କନକ ବ୍ୟୁରୋ:  ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଏନ୍‌ସିପିର ଜାତୀୟ ସଭାପତି ହେବାକୁ ଯାଉଛନ୍ତି । ଆସନ୍ତା ଫେବ୍ରୁଆରି ୨୬ ତାରିଖରେ ସୁନେତ୍ରା ଏହି ଦାୟିତ୍ବ ଗ୍ରହଣ କରିବେ ବୋଲି ଏନ୍‌ସିପିର ବରିଷ୍ଠ ନେତା ପ୍ରଫୁଲ ଫଟେଲ ସୂଚନା ଦେଇଛନ୍ତି । ଜାନୁଆରି ୨୮ରେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ପରେ କ୍ଷମତାରେ ପରିବର୍ତ୍ତନ ହେବାକୁ ଯାଉଛି ।

Advertisment

ଅଧିକ ପଢନ୍ତୁ: ଅଜିତ ପାୱାରଙ୍କ ମୃତ୍ୟୁ : ରୋହିତ ପାୱାର ମୁଖ୍ୟ ପାଇଲଟଙ୍କୁ ନେଇ ଉଠାଇଲେ ପ୍ରଶ୍ନ, ଶେଷ ମୁହୂର୍ତ୍ତରେ ପାଇଲଟ୍‌ଙ୍କୁ କାହିଁକି କରାଯାଇଥିଲା ପରିବର୍ତ୍ତନ ?

ପ୍ରଫୁଲ ପଟେଲ ବୁଧବାର ସାମ୍ବାଦିକଙ୍କ ସହିତ କଥାବାର୍ତ୍ତାବେଳେ କହିଥିଲେ ଯେ, ଅଜିତ ଦାଦାଙ୍କ ପରଲୋକ ପରେ ଦଳରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାକୁ ପୂରଣ କରିବା ପ୍ରକ୍ରିୟାରେ ଆମେ ଅଛୁ । ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଫେବ୍ରୁଆରି ୨୬ରେ ଏନସିପିର ଜାତୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଏନ୍‌ସିପିର ଦୁଇଗୋଷ୍ଠୀର ମିଶ୍ରଣ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ଏହା ପ୍ରକୃ‌ଷ୍ଟ ସମୟ ନୁହେଁ ବୋଲି କହି ଏଡ଼ାଇ ଯାଇଥିଲେ ପଟେଲ। ଏକ ଚାଟାର୍ଡ ବିମାନ ଦୁର୍ଘଟଣାରେ ଅଜିତ ପାୱାର ଓ ଅନ୍ୟ ୪ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ।