କନକ ବ୍ୟୁରୋ: ପୂର୍ବତନ ମୁମ୍ବାଇ କ୍ରିକେଟର୍ ଓ ପ୍ରଶିକ୍ଷକ ସୁଲକ୍ଷଣ କୁଲକର୍ଣ୍ଣିଙ୍କ ପଦୋନ୍ନତି ହୋଇଛି । ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ଓମାନ୍ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷମ ଭାବେ ସେ ଦାୟିତ୍ବ ନେଇଛନ୍ତି । ଗତବର୍ଷ ଓମାନ ଦଳର ଉପମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ସୁଲକ୍ଷଣ ସଂପ୍ରତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଦଲୀପ ମେଣ୍ଡିସ୍ଙ୍କ ସ୍ଥାନରେ ଏହି ନିଯୁକ୍ତି ପାଇଛନ୍ତି । ୫୯ ବର୍ଷୀୟ ସୁଲକ୍ଷଣ ଭାରତୀୟ ଘରୋଇ କ୍ରିକେଟ୍ରେ ମୁମ୍ବାଇ, ମହାରାଷ୍ଟ୍ର ଓ ତାମିଲନାଡ଼ୁର ମୁଖ୍ୟପ୍ରଶିକ୍ଷକ ରହିଥିଲେ । ଏହି ପୂର୍ବତନ ମୁମ୍ବାଇ ୱିକେଟ୍କିପର ବ୍ୟାଟର୍ ୬୫ ପ୍ରଥମ ଶ୍ରେଣୀ, ୧୩ ଲିଷ୍ଟ୍-ଏ ଖେଳିଛନ୍ତି । ତାଙ୍କ ପ୍ରଶିକ୍ଷଣରେ ମୁମ୍ବାଇ ୨୦୧୨-୧୩ରେ ରଣଜୀ ଟ୍ରଫି ଜିତିଥିଲା ।
ଏହା ବି ପଢ଼ନ୍ତୁ:ଚତୁର୍ଥ ବିବାହ ଖବରକୁ ମଲ୍ଲିକଙ୍କ ଖଣ୍ଡନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/01/oman-2026-03-01-22-53-10.jpg)