ଲାଇଭ୍ ଭିଡିଓରେ ଆତ୍ମହତ୍ୟା ଉଦ୍ୟମ: ୧୫୦ କିମି ବେଗରେ ଡିଭାଇଡରକୁ ଧକ୍କା ଦେଲେ ୟୁଟ୍ୟୁବର ଅନୁରାଗ ଡୋଭାଲ୍

Advertisment

ପାରିବାରିକ ନିର୍ଯାତନା ପାଇଁ ପରିଚିତ ୟୁଟ୍ୟୁବରଙ୍କ ଆତ୍ମହତ୍ୟା ଉଦ୍ୟମ। ଲାଇଭ ଭିଡିଓରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ଡିଭାଇଡରକୁ ଧକ୍କା ଦେଲେ ୟୁଟ୍ୟୁବର ଅନୁରାଗ ଡୋଭାଲ୍ କାର ।

ପାରିବାରିକ ନିର୍ଯାତନା ପାଇଁ ପରିଚିତ ୟୁଟ୍ୟୁବରଙ୍କ ଆତ୍ମହତ୍ୟା ଉଦ୍ୟମ। ଲାଇଭ ଭିଡିଓରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ଡିଭାଇଡରକୁ ଧକ୍କା ଦେଲେ ୟୁଟ୍ୟୁବର ଅନୁରାଗ ଡୋଭାଲ୍ କାର ।

UK-Rider-Aka-Anurag-Dobhal-1772681313656_m

Photograph: (kanak news)

କନକ ବ୍ୟୁରୋ:ପାରିବାରିକ ନିର୍ଯାତନା ପାଇଁ ପରିଚିତ ୟୁଟ୍ୟୁବରଙ୍କ ଆତ୍ମହତ୍ୟା ଉଦ୍ୟମ। ଲାଇଭ ଭିଡିଓରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ଡିଭାଇଡରକୁ ଧକ୍କା ଦେଲେ ୟୁଟ୍ୟୁବର ଅନୁରାଗ ଡୋଭାଲ୍ କାର । ଅନୁରାଗଙ୍କୁ ସାଧାରଣତଃ ଟକ୦୭ ରାଇଡର ନାମରେ ଜଣାଯାଏ । ଭାରତର ସବୁଠାରୁ ପରିଚିତ ମୋଟୋ ବ୍ଲଗରମାନଙ୍କ ମଧ୍ୟରୁ ଜଣେ ଏବଂ ବିଗ୍ ବସ୍ ରିୟାଲିଟି ଶୋରେ ପ୍ରତିଯୋଗୀ ମଧ୍ୟ ଥିଲେ। ଶନିବାର, ସେ କାର ଚଳାଇବା ସମୟରେ ଲାଇଭ୍‌ଷ୍ଟ୍ରିମ୍ କରୁଥିଲେ। ୧୫୦ କିମି ବେଗରେ ଗାଡ଼ି ଚଳାଉଥିବା ବେଳେ ଜାଣିଶୁଣି ହାଇୱେର ମଧ୍ୟଭାଗର ଥିବା ବ୍ୟାରିଅର୍‌କୁ ଧକ୍କା ଦେଇଥିଲେ ।

କାରଣ ଅନ୍ୟ ଜାତିରେ ଥିବା ତାଙ୍କର ପ୍ରେମିକାକୁ ବିବାହ କରିଥିଲେ। ଆଉ ଯେଉଁଥିପାଇଁ ପରିବାର ଲୋକଙ୍କୁ ତାଙ୍କୁ ନିର୍ଯାତନା  ଦେଉଥିଲେ । ନିକଟରେ ସେ କରିଥିବା ଏକ ଭିଡିଓ ପୋଷ୍ଟ କରିଥିଲେ ସେ କହିଥିଲେ,  ଗତ କିଛି ମାସ ମଧ୍ୟରେ ତାଙ୍କ ଜୀବନ ଏତେ ନାଟକୀୟ ଭାବେ ବଦଳିଗଲା ଯେ ସେ କବେବି ଭାବି ନଥିଲେ।  ଏହା ପରେ ଅନୁରାଗ ଶନିବାର ରାତିରେ, ଟୟୋଟା ଫର୍ଚ୍ୟୁନର୍ ଗାଡ଼ିରେ ଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍‌ୱେରେ ସ୍ପିଡରେ ଯାଉଥିଲେ। ଏହି ସମୟରେ, କାନ୍ଦି କାନ୍ଦି କହୁଥିଲେ, ମୁଁ ଆଶା କରୁଛି.. ପରବର୍ତ୍ତୀ ଜନ୍ମରେ ଆସିବି ମା,  ତୁମେ କେବଳ ଭଲ ପାଇବା ଦିଅ। ମୋତେ ବହୁତ୍ ଭଲ ପାଇବାର ଆବଶ୍ୟକତା ଥିଲା । 

ଆହୁରି ପଢ଼ନ୍ତୁ :ଇରାନ-ଆମେରିକା ଓ ଇସ୍ରାଏଲ ଯୁଦ୍ଧରେ ଇଂଲଣ୍ଡର ଏଣ୍ଟ୍ରି  , କତାରରେ ପହଞ୍ଚିଲା ୪ ଟାଇଫୁନ୍ ଜେଟ୍


ଏହି ସମୟରେ ୮୨,୦୦୦ ଲୋକ ଇନ୍‌ଷ୍ଟାଗ୍ରାମ୍ ଲାଇଭ୍ ଦେଖୁଥିଲେ, ଦୁଃଖ ଇମୋଜି ପଠାଉଥିଲେ। ଏହି ସମୟରେ ଅନୁରାଗ କହିଥିଲେ, ଆସନ୍ତୁ ଶେଷ ଡ୍ରାଇଭ୍ ପାଇଁ ଯିବା । ଯେଉଁ ସମୟରେ ଗାଡିର ବେଗ ୧୫୦ କିମିରୁ ଅଧିକ ଥିଲା। ଅନୁରାଗ ଏକ ବସ୍ ଏବଂ ଅନ୍ୟ ଗାଡ଼ିକୁ ବାମ ପାଖରୁ ଓଭରଟେକ୍ କରିବା ପରେ ଷ୍ଟିୟାରିଙ୍ଗ୍ ଡାହାଣକୁ ଜୋରରେ ଘୁଞ୍ଚାଇ ବ୍ୟାରିଅର୍‌କୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅନୁରାଗଙ୍କୁ ଉଦ୍ଧାର କରି ମେରଟ ଏକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ଅବସ୍ଥାରେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe