କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ଯେତିକି କ୍ରିକେଟ୍ ପାଇଁ ସେତିକି ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚିତ । ଏହି ଭେଟେରାନ୍ ଅଲରାଉଣ୍ଡର୍ ତିନିଥର ବିବାହ କରିବା ତାଙ୍କ ଜୀବନକୁ ଅଧିକ ରଙ୍ଗିନ କରିଥାଏ । ୪୪ବର୍ଷୀୟ ସୋଏବ ଖୁବ୍ଶୀଘ୍ର ତୃତୀୟ ପତ୍ନୀ ତଥା ଅଭିନେତ୍ରୀ ସାନା ଜାଭେଦଙ୍କୁ ଛାଡ଼ପତ୍ର ଦେଇ ଅଭିନେତ୍ରୀ ବାଣୀଜା ସତାରଙ୍କୁ ଚତୁର୍ଥ ବିବାହ କରିବେ ବୋଲି ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏପରିକି ଏହି ବିବାହ ଗତମାସ ୨୭ ତାରିଖରେ ସଂପନ୍ନ ହୋଇ ସାରିଛି ବୋଲି ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଥିଲା । ଏବେ ସୋଏବ ଏହି ମାମଲାରେ ମୁହଁ ଖୋଲିଛନ୍ତି । ଏହାକୁ ସେ ନିଚ୍ଛକ ଗୁଜବ ଭାବେ ବର୍ଣ୍ଣନା କରିଛନ୍ତି ।
ଏହା ବି ପଢ଼ନ୍ତୁ; ଶ୍ରୀଲଙ୍କା ବିପର୍ଯ୍ୟୟ ପରେ ଜୟସୁରିୟା ପଦ ଛାଡ଼ିଲେ
ସେହିଭଳି ତାଙ୍କ ପତ୍ନୀ ସାନାଙ୍କୁ ଅଯଥାରେ ଟ୍ରୋଲ୍ କରାଯାଉଛି ବୋଲି କ୍ଷୋଭର ସହ କହିଛନ୍ତି । ସୂଚନାଯୋଗ୍ୟ ଯେ ସୋଏବ ୨୦୦୨ ମସିହାରେ ହାଇଦ୍ରାବାଦର ଆୟେଶା ସିଦ୍ଦିକି ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ପରେ ବିବାଦୀୟ ପରିସ୍ଥିତିରେ ତାଙ୍କୁ ଛାଡ଼ପତ୍ର ଦେଇ ଭାରତୀୟ ଟେନିସ୍ ସୁନ୍ଦରୀ ସାନିଆ ମିର୍ଜାଙ୍କୁ ଜୀବନ ସାଥୀ ଭାବେ ବାଛିଥିଲେ । ଉଭୟଙ୍କର ଇଝାନ ନାମରେ ପୁଅଟିଏ ଅଛି । ତେବେ ୨୦୨୩ ମସିହାରେ ସାନିଆଙ୍କୁ ଛାଡ଼ି ସାନା ଜାଭେଦଙ୍କ ହାତ ଧରିଥିଲେ । ତେବେ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବାର ଖବର ଅନେକ ସମୟରେ ପଦାକୁ ଆସିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/01/malik-2026-03-01-22-46-40.jpg)