କନକବ୍ୟୁରୋ : ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିନ। ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଗତକାଲି ପ୍ରାଇଭେଟ୍ ମେମ୍ବର ବିଲ୍ କାହିଁକି ନିଆଗଲା ନାହିଁ କହି ଗୃହରେ କଂଗ୍ରେସର ପ୍ରତିବାଦ । ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବି ହୋଇଥିଲା ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ , ବାଚସ୍ପତିଙ୍କ ପୋଡ଼ିୟମ ତଳେ ପ୍ରବଳ ନାରାବାଜି ଏବଂ ବାଚସ୍ପତିଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ସଦସ୍ୟ । ଗତକାଲି ପ୍ରାଇଭେଟ୍ ମେମ୍ବରସିପ ବିଲ ଆଲୋଚନା ହୋଇନଥିବାରୁ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ ।
ଅଧିକ ପଢନ୍ତୁ... Big Breaking : ବର୍ତ୍ତମାନ ରାଜ୍ୟରେ ଗଠନ ହେବନି କୌଣସି ପଞ୍ଚାୟତ କି ବ୍ଲକ୍
ବୈଷୟିକ, ମେଡିକାଲ, ବୃତ୍ତିଗତ ଶିକ୍ଷା ଏବଂ ସରକାରୀ ନିଯୁକ୍ତିରେ ସଂରକ୍ଷଣ ଲାଗୁ ପାଇଁ କଂଗ୍ରେସ ଆଣିଥିଲା ସଂକଳ୍ପ ପତ୍ର ଯାହା ଉପରେ ଆଲୋଚନା ହୋଇ ନଥିଲା । ଏଥିସହ ଇଲେକ୍ଟ୍ରି ଭେହିକିଲ୍ ବାବଦରେ ଏବେ ସୁଦ୍ଧା ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କାର ସବସିଡି ଦେଇ ସାରିଲେଣି ସରକାର । ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତ ଭୂଷଣ ଜେନାଙ୍କ ଲିଖିତ ଉତ୍ତର । ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି ଚାଲିଛି । ସରକାରୀ ବିଭାଗ ଓ ସଂସ୍ଥାରେ ଏବେ ସୁଦ୍ଧା ୬୮୦ ଇଭି ଗାଡ଼ି କିଣା ଯାଇଛି । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସରକାର ୧୨ଟି ଇଭି ଚାର୍ଜିଂ ସେଣ୍ଟର ବସାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/04/bibhuti-2025-12-04-13-08-42.jpg)