ଇଲେକ୍ଟ୍ରି ଭେହିକିଲ୍ ବାବଦରେ ଏବେ ସୁଦ୍ଧା ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କାର ସବସିଡି : ପରିବହନ ମନ୍ତ୍ରୀ ବିଭୂତ ଭୂଷଣ ଜେନା

ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିନ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା ।  ଗତକାଲି ପ୍ରାଇଭେଟ୍ ମେମ୍ବର ବିଲ୍‌ କାହିଁକି ନିଆଗଲା ନାହିଁ

BIBHUTI

Photograph: (KANAKNEWS)

କନକବ୍ୟୁରୋ :  ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିନ। ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା ।  ଗତକାଲି ପ୍ରାଇଭେଟ୍ ମେମ୍ବର ବିଲ୍‌ କାହିଁକି ନିଆଗଲା ନାହିଁ  କହି ଗୃହରେ କଂଗ୍ରେସର ପ୍ରତିବାଦ ।  ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବି ହୋଇଥିଲା ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ,  ବାଚସ୍ପତିଙ୍କ ପୋଡ଼ିୟମ ତଳେ ପ୍ରବଳ ନାରାବାଜି ଏବଂ ବାଚସ୍ପତିଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ସଦସ୍ୟ ।  ଗତକାଲି ପ୍ରାଇଭେଟ୍ ମେମ୍ବରସିପ ବିଲ ଆଲୋଚନା ହୋଇନଥିବାରୁ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ ।

ଅଧିକ ପଢନ୍ତୁ... Big Breaking : ବର୍ତ୍ତମାନ ରାଜ୍ୟରେ ଗଠନ ହେବନି କୌଣସି ପଞ୍ଚାୟତ କି ବ୍ଲକ୍

ବୈଷୟିକ, ମେଡିକାଲ, ବୃତ୍ତିଗତ ଶିକ୍ଷା ଏବଂ ସରକାରୀ ନିଯୁକ୍ତିରେ ସଂରକ୍ଷଣ ଲାଗୁ ପାଇଁ କଂଗ୍ରେସ ଆଣିଥିଲା ସଂକଳ୍ପ ପତ୍ର  ଯାହା ଉପରେ ଆଲୋଚନା ହୋଇ ନଥିଲା ।  ଏଥିସହ ଇଲେକ୍ଟ୍ରି ଭେହିକିଲ୍ ବାବଦରେ ଏବେ ସୁଦ୍ଧା ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କାର  ସବସିଡି ଦେଇ ସାରିଲେଣି ସରକାର ।  ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତ ଭୂଷଣ ଜେନାଙ୍କ ଲିଖିତ ଉତ୍ତର । ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି ଚାଲିଛି  । ସରକାରୀ ବିଭାଗ ଓ ସଂସ୍ଥାରେ ଏବେ ସୁଦ୍ଧା ୬୮୦ ଇଭି ଗାଡ଼ି କିଣା ଯାଇଛି  ।  ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସରକାର ୧୨ଟି ଇଭି ଚାର୍ଜିଂ ସେଣ୍ଟର ବସାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe