ ଆଧାର କାର୍ଡ ଏହି ଠିକଣାରେ ରହିଛି । 

Advertisment

୧୦୦ ବର୍ଷ ପରେ ପଡୁଛି ଅଦ୍ଭୁତ ସଂଯୋଗ : କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ବ୍ରତ , ବର୍ଷିବ ହରି,ହରଙ୍କ କୃପା

କିଛି ବର୍ଷ ତଳେ ଏ ପଡ଼ାରେ ଅଗ୍ନିକାଣ୍ଡ ଘଟି ବହୁ ଘର ପୋଡ଼ିଯିବାରୁ ଏଠାରେ ବାସ କରୁଥିବା ଲୋକଙ୍କ ବହୁ ଜିନିଷପତ୍ର ସହ ଛୋଟ ପିଲାଙ୍କ ଆଧାର କାର୍ଡ ଓ ଜନ୍ମ ପ୍ରମାଣପତ୍ର ପୋଡ଼ି ଯାଇଥିଲା । ଏହା ପରଠୁ ପିଲାଙ୍କ ଜନ୍ମ ପ୍ରମାଣପତ୍ର ଓ ଆଧାର କାର୍ଡ ହୋଇପାରୁନି । ଫଳରେ ଏ ପଡ଼ାର ୭-୮ ଜଣ ପିଲା ଏବେ ପାଠପଢ଼ାରୁ ବଞ୍ଚିତ । ଅଙ୍ଗନବାଡ଼ି ପାଠପଢ଼ା ପରେ ସେମାନଙ୍କ ପାଠରେ ବନ୍ଧା ହୋଇଛି ଡୋରି । ଇଚ୍ଛା ଥିଲେ ବି ପଢ଼ିବାରୁ ବଞ୍ଚିତ ଛୋଟ ଛୋଟ ପିଲା । ନିର୍ବାଚନ ବେଳେ ଏମାନଙ୍କର ଭୋଟ ଦେବାର ଅଧିକାର ତ ଅଛି, ହେଲେ ନା ଏଠାକୁ ବିଜୁଳି ଆଲୁଅ ପହଞ୍ଚିଛି, ନା ସରକାରଙ୍କ ପକ୍ଷରୁ ଏମାନଙ୍କୁ ମିଳିଛି ଜମି ବା ଘର । ବ୍ଲକ, ତହସିଲ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ଶେଷରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ସମସ୍ତେ । ସଞ୍ଜ ନଉଁ ନଉଁ ଟର୍ଚ୍ଚ ଲାଇଟ୍ ଏମାନଙ୍କ ଶେଷ ଭରସା । ତେବେ ପ୍ରଶାସନର ଏମାନଙ୍କ ଉପରେ କେବେ ନଜର ପଡ଼ୁଛି ତାକୁ ଅପେକ୍ଷା ।

ଆଧାର ନାହିଁ ବୋଲି...

ଅଗ୍ନିକାଣ୍ଡରେ ପୋଡ଼ିଯାଇଛି ଘରଦ୍ବାର ଓ ଆସବାବ ପତ୍ର
ନିଆଁରେ କାଗଜପତ୍ର ସହ ଆଧାର କାର୍ଡ ପାଉଁଶ
ଆଧାର ନଥିବାରୁ ପାଠପଢ଼ାରେ ବନ୍ଧା ହୋଇଛି ଡୋରି
ଅଙ୍ଗନବାଡ଼ି ପାଠପଢ଼ା ପରେ ଉଚ୍ଚଶିକ୍ଷାରୁ ବଞ୍ଚିତ କୁନିକୁନି ପିଲା
ଜମିପଟ୍ଟା କରିପାରୁନାହାନ୍ତି ଗ୍ରାମବାସୀ
ଆଧାର ନଥିବାରୁ ହୋଇପାରୁନି ସରକାରୀ କାମ
ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ୧୬ ପରିବାର