କନକ ବ୍ୟୁରୋ: ଆଖି ବୁଜିଲେ ସୁନ୍ଦରଗଡ଼ ଛାତ୍ରୀ । ୩ ଦିନ ଧରି ଜୀବନ ମରଣ ସହିତ ସଂଗ୍ରାମ ପରେ ଆଖି ବୁଜିଛନ୍ତି ଛାତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣl ଅଂଚଳର ଏହି କଲେଜ ଛାତ୍ରୀ ଜଳି ଯାଇଥିଲେ । ନିଜ ଦେହରେ କିରୋସିନ ଢ଼ାଳି ପୋଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋରରୁ ତାଙ୍କର ମୃତ୍ୟୁ ହୋଇଛି ।
ଅଧିକ ପଢନ୍ତୁ: ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ, ୯୦ ପ୍ରତିଶତ ପୋଡିଯାଇଥିବା ସୂଚନା
ଆଖି ବୁଜିଲେ ସୁନ୍ଦରଗଡ଼ ଛାତ୍ରୀ
ଜୀବନ ଯୁଦ୍ଧରେ ହାରିଗଲେ ସୁନ୍ଦରଗଡ଼ ଲାଞ୍ଜିବେର୍ଣ୍ଣା ଅଞ୍ଚଳର ଛାତ୍ରୀ
୩ ଦିନ ଧରି ଜୀବନ ମରଣ ସହିତ ସଂଗ୍ରାମ କରୁଥିଲେ
ନିଜ ଦେହରେ କିରୋସିନ୍ ଢାଳି ପୋଡ଼ିଯାଇଥିଲେ
ଶରୀରର ୯୦ ପ୍ରତିଶତ ଜଳିଯାଇଥିଲା
ସ୍ବାସ୍ଥ୍ୟମନ୍ତ୍ରୀ ଗତକାଲି ପୀଡ଼ିତାଙ୍କୁ ହସ୍ପିଟାଲରେ ଭେଟିଥିଲେ
ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ
ମୃତକ ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରୀ ଥଲେ
ଜଣେ ଯୁବକଙ୍କୁ ଗିରଫ କରିଥିଲା ପୁଲିସ
ଛାତ୍ରୀଙ୍କୁ ମାନସିକ ଚାପ ଦିଆଯାଉଥିବା ସୁନ୍ଦରଗଡ଼ ଏସପି କହିଥିଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/08/student-death-2025-12-08-09-10-58.jpg)